ନୂଆଦିଲ୍ଲୀ, ୪।୩: ଭାରତୀୟଙ୍କ ସହାୟତା ପାଇଁ କଣ୍ଟ୍ରୋଲ ରୁମ୍ ସ୍ଥାପନ କଲେ କେନ୍ଦ୍ର ସରକାର । ଜାରି ହେଲା ହେଲ୍ପଲାଇନ ନମ୍ବର । ପଶ୍ଚିମ ଏସିଆ ଏବଂ ଗଲ୍ଫ ଅଞ୍ଚଳରେ ଲାଗି ରହିଥିବା ପ୍ରବଳ ଉତ୍ତେଜନା ମଧ୍ୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତ ସରକାର । ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଭୟଙ୍କର ସଂଘର୍ଷକୁ ଦୃଷ୍ଟିରେ ରଖି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (MEA) ପକ୍ଷରୁ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲଙ୍କ ସୂଚନା ଅନୁସାରେ, ଏହି କଣ୍ଟ୍ରୋଲ ରୁମ୍ ପ୍ରତିଦିନ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଭାରତୀୟ ଏବଂ ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । 

ଏହା ବି ପଢ଼ନ୍ତୁ... ​​​​​​​ସଙ୍କଟରେ ଭାରତୀୟ: କୁଏତରେ ୩୦୦ ଅଟକ, ଉଦ୍ଧାର ପାଇଁ ସ୍ପାଇସ୍‌ଜେଟ୍‌ର ୮ ସ୍ୱତନ୍ତ୍ର ବିମାନ

ସହାୟତା ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର:

ଭାରତରେ ଥିବା ସମ୍ପର୍କୀୟମାନେ ଏହିସବୁ ନମ୍ବର ମାଧ୍ୟମରେ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିପାରିବେ:

1800118797

+91 11 2301 2113

+91 11 2301 4104

+91 11 2301 7905

ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସର ଜରୁରୀକାଳୀନ ନମ୍ବର:

ଇରାକ: +964 771 651 1185 / +964 770444 4899

ଇସ୍ରାଏଲ: +972 54 7520711 / +972 54 2428378

ଜୋର୍ଡାନ: +962 770 422 276

ଲେବାନନ୍: +961 76860128

ଇରାନ: +98 9128109115 / +98 9128109110 / +98 932179359

ସାଉଦି ଆରବ: +966 11 4884697 / +966 12 6648660

କୁଏତ: +965 65501946

କତାର: +974 55647502

ଓମାନ: +968 98282270 (ହ୍ୱାଟ୍ସଆପ୍) / 80071234

କାହିଁକି ବଢିଲା ଉତ୍ତେଜନା ?

ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୮ ତାରିଖରୁ ଏହି ସଂଘର୍ଷ ଆରମ୍ଭ ହୋଇଥିଲା । ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନ ଉପରେ କରାଯାଇଥିବା ବଡ଼ ଧରଣର ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ପରିସ୍ଥିତି ଅତି ଭୟଙ୍କର ରୂପ ଧାରଣ କରିଛି । ଇରାନ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ଜାରି ରହିଥିବାରୁ ସେଠାରେ ଲକ୍ଷ ଲକ୍ଷ ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତ ସରକାର ସତର୍କ ଅଛନ୍ତି ।