ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିପଦଠାରୁ କମ୍ ନୁହେଁ ଭାରତ-ପାକ୍ ସୀମା, ଆମେରିକା ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

Published By : Harapriya Biswal | March 9, 2025 3:17 PM

ନୂଆଦିଲ୍ଲୀ,୯।୩:  ଆମେରିକାରେ ନିଜ ନାଗରିକଙ୍କୁ ଭାରତ-ପାକ୍ ସୀମାରେ ରହିବା ଓ ସେହି ଅଞ୍ଚଳକୁ ଯାତ୍ରା ନକରିବାର ଆଡଭାଇଜାରି ଜାରି କରାଯାଇଛି। ଆତଙ୍କବଦା ଓ ସଶସ୍ତ୍ର ସଂଘର୍ଷର ଆଶଙ୍କାରେ ଭାରତ-ପାକିସ୍ତାନ ସୀମା ଓ ନିୟନ୍ତ୍ରଣ ରେଖା ଆଖପାଖ ତଥା ବେଲୁଚିସ୍ତାନ ଓ ଖୈବର ପଖତୁନଖ୍ବା ପ୍ରଦେଶ ଯାତ୍ର ନକରିବାର ଚେତାବନୀ ଦେଇ ଏକ ପରାମର୍ଶ ଜାରି କରିଛି।

ଆଡଭାଇଜରୀରେ କୁହାଯାଇଛି ଯେ, ଏହି ଅଞ୍ଚଳରେ ଆତଙ୍କୀ ଗତିବିଧି ଓ ସଶସ୍ତ୍ର ସଂଘର୍ଷ ହୋଇପାରେ। ଏହି କାରଣ ପାଇଁ ଲୋକଙ୍କୁ ପାକିସ୍ତାନ ଯାତ୍ରା ଉପରେ ପୁନଃବିଚାର କରିବା ଦରକାର। ଯାତ୍ରା ପରାମର୍ଶରେ ଆମେରିକାରୁ ଆତଙ୍କବାଦର କାରଣ ବେଲୁଚିସ୍ତାନ ଓ ଖୈବର ପଖତୁନଖ୍ବାର ଯାତ୍ରା ନକରିବାକୁ ମଧ୍ୟ କୁହାଯାଇଛି। ଆମେରିକା କହିଛି ଏହି ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଆକ୍ଟିଭ ଥିବାର ସୂଚନା ରହିଛି। ଏହାଛଡା ସୀମାରେ ଭାରତ ଓ ପାକିସ୍ତାନ ଦୁଇ ପଟୁ ବହୁ ସଂଖ୍ୟାରେ ସୈନିକ ମୁତୟନ ରହିଛନ୍ତି। ଉଲ୍ଲେଖନୀୟ ଯେ, ପାକିସ୍ତାନର ବେଲୁଚିସ୍ତାନ ଓ ଖୈବର ପଖତୁନଖ୍ବାରେ ଆତଙ୍କବାଦୀ ସଂଗଠନ ଲଗାତାର ବହୁ ଆକ୍ରମଣ କରିସାରିଛି।

ଶୁକ୍ରବାର ମଧ୍ୟ ପାକିସ୍ତାନର ବେଲୁଚିସ୍ତାନରେ ହିଂସାର ଘଟଣା ସାମନାକୁ ଆସିଛି। କେଚ୍ ଜିଲାର ତୁରବତରେ କିଛି ଅଜଣା ସଶସ୍ତ୍ର ଲୋକ ଶୁକ୍ରବାର ବିଳମ୍ବିତ ରାତିରେ ବେଲୁଚିସ୍ତାନର ପ୍ରମୁଖ ମୌଲବୀ ମୁଫତି ଶାହ ମୀରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ପୋଲିସ ଶନିବାର ଏହି ସୂଚନା ଦେଇଛି। ସେ କହିଛନ୍ତି ସଶସ୍ତ୍ର ଲୋକ ଧାର୍ମିକ ବିଦ୍ବାନଙ୍କୁ ସେହି ସମୟରେ ଟାର୍ଗେଟ କରିଥିଲେ ଯେତେବେଳେ ସେ ରାତିରେ ନମାଜ କରି ବାହାରକୁ ଆସିଥିଲେ।

ପୋଲିସର କହିବା ଅନୁସାରେ, ମୋଟର ସାଇକେଲ ନେଇ ଆସିଥିବା ସଶସ୍ତ୍ର ଲୋକ ମୁଫତି ଶାହ ମୀରଙ୍କ ଉପରେ ଗୁଳି ଚଳାଇଥିଲେ। ଯାହାଫଳରେ ଗୁରୁତର ଭାବରେ ଆହତ ହୋଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ,ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରିପୋର୍ଟ ଅନୁସାରେ, ମୌଲବୀ ମୀର ଜେୟୁଆଇ-ଏଫ୍‌ର ଘନିଷ୍ଠ ଥିଲେ। ଏହା ପୂର୍ବରୁ ମଧ୍ୟ ଦୁଇଥର ତାଙ୍କ ଉପରେ ଆକ୍ରମଣ ହୋଇସାରିଛି। ଏହି ଆକ୍ରମଣ ଖୁଜଦାରରେ ଜେୟୁଆଇ-ଏଫ୍‌ର ଦୁଇ ନେତାଙ୍କ ଗୁଳି ମାରି ହତ୍ୟାର କିଛି ଦିନ ପରେ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.