ନୂଆଦିଲ୍ଲୀ,୨୮।୧୨: ଆପଣ ପରାଜୟ ପରେ ଥକି ପଡନ୍ତୁ ନାହିଁ। ଏବେ ତ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ହାରିବାର ଅଛି। ଆଗକୁ ବହୁତ କିଛି ହାରିବାର ଅଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାର ବିରୋଧି ଦଳ ନେତା ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଏଭଳି କହି ଟାର୍ଗେଟ କରିଛନ୍ତି। ଅହମ୍ମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହ କହିଛନ୍ତି, ୨୦୨୯ ରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଗଠନ ହେବ।
ଶାହ ଅହମ୍ମଦାବାଦ ନଗର ନିଗମର ୩୩୦ କୋଟି ଟଙ୍କା ବିକାଶ କାର୍ଯ୍ୟର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ସେ ନିଜର ସମ୍ବୋଧନରେ କହିଥିଲେ, ରାହୁଲ ବାବା ଏବେ ଆପଣ ପରାଜୟକୁ ନେଇ ଏତେ ଥକି ପଡନ୍ତୁ ନହିଁ। ପଶ୍ଚିମବଙ୍ଗ ଓ ତାମିଲନାଡୁରେ ହାରିବା ବାକି ଅଛି। ଏହା ସୁନିଶ୍ଚିତ। ୨୦୨୯ ରେ ପୁଣିଥରେ ପିଏମ୍ ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଗଠନ କରିବ। କାରଣ ବିଜେପିର ସିଦ୍ଧାନ୍ତରେ ଜନତା ଯୋଡି ହୋଇ ରହିଛନ୍ତି।’
ଗୃହମନ୍ତ୍ରୀ ଆହୁରି କହିଛନ୍ତି, ବିଜେପି ରାମ ମନ୍ଦିର ତିଆରି କରିଛି। କଂଗ୍ରେସ ଏହାକୁ ବିରୋଧ କରୁଥିଲା। ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ବେଳେ ବି ବିରୋଧ କରିଥିଲେ। ଏୟାରଷ୍ଟ୍ରାଇକ୍ଉପରେ ବି କଂଗ୍ରେସର ବିରୋଧ କଲା। ବାଲାଂଦେଶ ଅନୁପ୍ରବେଶକାରୀଙ୍କୁ ହଟାଇବା କଥା ଉଠାଇବା ବେଳେ ବି ବିରୋଧ କରାଗଲା। କାଶୀର ନୂଆ ମନ୍ଦିର, କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ, ତିନି ତଲାକ ଏବଂ କମନ ସିଭିଲ କୋଡକୁ ବି କଂଗ୍ରେସ ବିରୋଧ କଲା। ଜନତା ଯାହା ପସନ୍ଦ କରନ୍ତି, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏହାକୁ ବିରୋଧ କରନ୍ତି, ତେବେ ସେମାନେ ଭୋଟ କିପରି ପାଇବେ? ସେ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ, ରାହୁଲ ବାବାଙ୍କ ପାଖରେ ଲୋକଙ୍କୁ ବୁଝାଇବାର କ୍ଷମତା ନାହିଁ, କାରଣ ସେ ସେମାନଙ୍କୁ କିପରି ବୁଝାଇବେ ଯାହାକୁ ତାଙ୍କ ନିଜ ଦଳ ବୁଝାଇ ପାରିଲା ନାହିଁ?’
ଆହୁରି ପଢନ୍ତୁ :ପୁରା ବିଶ୍ୱରେ ଇଣ୍ଟରନେଟ୍ର ମାଲିକ କିଏ ? କେଉଁଠୁ ଆରମ୍ଭ ହୁଏ ଏହାର ସପ୍ଳାଇ ଚେନ୍, ଜାଣନ୍ତି କି ?