ଭୁବନେଶ୍ୱର ୨୦/୦୬: ଦେଶର  ଦ୍ରୁତତମ ଧାବକ ଅନିମେଶ କୁଜୁର ନିଜ ରାଜ୍ୟ ଛତିଶଗଡ଼ ପରିବର୍ତ୍ତେ ଓଡ଼ିଶା ଦଳରୁ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରି ଆସୁଛନ୍ତି, ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସେ କେଉଁ  ଆଧାରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି  ତାହାକୁ ନେଇ ଭାରତୀୟ ଆଥଲେଟିକ୍ସ ସଂଘକୁ  (ଏଏଫ୍‌ଆଇ) ପତ୍ର ଲେଖି ଏହାର ସମୀକ୍ଷା  କରିବା ପାଇଁ  ଅନୁରୋଧ ଜଣାଇଛନ୍ତି ଦେଶର  ପୂର୍ବତନ ଦ୍ରୁତତମ ଧାବକ ଅମିୟ କୁମାର  ମଲ୍ଲିକ ।  

ଯେ କୌଣସି ଖେଳାଳି ନିଜ ରାଜ୍ୟ ଛାଡ଼ି  ଅନ୍ୟ ରାଜ୍ୟରୁ ଖେଳିବାକୁ ହେଲେ ଏନ୍‌ଓସି  ବା ନୋ ଅବଜେକସନ ସାର୍ଟିଫିକେଟ୍‌ ଦେବାକୁ  ପଡ଼େ । ଏହି ଅନୁମତି ସେହି ଖେଳାଳି ନିଜ  ରାଜ୍ୟ ସଂଘ ଠାରୁ ଆଣିଥାନ୍ତି । ଅନିମେଶଙ୍କୁ  ୨୦୨୩ ସେପ୍ଟେମ୍ବର ମାସରେ ଛତିଶଗଡ଼  ଆଥଲେଟିକ ସଂଘ ବର୍ଷକ ପାଇଁ ଏନ୍‌ଓସି  ଦେଇଥିଲା । ୨୦୨୪ ସେପ୍ଟେମ୍ବର ମାସରୁ  ଏହି ଅବଧି ପୂରଣ ହୋଇ ସାରିଛି । ତଥାପି  ଅନିମେଶ ନିଜ ରାଜ୍ୟ ପରିବର୍ତ୍ତେ ଓଡ଼ ିଶାରୁ  ପ୍ରତିନିଧିତ୍ୱ କରି ଆସୁଛନ୍ତି ।

ଓଡ଼ିଶା ଆଥଲେଟିକ୍ସର ଗୌରବ ଅମିୟଙ୍କ  ନାମରେ ୧୦୦ ମିଟରରେ ଜାତୀୟ ରେକର୍ଡ  ରହିଥିଲା । ଏଏଫ୍‌ଆଇକୁ ସେ ପତ୍ରରେ  ଲେଖିଛନ୍ତି ଯେ, ‘ଅନିମେଶ ଓଡ଼ିଶାରୁ ଜାତୀୟ  ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରୁଛନ୍ତି ।  କିନ୍ତୁ ଛତିଶଗଡ଼ ସଂଘ ତାଙ୍କୁ ଦେଇଥିବା ଏକ  ବର୍ଷର ଏନ୍‌ଓସିର ଅବଧି ପୂରଣ ହୋଇ  ସାରିଛି । ଯାହାର ପ୍ରମାଣ ମୁଁ ନିମ୍ନରେ ସଂଲଗ୍ନ  କରିଛି । ୨୦୨୫ରେ ଏଏଫ୍‌ଆଇ ପକ୍ଷରୁ  ଖେଳାଳିଟିଏ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରୁ  କେମିତି ଖେଳିବେ (ଟ୍ରାନ୍ସଫର) ତାହାର  ଗାଇଡ୍‌ ଲାଇନ ଜାରି କରାଯାଇଥିଲା । ଏହି  ଆଧାରରେ ଏଏଫ୍‌ଆଇ ଅନିମେଶଙ୍କ ଟ୍ରାନ୍ସଫର  ଟାଇଡଲାଇନର ସମୀକ୍ଷା କରି ଏ ବିଷୟରେ  ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବା ନେଇ ମୁଁ  ଅନୁରୋଧ ଜଣାଉଛି ।

ଅଧିକ ପଢ଼ନ୍ତୁ :-  FIFA World Cup 2026 : କଙ୍ଗୋର ଷ୍ଟାଚ୍ୟୁ ମ୍ୟାନ୍, ୯୦ ମିନିଟ୍ ଧରି ପାଲଟି ଯାଉଛନ୍ତି ପଥର

୨୦୨୪ ସେପ୍ଟେମ୍ବର ମାସ ୧୯ ତାରିଖରୁ  ଅନିମେଶ ବିନା କୌଣସି ଏନ୍‌ଓସିରେ ଓଡ଼ିଶା  ଦଳରୁ ପ୍ରତିନିଧିତ୍ୱ କରି ଆସୁଥିବା ଅମିୟ  ଦର୍ଶାଇଛନ୍ତି । ସେ ଏଏଫ୍‌ଆଇକୁ ଦେଇଥିବା  ପତ୍ରର ଗୋଟିଏ ଗୋଟିଏ ନକଲ ଓଡ଼ିଶା  କ୍ରୀଡ଼ା ବିଭାଗର, ଓଡ଼ିଶା ଆଥଲେଟିକ୍ସ ସଂଘ   ଓ ଛତିଶଗଡ଼ ସଂଘକୁ ପ୍ରଦାନ କରିଛନ୍ତି ।  କଥା ହେଉଛି, ଯଦି ଅମିୟଙ୍କ ଦାବି ସତ  ହୋଇଥାଏ, ତେବେ ଓଡ଼ିଶା ଆଥଲେଟିକ୍ସ  ସଂଘ ଏଏଫ୍‌ଆଇର ନିୟମ ସଂପର୍କରେ ଅବଗତ  ଥାଇବି କେମିତି ବିନା ଏନ୍‌ଓସିରେ ଅନିମେଶଙ୍କୁ  ଖେଳିବା ପାଇଁ ଅନୁମତି ଦେଉଛି ତାହା ଏବେ  ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

ଅନିମେଶ କଳିଙ୍ଗ ଷ୍ଟାଡିୟମରେ ଥିବା  ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍‌ ଆଥଲେଟିକ୍ସ  ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି ।  ରାଜ୍ୟ ସରକାର ତାଙ୍କୁ ବିଭିନ୍ନ ପ୍ରତିଯୋଗିତାରେ  ପଦକ ଜିତିଲେ ଆଥି ର୍କ ପ୍ରୋତ୍ସାହନ ରାଶି  ପ୍ରଦାନ କରି ଆସୁଛନ୍ତି । ଗତ ବର୍ଷ ୨୦୨୪ ବର୍ଷ  ପାଇଁ ତାଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ  ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ  କରାଯାଇଥିଲା ।