ଶ୍ରୀନଗର, ୧୩/୦୪: ପବିତ୍ର ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତାହା ଅଗଷ୍ଟ ୨୮ ତାରିଖ ଯାଏ ୫୭ ଦିନ ଧରି ଚାଲିବ । ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଏହି ସୂଚନା ଦେଇଛନ୍ତି ।
ତାଙ୍କ ଅନୁସାରେ, ଆଗାମୀ ୧୫ ତାରିଖରୁ ଏଥିନେଇ ପଞ୍ଜୀକରଣ ଆରମ୍ଭ ହେବ । ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଶ୍ରଦ୍ଧାଳୁମାନଙ୍କର ପ୍ରଥମ ବ୍ୟାଚ୍ ଯାତ୍ରାରମ୍ଭ କରିବେ। ଜୁନ୍ ୧୯ ତାରିଖରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଗୁମ୍ପାରେ ପ୍ରଥମ ପୂଜା ହେବ । ଯାତ୍ରା ଲାଗି ଅନନ୍ତନାଗରୁ ୪୮ କିମି ଲମ୍ବା ନୁନୱାନ-ପହଲଗାମ ମାର୍ଗ ଏବଂ ଗାନ୍ଦରୱଲରୁ ୧୪ କିମି ଲମ୍ବା ବାଲଟାଲ ମାର୍ଗ ଖୋଲା ରହିବ । ଚଳିତବର୍ଷ ଟ୍ରାକିଂ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ଆରଏଫଆଇଡି କାର୍ଡର ଆରମ୍ଭ କରାଯାଇଥିବା ସିହ୍ନା କହିଛନ୍ତି।
ଅଧିକ ପଢ଼ନ୍ତୁ :- ‘ଦମ୍ ମାରୋ ଦମ୍’ ବ୍ୟାନ୍, ତଥାପି ପ୍ରଚ୍ଛଦ ଗାୟିକା ସମ୍ମାନ