ନୂଆଦିଲ୍ଳୀ,୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଚକିତ କଲା ଭଳି ଖବର। ଏବେ ସେ ଆମେରିକାର ନେତୃତ୍ବରେ ସବୁଠାରୁ ବଡ଼ ସୁରକ୍ଷା ସଂଗଠନ ‘ନାଟୋ’ରୁ ବାହାରିବାକୁ ଘୋଷଣା କରିପାରନ୍ତି। ସେ ‘ନାଟୋ’କୁ ‘ପେପର ଟାଇଗର’ ବୋଲି କହିଛନ୍ତି। ଏହା ସହ କହିଛନ୍ତି, ‘ନାଟୋ’ର ଏହି କ୍ଷମତାକୁ ମଧ୍ୟ ଭ୍ଲାଡିମିର ପୁଟିନ୍ ଜାଣନ୍ତି। ଟ୍ରମ୍ପ କହିଛନ୍ତି, ଏହି ମାମଲାରେ ଗମ୍ଭୀରତାର ସହ ବିଚାର କରୁଛି, କାରଣ ଆମେରିକାକୁ ‘ନାଟୋ’ରୁ ବାହାର ହୋଇଯିବ ଦରକାର। ଏହା ଏଥିପାଇଁ କାରଣ ‘ନାଟୋ’ ସଂଗଠନର ସଦସ୍ୟ ଦେଶ ଇରାନ ବିରୋଧରେ ଆମର ଅଭିଯାନରେ ସାଥ୍ ଦେଉ ନାହାନ୍ତି। ସ୍ପେନ୍,ବ୍ରିଟେନ୍, ତୁର୍କୀ, ହଙ୍ଗେରୀ ଭଳି ବହୁ ଦେଶ ଏହି ଯୁଦ୍ଧରେ ଆମେରିକାର ଆଭିମୁଖ୍ୟଠାରୁ ଅଲଗା ବିଚାର ପ୍ରକାଶ କରୁଛନ୍ତି।

ଟ୍ରମ୍ପ ‘ଦ ଟେଲିଗ୍ରାଫ୍’କୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ଏହି ସମ୍ଭାବନା ଅଛି ଯେ, ଆମେରିକା ଏହି ସଂଗଠନ ଛାଡି ଦେବ। ସେ କହିଛନ୍ତି, ବର୍ତ୍ତମାନ ଏହି ସଂଗଠନ ‘ପେପର ଟାଇଗର’ ହୋଇଯାଇଛି। ଏହା ପ୍ରଥମ ଥର ଯେତେବେଳେ ଆମେରିକା ନିଜର ୟୁରୋପୀୟ ସହଯୋଗୀଙ୍କୁ ନେଇ ଏତେ କଡା ମନ୍ତବ୍ୟ ପ୍ରକାଶ କରିଛି। ଯଦି ଆମେ ଏଭଳି କରିବା ତେବେ ପୁଣି ଦ୍ବିତୀୟ ଥର ବିଚାର କରିବୁନି। ଟ୍ରମ୍ପ କହିଛନ୍ତି, ହଁ ଆମେ ଦ୍ବିତୀୟ ଥର ଏହା ଉପରେ ଭାବିବୁନି। ମୁଁ କେବେ ନାଟୋ ଉପରେ ଅଧିକ ଭରସା କରିନାହିଁ। ମୁଁ ସବୁବେଳେ ଜାଣିଥିଲି, ଏହି ସଂଗଠନ ଏକ ‘ପେପର ଟାଇଗର’। ପୁଟିନ୍ ବି ଏହି କଥା ଜାଣି ସାରିଛନ୍ତି।’

ଟ୍ରମ୍ପଙ୍କ ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ବହୁ ନାଟୋ ଦେଶ ଇରାନ ସହ ଯୁଦ୍ଧ ବେଳେ ଆମେରିକାର ସାଥ୍ ଦେବାକୁ ମନା କରିଦେଇଛନ୍ତି। ଟ୍ରମ୍ପ ନାଟୋ ସହଯୋଗୀଙ୍କୁ କହିଥିଲେ ଆପଣମାନେ ମଧ୍ୟ ହର୍ମୁଜକୁ ନିଜର ଓ୍ବାରସିପ୍ ପଠାନ୍ତୁ, ଫଳରେ ତାକୁ ଖୋଲିହେବ। ତେବେ ଅଧିକାଂଶ ଦେଶ ଏହାକୁ ମନା କରିଦେଇଥିଲେ। ଏଭଳି ସ୍ଥିତିରେ ଟ୍ରମ୍ପ ଏବେ ବିଚଳିତ ହୋଇ ପହିଛନ୍ିତ। ସେ ପୂର୍ବରୁ ବି ନାଟୋର ଫଣ୍ଡିଂରେ ଆମେରିକାର ସବୁଠାରୁ ଅଧିକ ଯୋଗଦାନକୁ ନେଇ ପ୍ରଶ୍ନ ଉଠାଇ ସାରିଥିଲେ। ତାଙ୍କର କହିବାର କଥା ଥିଲା ୟୁରୋପୀୟ ଦେଶର ସୁରକ୍ଷା ଦାୟିତ୍ବ କେବଳ କାହିଁକି ଆମେରିକାର ? ୟୁରୋପୀୟ ଦେଶ ନିଜର ସୁରକ୍ଷା ପାଇଁ ଫଣ୍ଡିଂ ବଢାଇବା ଦରକାର। ଏବେ ସେ ଯାହା କହିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ଓ ଦୁନିଆରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇପାରେ।

ଯଦି ନାଟୋରେ ବାହାର ହେବାର ନିଷ୍ପତ୍ତି ଆମେରିକା ନିଏ ତେବେ ରୁଷ ପାଇଁ ଏହା ବଡ଼ ଆଶ୍ବସ୍ତିଜନକ ଖବର ହେବ। ଏହାର ବିରୋଧ କେବଳ ନାଟୋର ବିସ୍ତାରକୁ ନେଇ ରହିଛି। ୟୁକ୍ରେନ୍ ନାଟୋରେ ସାମିଲ ହେବାର ସମ୍ଭାବନା କାରଣରୁ ସେ ଆକ୍ରମଣ କରିଥିଲା। ରୁଷର କହିବା ଅନୁସାରେ, ଏଭଳି ସ୍ଥିତିରେ ନାଟୋ ଦେଶର ସେନା ଆମର ସୀମାରେ ଆସିଯିବେ। ଏବେ ଟ୍ରମ୍ପ କହିଛନ୍ତି, ଏହି ସଂଗଠନକୁ ଅଟୋମେଟିକ୍ ହେବାକୁ ପଡିବ। କାହିଁକି ଆମଠାରୁ ବାରମ୍ବାର ପଚାରିବେ। ତାହା ଆମର ସମସ୍ୟା ନଥିଲା, କିନ୍ତୁ ଆମେ ଆକ୍ସନ ନେଲୁ। ଆମେ ତାଙ୍କ ପାଇଁ ଠିଆ ହେଲୁ, କିନ୍ତୁ ସେମାନେ ଆମ ସହ କେବେ ଆସିବେ ?

ଆହୁରି ପଢନ୍ତୁ :‘ଏହା ଆମର ଯୁଦ୍ଧ ନୁହେଁ’ , ଇରାନ ସହ ଲଢେଇ ଭିତରେ ଆମେରିକାକୁ ବ୍ରିଟେନ୍‌ର ଝଟକା