ନୂଆଦିଲ୍ଲୀ,୨୧/୦୩: ତାମିଲନାଡୁର ବିଭିନ୍ନ ସ୍ଥାନରେ ଥିବା ଆମାଜନ ଏବଂ ଫ୍ଲିପ୍କାର୍ଟ ସମେତ ପ୍ରମୁଖ ଇ-କମର୍ସ ଫ୍ଲାଟଫର୍ମଗୁଡ଼ିକର ୱେର୍ହାଉସ୍ରେ ଚଢ଼ାଉ କରିଛି ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍) । ଚଢ଼ାଉ ବେଳେ ୩୬ ଲକ୍ଷ ଟଙ୍କାର ନକଲି ଉତ୍ପାଦ ଜବତ କରାଯାଇଛି । ଜବତ ହୋଇଥିବା ୩,୬୦୦ ନକଲି ସାମଗ୍ରୀ ମଧ୍ୟରେ ୨୧୫ଟି ଖେଳନା ଏବଂ ୨୪ ହ୍ୟାଣ୍ଡ୍ ବ୍ଲେଣ୍ଡର ରହିଛି । ଏସବୁ ଉତ୍ପାଦଗୁଡ଼ିକରେ ବିଆଇଏସ୍ର ବାଧ୍ୟତାମୂଳକ ପ୍ରମାଣନ ନ ଥିବା ଜଣାପଡ଼ିଛି । ପ୍ରମାଣନ ନ ଥିବା ଉତ୍ପାଦଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଚାଲିଥିବା କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ବିଆଇଏସ୍ ଅଧିକାରୀମାନେ ଆମାଜନ ଏବଂ ଫ୍ଲିପ୍କାର୍ଟ ୱେର୍ହାଉସ୍ଗୁଡ଼ିକରେ ଛାନ୍ଭିନ୍ କରିଥିଲେ ଏବଂ ନକଲି ଉତ୍ପାଦଗୁଡ଼ିକୁ ଜବତ କରିଥିବା ଜଣାପଡ଼ିଛି।

ନବୀନଙ୍କ ନୂଆ ଟିମ୍ ଗଠନ: ୯ ଜିଲ୍ଲା, ଛାମୁଆ ମୁଖିଆ ନ...