ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆମେରିକାର ଏକ ରେଷ୍ଟୁରାଣ୍ଟରେ ଅଜ୍ଞାତ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡ, ୯ ଆହତ...

Published By : Ladu Kishor | May 5, 2025 6:28 PM

ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ଏକ ଗୁଳିକାଣ୍ଡର ବଡ଼ ଘଟଣା ଘଟିଛି । ଏହି ଘଟଣାଟି ଫୋନିକ୍ସରେ ଘଟିଛି। ଫୋନିକ୍ସର ଏକ ରେଷ୍ଟୁରାଣ୍ଟରେ ୯ ଜଣ ଲୋକଙ୍କୁ ଗୁଳିମାଡ କରାଯାଇଛି। ପୋଲିସ ଏହି ଘଟଣା ବିଷୟରେ ସୂଚନା ଦେଇଛି। ଗ୍ଲେଣ୍ଡେଲ ପୋଲିସ ଅଧିକାରୀ ମୋରୋନି ମେଣ୍ଡେଜ୍ ଘଟଣାସ୍ଥଳରୁ କହିଛନ୍ତି ଯେ, ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ଏଲ୍ କୈମୋରନ୍ ଗିଗାଣ୍ଟେ ମାରିସ୍କୋସ୍ ଏବଂ ଷ୍ଟିକହାଉସରେ ଗୁଳିକାଣ୍ଡ ହୋଇଥିବା ଖବର ପାଇଥିଲା ପୋଲିସ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । 

ତେବେ ପ୍ରାରମ୍ଭିକ ତଦନ୍ତ ସମୟରେ ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ, କିନ୍ତୁ ନଅ ଜଣଙ୍କୁ ଗୁଳି କରାଯାଇଥିବା ସୂଚନା ରହିଛି ବୋଲି ଅଧିକାରୀ କହିଛନ୍ତି। ପୀଡିତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ତୁରନ୍ତ ସୂଚନା ଉପଲବ୍ଧ ହୋଇନାହିଁ। ପୋଲିସ ବିଶ୍ୱାସ କରୁଛି ଯେ ଏହି ଘଟଣାରେ ଜଣେରୁ ଅଧିକ ଗୁଳିଚାଳକ ସାମିଲ ଅଛନ୍ତି। ତଦନ୍ତକାରୀ ମାନେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିନାହାଁନ୍ତି, କିନ୍ତୁ ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି।

ସୂଚନାଥାଉକି, ଆମେରିକାରେ ଗୁଳିଚାଳନା ଏକ ଘଟଣା ସାଧାରଣ। ଏଠାରୁ ବିଭିନ୍ନ ସମୟରେ ଗୁଳିଚାଳନା ଖବର ଆସିଥାଏ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ୫୦ ବର୍ଷ ମଧ୍ୟରେ, ଏହି ବନ୍ଧୁକ କଲଚର୍ ଯୋଗୁଁ ୧୫ ଲକ୍ଷରୁ ଅଧିକ ଆମେରିକୀୟ ପ୍ରାଣ ହରାଇଛନ୍ତି। ଆମେରିକାର ଜନସଂଖ୍ୟା ପ୍ରାୟ ୩୩ କୋଟି କିନ୍ତୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ୪୦ କୋଟିରେ ପହଞ୍ଚିଛି। ଆମେରିକାର ନିୟମ ଅନୁଯାୟୀ, ରାଇଫଲ୍ କିମ୍ବା ଛୋଟ ବନ୍ଧୁକ କିଣିବା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପାଇଁ ଏହା ୨୧ ବର୍ଷ ହେବା ଆବଶ୍ୟକ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.