ନୂଆଦିଲ୍ଲୀ,୨୧/୦୩:  ତାମିଲନାଡୁର ବିଭିନ୍ନ ସ୍ଥାନରେ ଥିବା ଆମାଜନ ଏବଂ ଫ୍ଲିପ୍‌କାର୍ଟ ସମେତ ପ୍ରମୁଖ ଇ-କମର୍ସ  ଫ୍ଲାଟଫର୍ମଗୁଡ଼ିକର ୱେର୍‌ହାଉସ୍‌ରେ ଚଢ଼ାଉ କରିଛି  ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍‌) । ଚଢ଼ାଉ ବେଳେ  ୩୬ ଲକ୍ଷ ଟଙ୍କାର ନକଲି ଉତ୍ପାଦ ଜବତ କରାଯାଇଛି ।  ଜବତ ହୋଇଥିବା ୩,୬୦୦  ନକଲି ସାମଗ୍ରୀ ମଧ୍ୟରେ  ୨୧୫ଟି ଖେଳନା ଏବଂ ୨୪  ହ୍ୟାଣ୍ଡ୍‌ ବ୍ଲେଣ୍ଡର ରହିଛି ।  ଏସବୁ ଉତ୍ପାଦଗୁଡ଼ିକରେ  ବିଆଇଏସ୍‌ର ବାଧ୍ୟତାମୂଳକ  ପ୍ରମାଣନ ନ ଥିବା ଜଣାପଡ଼ିଛି । ପ୍ରମାଣନ ନ ଥିବା ଉତ୍ପାଦଗୁଡ଼ିକ  ଉପରେ ଅଙ୍କୁଶ ଲଗାଇବା ପାଇଁ ଚାଲିଥିବା କାର୍ଯ୍ୟାନୁଷ୍ଠାନର  ଅଂଶବିଶେଷ ବିଆଇଏସ୍‌ ଅଧିକାରୀମାନେ ଆମାଜନ ଏବଂ  ଫ୍ଲିପ୍‌କାର୍ଟ ୱେର୍‌ହାଉସ୍‌ଗୁଡ଼ିକରେ ଛାନ୍‌ଭିନ୍‌ କରିଥିଲେ ଏବଂ  ନକଲି ଉତ୍ପାଦଗୁଡ଼ିକୁ ଜବତ କରିଥିବା ଜଣାପଡ଼ିଛି।