କଟକ ୦୧/୦୬:  କଟକ ପ୍ରେସ୍ ଛକରେ ଥିବା  ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁରେ ପୋଡି ପୂରା ମାଛ ମାର୍କେଟ୍ ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଅଧିକ ଟଙ୍କା ସମ୍ପତ୍ତି ପୋଡି ଯାଇଥିବା ଅନୁମାନ କରାଯାଉଛି। ସେହିଭଳି ମାଛ ମାର୍କେଟ୍ ଉପରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ମଧ୍ୟ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ଟିମ୍‌ ଉଦ୍ୟମ କରୁଛି। ଭୁବନେଶ୍ବରରୁ ଏକ ରୋବଟି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି।

ସୂଚନା ଅନୁଯାୟୀ,  ରାତି ପ୍ରାୟ ୧ରୁ ୨ଟାରୁ ମଧ୍ୟରେ ମାଛ ମାର୍କେଟରେ ନିଆଁ ଲାଗିଥିଲା । ଦେଖୁ ଦେଖୁ  ମାଛ ମାର୍କେଟ ଓ ଗୋଦାମ ଘର ନିଆଁ ପୋଡି ପାଉଁଶ ହୋଇଯାଇଥିଲା ମାଛ ମାର୍କେଟକୁ ଲାଗି ତିବା  ବିଲ୍ଡିଂରେ ଏକ ରଙ୍ଗ ଗୋଦାମ ଥିବାରୁ ନିଆଁ ବ୍ୟାପି ଯାଇଥିଲା। ସେଥିପାଇଁ ଅଗ୍ନିଶମ ବାହିନୀକୁ ନିଆଁ ଆୟତ୍ତ କରିବା କଷ୍ଟ ହେଉଛି । ଏବେ ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ବାହିନୀ ଲାଗିଛନ୍ତି । ମାଛ ବ୍ୟବସାୟୀଙ୍କର ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଜଳି ଯାଇଛି । ବିଡା ବିଡା ଟଙ୍କା ପୋଡି ଯାଇଛି । 

 

ଗତକାଲି ରବିବାରରେ ଭଲ ବେପାର ହୋଇଥିବା ବେଳେ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ରଖି ପାରିନଥିଲେ। ସମ୍ଭବତଃ ଆଜି ଟଙ୍କା ଡିପୋଜିଟ୍ କରିଥାନ୍ତେ । ତେବେ ଗତ ରାତିରୁ ନିଆଁ ଲାଗି ଯାଇଛି। ମାଛ ମାର୍କେଟ୍ ଜଳିଯିବା ଫଳରେ ବ୍ୟବସାୟୀମାଙ୍କର ସର୍ବସ୍ବ ଜଳି ଯାଇଛି । ପ୍ରାୟ ୧୭ ଜଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ମାଛ ମାର୍କେଟ୍ର ଆସବାବ ପତ୍ର ସହ ଡିପ୍ ଫ୍ରିଜର୍ ମଧ୍ୟ ଜଳି ଯାଇଛି ।

ସେହିଭଳି ବିଲ୍ଡିଂ ଉପର ମହଲାରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ବ୍ୟାପିଛି ।ବ୍ୟାଙ୍କର ଆସବାବପତ୍ରରେ ମଧ୍ୟ ନିଆଁ ଲାଗିଥିବା ଆଶଙ୍କା କରାଯାଉଠି। ନିଆଁ ଏବେ ଧୂଆଁ ବେଶ ଅଧିକ ଥିବାରୁ ଅଗ୍ନିଶମ ବାହିନୀ ପାଇଁ ଘର ଭିତରକୁ ପଶିବା ମୁସ୍କିଲ ହେଉଛି । ଆଗ୍ନିକମାନେ ଅକ୍ସିଜେନ୍ ମାସ୍କ ନେଇ ଭିତରକୁ ପଶିିବାକୁ ଉଦ୍ୟମ କରୁଛନ୍ତି। ଏହି ମାଛ ମାର୍କେଟ୍ ପାଖରେ ଆହୁରି ଅନେକ କୋଠା ଲାଗିଥିବାରୁ ନିଆଁ ବ୍ୟାପିବା ଆଶଙ୍କା ରହିଛି । ରୋବୋଟିକ ଭେଇକିଲ ବ୍ୟବହାର ହେଲା ।