ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ପାଲଟା ଜବାବ ଦେଇଛନ୍ତି । ଆମ୍ବେଦକରଙ୍କ ଉପରେ ଏକ ଟିପ୍ପଣୀକୁ ନେଇ ଶାହଙ୍କ ଇସ୍ତଫା ଦାବି କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଏହା ପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅମିତ ଶାହ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ ମୋ ବୟାନକୁ କଂଗ୍ରେସ ବିକୃତ କରି ଉପସ୍ଥାପନ କରୁଛି । କଂଗ୍ରେସ ଆମ୍ୱେଦକର ବିରୋଧୀ, ସଂରକ୍ଷଣ ବିରୋଧୀ ଏବଂ ସମ୍ୱିଧାନ ବିରୋଧୀ ପାର୍ଟି ।'
सोशल मीडिया पर दावा किया जा रहा है कि राज्यसभा में केंद्रीय मंत्री @AmitShah द्वारा बाबा साहब डॉ. भीमराव अंबेडकर पर आपत्तिजनक बयान दिया गया है #PIBFactCheck
— PIB Fact Check (@PIBFactCheck) December 18, 2024
✅यह दावा भ्रामक है |
✅क्लिप्ड वीडियो में केन्द्रीय मंत्री के भाषण के चुनिंदा हिस्से को गलत तरीके से पेश किया गया है | pic.twitter.com/wvjYfpDB8K
କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ସହ ମିଳିତ ସାମ୍ୱାଦିକ ସମ୍ମିଳନୀରେ ଶାହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଆମ୍ୱେଦକରଙ୍କ ଉପରେ ଟିପ୍ପଣୀକୁ ନେଇ ଉପୁଜିଥିବା ବିବାଦରେ ବିରୋଧୀଙ୍କ ଟାର୍ଗେଟକୁ ଆସିଥିବା ଶାହ କହିଛନ୍ତି ଯେ, ସେ ସ୍ୱପ୍ନରେ ବି ବାବା ସାହେବ ଆମ୍ୱେଦକରଙ୍କୁ ଅପମାନ କରିପାରିବେ ନାହିଁ । କଂଗ୍ରେସ ଦଶନ୍ଧି ଦଶନ୍ଧି ଯାଏଁ ଦେଶ ଉପରେ ଶାସନ କରିଛି ଏବଂ ଏହି ଅବଧିରେ ନ୍ୟାୟପାଳିକାର ସବୁବେଳେ ଅପମାନ କରିଛି । ଶାହ କହିଛନ୍ତି ଯେ, କଂଗ୍ରେସ ନେତା ସହିଦଙ୍କ ଅପମାନ କରିଛି ଏବଂ ଭାରତର ଭୂମିକୁ ଅନ୍ୟ ଦେଶକୁ ଦେବାର କାମ ବି କଂଗ୍ରେସ ଶାସନକାଳରେ ହୋଇଛି ।
ଶାହ ଆହୁରି କହିଛନ୍ତି, ବାବା ସାହେବ ଆମ୍ୱେଦକରଙ୍କୁ କଂଗ୍ରେସ କେବେ ବି ସମ୍ମାନ ଦେଇ ନାହିଁ । ପଣ୍ଡିତ ଜବାହାରଲାଲ୍ ନେହରୁଙ୍କ ପୁସ୍ତକ କଥା ମଧ୍ୟ ଶାହ ଉଲ୍ଲେଖ କରିଛନ୍ତି । ବାବା ସାହେବଙ୍କୁ ସେ କେବେ ବି ଉପଯୁକ୍ତ ସ୍ଥାନ ଦେଇନଥିବା କଥା ବହିରେ ନେହରୁ ଉଲ୍ଲେଖ କରିଥିବା ନେଇ କହିଛନ୍ତି ଶାହ । କଂଗ୍ରେସ ବାବା ସାହେବଙ୍କୁ ଭାରତ ରତ୍ନ ଦେଲା ନାହିଁ । କଂଗ୍ରେସ କେବଳ ନିଜ ନେତାଙ୍କୁ ଭାରତ ରତ୍ନ ଦେଇଥିଲା ଏବଂ ୧୯୯୦ ଯାଏ ଆମ୍ୱେଦକରଙ୍କୁ ଯେପରି ଭାରତ ରତ୍ନ ନମିଳିବ ତାହା ମଧ୍ୟ ସୁନିଶ୍ଚିତ କରିଥିଲା । କଂଗ୍ରେସ ଶାସନକାଳରେ ବାବା ସାହେବଙ୍କ କୌଣସି ସ୍ମାରକୀ ନିର୍ମାଣ କରାଯାଇ ନାହିଁ । ବିରୋଧୀ ଦଳ କ୍ଷମତାକୁ ଫେରିବା ପରେ ସ୍ମାରକୀ ନିର୍ମାଣ କରାଗଲା ।
କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, କଂଗ୍ରେସ ଭ୍ରାନ୍ତି ସୃଷ୍ଟି କରୁଛି । ମିଛ ଖବର ପ୍ରଚାର କରୁଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ଏଡିଟ୍ କରି ପ୍ରସାରଣ କରିଥିଲା କଂଗ୍ରେସ। ଗତ ନିର୍ବାଚନ ସମୟରେ ମୋ ମନ୍ତବ୍ୟ ମଧ୍ୟ ଏଆଇ ବ୍ୟବହାର କରି କଦର୍ଥ କରିଥିଲା । ଆଉ ଆଜି ମଧ୍ୟ ମୋ କଥାକୁ କାଣ୍ଟଛାଣ୍ଟ କରି କଂଗ୍ରେସ ଭାଇରାଲ୍ କରୁଛି ବୋଲି ଶାହ ଅଭିଯୋଗ କରିଛନ୍ତି । ଶାହ କହିଛନ୍ତି ଯେ, ମୁଁ ସେହି ଦଳରୁ ଆସିଛି, ଯିଏ ସବୁବେଳେ ଆମ୍ୱେଦକର ଜୀଙ୍କୁ ସମ୍ମାନ କରିବା ସହ ତାଙ୍କ ଆଦର୍ଶରେ ଚାଲିବା ପାଇଁ ପ୍ରୟାସ କରେ । ଆମ୍ୱେଦକରଙ୍କ ବିରୋଧରେ କେବେ କିଛି ଭୁଲ କହିପାରିବି ନାହିଁ ।