ତେଲ ଅଭିଭ୍ : ଇସ୍ରାଏଲ ଓ ଆମେରିକାର ଆକ୍ରମଣର ଇରାନ ବଡ଼ ପ୍ରତିଶୋଧ ନେଇଛି। ସେ ଶନିବାର ଦ୍ୱିପ୍ରହରରେ ପ୍ରାୟ ଆଠଟି ଦେଶରେ ଥିବା ଆମେରିକୀୟ ଘାଟୀ ଉପରେ ଆକ୍ରମଣ କରିଛି। ଏଥିରେ ବାହାରିନର ନାଭାଲ ବେସ୍, କତାର, ୟୁଏଇ ,ସାଉଦୀ ଆରବ, ଇସ୍ରାଏଲ, କୁଏତ , ଦୁବାଇ ଆଦି ଅନ୍ତର୍ଭୁକ୍ତ। ଆକ୍ରମଣ ପରେ ବାହାରିନ କହିଛି ଯେ, ଆମେରିକାର ନେଭିର ପଞ୍ଚମ ଫ୍ଲିଟ୍ର ହେଡକ୍ୱାର୍ଟରକୁ ମିସାଇଲ ଆକ୍ରମଣରେ ଟାର୍ଗେଟ୍ କରାଯାଇଛି।
କତାରରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣା ଯାଇଛି। ହେଲେ , କୌଣସି କ୍ଷୟକ୍ଷତିର ତୁରନ୍ତ କୌଣସି ଖବର ଆସି ନାହିଁ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଆବୁଧାବୀରେ ମଧ୍ୟ ଜୋରଦାର ବିସ୍ଫୋରଣ ଶୁଣିବାକୁ ମିଳିଛି। ଦୁବାଇରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଇରାନ ବିପଜ୍ଜନକ କ୍ଷେପଣାସ୍ତ୍ର ଗୁଡ଼ିକ ଦ୍ୱାରା ଆମେରିକାର ଘାଟୀ ଗୁଡ଼ିକୁ ଟାର୍ଗେଟ୍ କରିଛି। ମିଡିଲ ଇଣ୍ଟରେ ଅନେକ ଦେଶରେ ଆମେରିକୀୟ ମିଲିଟାରୀ ନିଜର ଘାଟୀ (ବେସ୍) ତିଆରି କରିଛି, ସେଠାରେ ବହୁତ ସଂଖ୍ୟାରେ ସୈନିକ ଓ ଅସ୍ତ୍ରଶସ୍ତ୍ର ସବୁ ମହଜୁଦ ଅଛି।
ଆହୁରି ମଧ୍ୟ ପଢନ୍ତୁ : ମହାଯୁଦ୍ଧ ଆରମ୍ଭ ! ଇରାନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ, ଦେଶ ଛାଡି ପଳାଇଲେ ଖାମନେଇ !
ଏହା ପୂର୍ବରୁ , ଆମେରିକା ଓ ଇସ୍ରାଏଲ ଶନିବାର ପୂରା ଇରାନରେ ଟାର୍ଗେଟ୍ କରି ଏକ ବଡ଼ ଆକ୍ରମଣ କରିଥିଲେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନୀ ଲୋକଙ୍କୁ ନିଜ ସରକାର ଉପରେ କବଜା କରିବାକୁ ଅପିଲ କରିଛନ୍ତି। ପ୍ରଥମ ହମଲା ତେହରାନର ଡାଉନଟାଉନରେ ଇରାନର ୮୬ ବର୍ଷିୟ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନିଙ୍କ ଘରର କମ୍ପାଉଣ୍ଡକୁ ଟାର୍ଗେଟ୍ କରାଯାଇ ଥିଲା। ଏହା ତୁରନ୍ତ ସ୍ପଷ୍ଟ ହୋଇ ନାହିଁ ଯେ ସେ ସେହି ସମୟରେ ସେଠାରେ ଥିଲେ ନା ନାହିଁ। ଇରାନୀ ରାଜଧାନୀରୁ ଧୂଆଁ ଉଠିବାର ଦେଖାଯାଉ ଥିଲା।
ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇ ଥିବା ଭିଡ଼ିଓରେ ଟ୍ରମ୍ପ କହିଛନ୍ତି – ୪୭ ବର୍ଷ ଧରି ଇରାନୀ ଶାସନ ଆମେରିକାକୁ ମୃତ୍ୟୁର ନାରା ଦେଇ ଆସୁଛନ୍ତି ଏବଂ ରକ୍ତପାତ ଓ ବଡ଼ ଧରଣର ଗଣହତ୍ୟାର ଶେଷ ହେଉ ନଥିବା କ୍ୟାମ୍ପେନ ଚଲାଇଛି , ଯେଉଁଥିରେ ୟୁନାଇଟେଡ୍ ଷ୍ଟେଟ୍ସ , ଆମର ସୈନିକ ଓ ଅନେକ ଦେଶର ସରଳ ନୀରିହ ଲୋକଙ୍କୁ ଟାର୍ଗେଟ୍ କରାଯାଇଛି। ଆକ୍ରମଣ ବେଳେ ଘରେ ଆଶ୍ରୟ ନେବାକୁ ସେ ଇରାନୀ ମାନଙ୍କୁ ଅପିଲ କରିଛନ୍ତି, କିନ୍ତୁ ସେ ଆହୁରି କହିଛନ୍ତି , ଯେତେବେଳେ ଆମେ ପୂରା ଶେଷ କରିଦେବୁ , ସେତେବେଳେ ତୁମ ସରକାରକୁ କବଜା କରିନେବ। ଏହା ତୁମର ହିଁ ହେବ। ଅନ୍ୟପଟେ ଇସ୍ରାଏଲ ଓ ଆମେରିକାର ହମଲାର ଇରାନ ଜବାବ ଦେବା ଆରମ୍ଭ କରିଦେଇଛି। ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡ କହିଛି ଯେ, ସେ ଇସ୍ରାଏଲକୁ ଟାର୍ଗେଟ୍ କରି ଡ୍ରୋନ୍ ଓ ମିସାଇଲର ପ୍ରଥମ ପର୍ଯ୍ୟାୟର କରି ଜବାବ ଦେଇଛି।