ନୂଆଦିଲ୍ଳୀ୧।୪: ସମଗ୍ର ପଶ୍ଚିମ ଏସିଆ ଯୁଦ୍ଧର ନିଆଁରେ ଜଳୁଛି ରହିଛି। ଯୁଦ୍ଧ ଥମିବାର ବି କେଉଁଆଡୁ ଦେଖାଯାଉନି। ଇରାନ ଉପରେ  ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଆକ୍ରମଣ ଜାରି ରଖିଛନ୍ତି। ସେପଟେ ଇରାନ ବି ଗଲ୍ଫ ଦେଶରେ ଥିବା ଆମେରିକାର ବହୁ ଆଡ୍ହାକୁ ଟାର୍ଗେଟ କରିଛି। ଘମାଘୋଟ ଲଢେଇ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ତେବେ ‘ନାଟୋ’ର ସଦସ୍ୟ ରାଷ୍ଟ୍ରମାନେ ତାଙ୍କର ହାତ ଛାଡି ଦେଇଥିଲେ। ଏବେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଇରାନ ଯୁଦ୍ଧରେ ସାମିଲ ହେବେନି ବୋଲି ତାଙ୍କର ଦୃଢ଼ ମତ ରହିଛନ୍ତି।

ବ୍ରିଟିସ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଏକ ବଡ଼ ଏବଂ କଠିନ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି,  ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା କୌଣସି ସାମରିକ ଅଭିଯାନରେ ଅଂଶଗ୍ରହଣ କରିବ ନାହିଁ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ଆମର ଲଢ଼େଇ ନୁହେଁ। ତାଙ୍କର ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ନାଟୋ ସହଯୋଗୀ ଦେଶ ପକ୍ଷରୁ ବ୍ରିଟେନ୍ ଉପରେ ଏଭଳି ଯୁଦ୍ଧରେ ସାମିଲ ହେବାର ଚାପ ପକାଯାଉଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ସେ ଦେଶର ସେନାର କୌଣସି ପ୍ରକାର ଆକ୍ରାମକ ଅଭିଯାନ ଅଂଶ ପାଲଟିବେନି। ଯାହାଦ୍ବାରା ବ୍ରିଟେନ୍‌ର ରାଷ୍ଟ୍ରୀହ ହିତକୁ କ୍ଷତି ପହଁଞ୍ଚିବ। ତେବେ ହୋର୍ମୁଜକୁ ଖୋଲିବା ନେଇ ଅନ୍ତର୍ଜାତୀୟ ବୈଠକରେ ଚର୍ଚ୍ଚା କରିବା ନେଇ ​‌ସେ ସାମିଲ ହେବେ।

​​​​​​​

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ଷ୍ଟାରମର, କୂଟନୀତିର ପତ୍ୟେକ ଦିଗକୁ ବୁଝନ୍ତି, ତେଣୁ ସେ ତାଙ୍କର ସମର୍ଥନକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରିନାହାଁନ୍ତି। ବ୍ରିଟେନ ଏବେ ଆମେରିକାକୁ ସାଇପ୍ରସରେ ଥିବା ତାଙ୍କର ‘ଆରଏଏଫ୍ ଆକ୍ରୋଟିରି’ ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦେଇଛି। ଯଦିଓ କଠୋର ସର୍ତ୍ତାବଳୀ ଲାଗୁ କରାଯାଇଛି। ଷ୍ଟାରମର ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ଘାଟି କେବଳ ପ୍ରତିରକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ, ଯେପରିକି ଆସୁଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ଖସାଇ ପାଇଁ କେବଳ ରହିବ। ନିକଟରେ ରୟାଲ ଏୟାର ଫୋର୍ସ (RAF) ଉପସାଗରୀୟ ଅଞ୍ଚଳରେ ସହଯୋଗୀଙ୍କୁ ସହାୟତା କରିବାକୁ କିଛି ଇରାନୀ ଡ୍ରୋନ୍‌କୁ ମାରି ନଷ୍ଟ କରିଥିଲା।

ବ୍ରିଟେନ୍‌ର ଏହି କଡା ଆଭିମୁଖ୍ୟ ଦ୍ବାରା ଆମେରିକା ରାଷ୍ଟ୍ରପତି ଅସନ୍ତୋ​‌ଷ ପ୍ରକାଶ କରିଛନ୍ତି।  ଟ୍ରମ୍ପ  କହିଛନ୍ତି, ବ୍ରିଟେନ୍‌ ପକ୍ଷରୁ ନିଜର ସାମରିକ ଆଡ୍ହାକୁ ଅସୀମିତ ଭାବରେ ବ୍ୟବହାର ନକରିବାର ଅନୁମତି ନଦେବା ଦୁଇ ଦେଶର ପୁରୁଣା ସମ୍ପର୍କରେ ଫାଟର ସଙ୍କେତ।  ଏହି ନିଷ୍ପତ୍ତି ବ୍ରିଟେନର ଅର୍ଥନୀତି ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଉଛି। ଷ୍ଟାରମର ଭଲ ଭାବରେ ଜାଣନ୍ତି  ଯଦି ବ୍ରିଟେନ ଏହି ଯୁଦ୍ଧରେ ଏଣ୍ଟ୍ରି କରେ, ତେବେ ସୁଏଜ କେନାଲ ଏବଂ ହରମୁଜ ଭଳି ସମୁଦ୍ର ପଥ ଅବରୋଧ ହେବା ଦ୍ୱାରା ବ୍ରିଟେନରେ ତୈଳ ମୂଲ୍ୟ ଆକାଶଛୁଆଁ ହୋଇଯିବ। ବର୍ତ୍ତମାନ ପାଇଁ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ଏବଂ ଅର୍ଥନୀତିକୁ ପ୍ରାଥମିକତା ଦେଇ ତାଙ୍କ ସହଯୋଗୀଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି।

ଆହୁରି ପଢନ୍ତୁ : ସରିବ ଯୁଦ୍ଧ, କମିବ ତେଲ ଦର ! ଟ୍ରମ୍ପ କହିଲେ 'ପାଷାଣ ଯୁଗକୁ ଚାଲିଗଲା ଇରାନ'