ନୂଆଦିଲ୍ଲୀ, ୨୬/୧ : ବଲିଉଡର ଜଣାଶୁଣା ଷ୍ଟାର କପଲ୍ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିଜର ବଳିଷ୍ଠ ଅଭିନୟ ପାଇଁ ଅମିତାଭ ଦର୍ଶକଙ୍କ ମନରେ ରାଜ କରୁଥିବାବେଳେ ଜୟା ଅଭିନୟ ପରେ ରାଜନୀତିରେ ନିଜର ମନ୍ତବ୍ୟ ପାଇଁ ସର୍ବଦା ଗଣମାଧ୍ୟମରେ ହେଡଲାଇନ୍ ପାଲଟିଥାନ୍ତି । ତେବେ ଅମିତାଭ ବଚ୍ଚନ ମଧ୍ୟ ରାଜନୀତିରେ ନିଜର ଛାପ ଛାଡ଼ିଥିବାବେଳେ ଏହାକୁ ନେଇ ରାଜୀବ ଶୁକ୍ଳା ଏକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଅମିତାଭ ବଚ୍ଚନ ଚାହିଁଥିଲେ ରାଜନୀତିରେ ଆହୁରି ଆଗକୁ ଯାଇପାରିଥାନ୍ତେ ।

କହି ରଖୁଛୁ କି, ରାଜୀବ ଗାନ୍ଧିଙ୍କ ନେତୃତ୍ବ ସମୟରେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ଅମିତାଭ ବଚ୍ଚନ । ସେ ଆଲ୍ଲାବାଦ ଆସନରୁ ନିର୍ବାଚନ ଲୋକସଭାକୁ ଯାଇଥିଲେ । ମାତ୍ର ଫୋବର୍ସ ଦୁର୍ନୀତି ମାମଲାରେ ଅମିତାଭଙ୍କ ନାଁ ଯୋଡ଼ି ହୋଇଥିଲା । ଯାହାକୁ ନେଇ ବିରୋଧୀମାନେ ତାଙ୍କୁ କଡ଼ା ସମାଲୋଚନା କରିଥିଲେ । ପରେ ପରେ ସେ ରାଜନୀତିକୁ ଏକପ୍ରକାର ବାଏ ବାଏ କରିଛନ୍ତି । ତେବେ ରାଜୀବ ଶୁକ୍ଲା କହିଛନ୍ତି କି, ଫିଲ୍ମ ଭଳି ଅମିତାଭ ଯଦି ରାଜନୀତି କରିବା ଜାରି ରଖିଥାନ୍ତେ ତାହେଲେ ସେ କିଛି ଛାପ ଛାଡ଼ିଥାନ୍ତେ ନିଶ୍ଚୟ । ସେ ସମୟରେ ସେ ଦୁଇଟି ବଡ଼ ଫିଲ୍ମରେ କାମ କରୁଥିବାବେଳେ ବିରୋଧୀଙ୍କ ଚାପ ମଧ୍ୟ ପଡ଼ିଥିଲା ।

ସେପଟେ ଜୟା ବଚ୍ଚନଙ୍କୁ ନେଇ ରାଜୀବ କହିଛନ୍ତି କି, ସେ ଜଣେ କଠୋର ଏବଂ ଶୃଙ୍ଖଳିତ ନେତ୍ରୀ । ସମାଜବାଦୀ ପାର୍ଟିର ଏହି ବରିଷ୍ଠ ନେତ୍ରୀ ସବୁବେଳେ ଭୁଲ୍ କରିଥିବା ନେତାଙ୍କୁ ସମାଲୋଚନା କରିଥାନ୍ତି । ଏପରିକି ସରକାରୀ ଦଳର ମନ୍ତ୍ରୀଙ୍କୁ ମଧ୍ୟ ବିଭିନ୍ନ ସମୟରେ ଟାର୍ଗେଟ କରିଛନ୍ତି । ଅନ୍ୟମାନେ ସେସନରେ ନଜର ଆସିନଥାନ୍ତି । ମାତ୍ର ଜୟା ସବୁବେଳେ ସଂସଦର ଅଧିବେଶନରେ ନଜର ଆସିଥାନ୍ତି । ଫିଲ୍ମ କଳାକାରଙ୍କ ମଧ୍ୟରେ ରାଜନେତାଙ୍କ ମଧ୍ୟରେ ସେ ସର୍ବୋତ୍ତମ ।

ଏହାସହ ପଢ଼ନ୍ତୁ : ଦୁଃଖ ଶୁଣିଲେ କାନ୍ଦି ପକାଇବେ : ୧୩ ବର୍ଷୀୟା ନାବାଳିକାକୁ ହୋଟେଲକୁ ନେଇ ଛାଡ଼ି ଦେଲା ପ୍ରେମିକ, ତାପରେ ହୋଟେଲ ମାଲିକ....