ଭୁବନେଶ୍ୱର ୦୧/୦୬: ଭୁବନେଶ୍ବର ଜଳିଗଲା ଆମ୍ବୁଲାନ୍ସ। ସର୍ଟସର୍କିଟ୍ରୁ ଆମ୍ବୁଲାନ୍ସରେ ଭୟଙ୍କର ନିଆଁ ଲାଗିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ନିଆଁ ଲିଭାଇବା ପାଇଁ ଫାୟାର ଫାୟାରିଂ ଫୋମ୍ ସ୍ପ୍ରେ କରିଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି ଜୀବନହାନି ନାହିଁ।" ଏଭଳି ଘଟଣା ଘଟିଛି ଜାଗମରା ଧର୍ମବିହର ଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଆମ୍ବୁଲାନ୍ସ। ଜଗନ୍ନାଥ ମନ୍ଦିର ସାମ୍ନାରେ ଆମ୍ବୁଲାନ୍ସ ବର୍ଷ ସାରା ଠିଆ ହୋଇଥାଏ। କିନ୍ତୁ ଆଜି ହଠାତ୍ ନିଆଁ ଲାଗୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ।

ଅମ୍ବୁଲାନ୍ସରେ ଜଗନ୍ନାଥ ମନ୍ଦିର ସାମ୍ନାରେ ବର୍ଷ ସାରା ଠିଆ ହୋଇଥାଏ। କିନ୍ତୁ ଆଜି ସର୍ଟସର୍କିଟ୍ରୁ ଜଳିଗଲା ଆମ୍ବୁଲାନ୍ସ । ଏନେଇ ଡ୍ରାଇଭର ଆନନ୍ଦ କୁମାର ଛୋଟରାୟଙ୍କ କହିବା ଅନୁଯାୟୀ, ଆମ୍ବୁଲାନ୍ସଟି କିଛି ଦିନ ହେଲା ବ୍ୟାଟେରୀ ସମସ୍ୟା ଭୋଗୁଥିଲା। ପ୍ରତିଦିନ ସକାଳେ ଠେଲିକି ଷ୍ଟାର୍ଟ କରିବାକୁ ପଡୁଥିଲା। ଇଞ୍ଜିନରେ ବି ସର୍ଟସର୍କିଟ୍ ଥିଲା। ଗତକାଲି ରାତିରେ ଗାଡ଼ି କଟକ ଯାଇ ଭୋର ସାଢ଼େ ୪ଟା ରେ ଫେରିଥିଲା। ଆଉ ତାର ୬ଟା ପଖାପାଖି ମିନିଟ୍ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କିଛି ମିନିଟ୍ ମଧ୍ୟରେ ପୁରା ଗାଡ଼ି ଜଳି ପାଉଁଶ ହୋଇଗଲା। ତେବେ ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ।

ପ୍ରତ୍ୟକ୍ଷଦର୍ଶୀ ବିକାଶ ସାହୁଙ୍କ କହିବା ଅନୁଯାୟୀ, ଆମ୍ବୁଲାନ୍ସ ପାଖରେ ପ୍ରାୟ ୪-୫ ଟା କାର୍ ଆଉ ଅନ୍ୟ ଗାଡ଼ି ପାର୍କିଂ ହୋଇଥିଲା। ବିଏମସି ସୁଇପର ନିଆଁ ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ତୁରନ୍ତ ସବୁ ଗାଡ଼ିକୁ ସୁରକ୍ଷିତ ସ୍ଥାନକୁ ହଟାଇ ଦେଇଥିଲେ ଗାଡ଼ିମାଲିକ ମାନେ। ନହେଲେ ବଡ଼ ଅଘଟଣ ଘଟିଥାନ୍ତା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଫୋମ୍ ସ୍ପ୍ରେ କରି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ବିଜେପି ନେତା ହିମାଂଶୁ ଶେଖର ଛୋଟରାୟ ଓ ସ୍ଥାନୀୟ ବାସିନ୍ଦା ରଘୁ ମହାନ୍ତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିବାରେ ସାହାଯ୍ୟ କରିଥିଲେ।

ଅଧିକ ପଢ଼ନ୍ତୁ :-  Fire Tragedy: ପ୍ରେସ୍ ଛକ ମାଛ ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ

ଆଜି ଆମ୍ବୁଲାନ୍ସ ଖାଲି ଥିଲା, କାଲି କ'ଣ ହେବ? ଯାନ୍ତ୍ରିକ ତ୍ରୁଟିକୁ ଅଣଦେଖା କରିବା ଅର୍ଥ - ଜୀବନ ସହ ଖେଳିବା । ପ୍ରତିଦିନ ଠେଲିକି ଷ୍ଟାର୍ଟ ହେଉଥିବା ଆମ୍ବୁଲାନ୍ସ କେମିତି ଜରୁରୀକାଳୀନ ସେବାରେ? ଦାୟୀ କିଏ - ଦାୟିତ୍ୱ କାହାର? ଆଜିର ଅଗ୍ନିକାଣ୍ଡ ଏ ପ୍ରଶ୍ନ ଉଠାଇଛି।