ମସ୍କୋ : ଇସ୍ରାଏଲ ଓ ଆମେରିକା ମିଶି ଶନିବାର ଇରାନର ଅନେକ ସହର ଉପରେ ବଡ଼ ମିସାଇଲ ଆକ୍ରମଣ କରିଛନ୍ତି। ଏଥିରେ ଅନେକ ଇରାନୀ ନେତା ଓ ଅନେକ ସିନିୟର ରିଭୋଲ୍ୟୁସନାରୀ ଗାର୍ଡଙ୍କର କମାଣ୍ଡରଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ଇରାନ ଉପରେ ହୋଇଥିବା ଏହି ହମଲାରେ ରୁଷ୍ ରାଗି ଯାଇଛି। ରୁଷ୍ର ପୂର୍ବତନ ରାଷ୍ଟ୍ରପତି ଓ ପ୍ରେସିଡେଣ୍ଟ ପୁଟିନଙ୍କ ନିକଟତର ଡିମିତ୍ରୀ ମେଦଭେଦେଭ ଏହି ଆକ୍ରମଣ ପାଇଁ ଆମେରିକାର କଡ଼ା ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ, ଆମେରିକା ପୁଣି ଥରେ ନିଜର ଅସଲ ଚେହେରା ଦେଖାଇ ଦେଇଛି।
ଏହାସହ ମଧ୍ୟ ପଢନ୍ତୁ : ବାହାରିନ ଠାରୁ କତାର ଯାଏ ... ଆମେରିକୀୟ ବେସ୍ ଉପରେ ଇରାନର ଆତଙ୍କ ଲୀଳା, କଲା ଜୋରଦାର ମିସାଇଲ ମାଡ଼
ରୁଷୀୟ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡିମିତ୍ରୀ ମେଦଭେଦେଭ ଏହି କଥା ଉପରେ ଆଶଙ୍କା କରିଛନ୍ତି ଯେ, ୱାଶିଂଟନ କାହିଁକି ପ୍ରଥମେ ଉତ୍ତମ ବିଶ୍ୱାସର ସହ ଯୁଦ୍ଧ ଟାଳିବାକୁ ଆରମ୍ଭ କରିଥିଲା। ରାଷ୍ଟ୍ରପତି ପୁଟିନଙ୍କ ନିକଟତମ ସାଥି ଏବଂ ଏବେ ରୁଷର ସିକ୍ୟୁରିଟି କାଉନ୍ସିଲର ଡେପୁଟୀ ଚେୟାରମ୍ୟାନ ମେଦଭେଦେଭ ଟେଲିଗ୍ରାମରେ ଏକ ପୋଷ୍ଟରେ କହିଥିଲେ – ଶାନ୍ତି ପ୍ରତିଷ୍ଠାକାରୀ ପୁଣି ଥରେ ନିଜର ପ୍ରକୃତ ଚେହେରା ଦେଖାଇଛନ୍ତି। ଇରାନ ସହ ସମସ୍ତ କଥାବାର୍ତ୍ତା କେବଳ ଏକ ବାହାନା ଥିଲା। ଏହା ଉପରେ କେବେ କାହାକୁ ସନ୍ଦେହ ହୋଇ ନାହିଁ। କାହାର ମଧ୍ୟ କୌଣସି ବିଶେଷ ଜିନିଷ ଉପରେ ଆଲୋଚନା କରିବାରେ କୌଣସି ଆଗ୍ରହ ନଥିଲା।
ଅନ୍ୟପଟେ ତେହେରାନରେ ମସ୍କୋର ଦୂତାବାସ ଇରାନ ପ୍ରତି ଆମେରିକା ଓ ଇସ୍ରାଏଲର ଆକ୍ରମଣାତ୍ମକ ବ୍ୟବହାରର କଡ଼ା ନିନ୍ଦା କରିଛନ୍ତି ଏବଂ ରୁଷିଆବାସୀଙ୍କୁ କହିଛନ୍ତି ଯଦି ହୋଇ ପାରୁଛି ତ ସେମାନେ ଇସଲାମିକ ରିପବ୍ଲିକ୍ ଛାଡ଼ି ଦିଅନ୍ତୁ। ଦୂତାବାସ ଏକ ବିବୃତ୍ତିରେ କହିଛନ୍ତି, ଆମେ ଜୋର ଦେଇ ପରାମର୍ଶ ଦେଉଛୁ କି , ଯଦି ହୋଇ ପାରୁଛି ତ ଇରାନରେ ରହୁଥିବା ରୁଷୀୟ ନାଗରିକ ଓ ତାଙ୍କ ଦେଶର ଲୋକେ ଦେଶ ଛାଡ଼ି ଦିଅନ୍ତ। ଏହାସହ ଯେଉଁ ଲୋକ ଇରାନରେ ରହୁଛନ୍ତି ତାଙ୍କୁ ସତର୍କ ରହିବା ଓ ମିଲିଟ୍ରି ଏବଂ ସରକାରୀ ସ୍ଥାନ ଗୁଡ଼ିକର ପାଖକୁ ନଯିବାକୁ ଅପିଲ କରାଯାଉଛି।