ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବଡୋଦରାରେ ୧.୫୮ କୋଟି ଟଙ୍କାର ଆମ୍ବରଗ୍ରୀସ ଜବତ; ଛଅ ଜଣଙ୍କୁ ଗିରଫ କଲା ପୋଲିସ

Published By : Bijay Swain | June 27, 2025 11:15 PM

ନୂଆଦିଲ୍ଲୀ: ବଡୋଦରା ସହରରେ ପୁଲିସ ଏକ ବଡ଼ ଧରଣର ଅଭିଯାନ ଚଳାଇ ୫.୨୫୨ କିଲୋଗ୍ରାମ ଆମ୍ବରଗ୍ରୀସ (ତିମି ବାନ୍ତି) ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧.୫୮ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ପଲିସ ଛଅ ଜଣଙ୍କୁ ଗିରଫ କରିଛି। ବଡୋଦରା ସହର ପୁଲିସର ଲୋକାଲ କ୍ରାଇମ ବ୍ରାଞ୍ଚ (LCB) ଜୋନ ୨ ଟିମ ଗୁପ୍ତ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଖବର ମୁତାବକ, ପୁଲିସ ସୂଚନା ପାଇଥିଲା ଯେ ବିଲ ଅଟଲାଦରା ଅଞ୍ଚଳ ଦେଇ ଏକ ହାଚବ୍ୟାକ କାରରେ ଆମ୍ବରଗ୍ରୀସ ଚୋରାଚାଲାଣ ହେଉଛି। LCB ଟିମ ତୁରନ୍ତ ସେହି ଅଞ୍ଚଳରେ ନିରୀକ୍ଷଣ ବ୍ୟବସ୍ଥା କରି କାରଟିକୁ ଅଟକାଇ ତଲାସୀ କରିଥିଲେ। ତଲାସୀ ସମୟରେ ଉକ୍ତ କାରରୁ ୫.୨୫୨ କିଲୋଗ୍ରାମ ଆମ୍ବରଗ୍ରୀସ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବଡୋଦରାର ସୁରେନ୍ଦ୍ରସିଂହ ଚାଭଡା (୨୫), ଗୌତମ ବସାଭା (୨୨), ସିଦ୍ଧାର୍ଥ ତଡଭୀ (୨୩), ସୁରଜସିଂହ କାମ୍ବୋଜ (୨୪), ରାଜୁ ଭାରୱାଡ (୨୩) ଏବଂ ନର୍ମଦା ଜିଲ୍ଲାର ଦୀପକ ରବାରୀ (୨୬)।

ଆମ୍ବରଗ୍ରୀସ, ଯାହାକୁ ତିମି ବାନ୍ତି ବା ‘ଫ୍ଲୋଟିଂ ଗୋଲ୍ଡ’ ମଧ୍ୟ କୁହାଯାଏ। ସ୍ପର୍ମ ତିମିର ପାଚନ ତନ୍ତ୍ରରୁ ଉତ୍ପନ୍ନ ଏକ ମୂଲ୍ୟବାନ ମହମ ଜାତୀୟ ପଦାର୍ଥ। ଏହା ବିଭିନ୍ନ ସୁଗନ୍ଧି ଉଦ୍ୟୋଗରେ ବ୍ୟବହୃତ ହୁଏ ଏହାଛଡା ଏହା ନିଜର ଔଷଧୀୟ ଗୁଣ ପାଇଁ ମଧ୍ୟ ବେଶ ଜଣାଶୁଣା। ଭାରତରେ ଏହାର ବ୍ୟବସାୟ ଏବଂ ଅଧିକାର ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ନିଷିଦ୍ଧ କରାଯାଇଛି। ଜବତ ଆମ୍ବରଗ୍ରୀସକୁ ଫରେନସିକ ପରୀକ୍ଷା ପାଇଁ ପଠାଯିବା ସହ ଏହି ମାମଲାରେ ବନ ବିଭାଗକୁ ମଧ୍ୟ ସାମିଲ କରାଯାଇଛି।

ଅଭିଯୁକ୍ତମାନେ ଏହି ପଦାର୍ଥକୁ ଅବୈଧ ଭାବେ ବିକ୍ରୟ କରିବା ଉଦ୍ଦେଶ୍ୟରେ ବହନ କରୁଥିବା ପୁଲିସ ଅନୁମାନ କରୁଛି। ଏହି ଘଟଣା ଦେଶରେ ଆମ୍ବରଗ୍ରୀସର ଅବୈଧ ବ୍ୟବସାୟର ଚିନ୍ତାଜନକ ପରିସ୍ଥିତି ଉପରେ ଆଲୋକପାତ କରିଛି। ପୁଲିସ ଏବଂ ବନ ବିଭାଗ ଏହି ମାମଲାର ତଦନ୍ତ ଜାରି ରଖିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.