ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଅନବସରରେ ମହାପ୍ରଭୁଙ୍କ ମାନବୀୟ ଲୀଳା: ଓଦାବସ୍ତ୍ର ଓଲାଗି ପରେ ଶ୍ରୀଅଙ୍ଗ ଫିଟା ନୀତି

Published By : Prameya | June 14, 2025 12:15 PM

ପୁରୀ,୧୪/୦୬: ସ୍ନାନ ପୂର୍ଣ୍ଣମୀ ବ୍ୟତୀତ  ବର୍ଷ ତମାମ୍‌ ସୁନା କୂଅ ପାଣିର ବ୍ୟବହାର ନାହିଁ ।  ଏଣୁ ସୁନା କୂଅ ଜଳ ଠାକୁରଙ୍କୁ ବାଧିଲା । ଅତ୍ୟଧିକ ମାତ୍ରାରେ ସ୍ନାନ ପାଇଁ ଦାରୁବ୍ରହ୍ମଙ୍କୁ ଜ୍ୱର । ପୁରୁଷୋତ୍ତମଙ୍କ ରୀତିନୀତିରେ ପ୍ରତିଫଳିତ ମନୁଷ୍ୟର ଜୀବନ ଶୈଳୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମାନବ ଳୀଳା ଅବସରରେ ରୋଗର ଉପଚାର ଚାଲିଛି । ଯାନିଯାତ୍ରା ସହ ଜୀବନ  ଚକ୍ରରେ ବନ୍ଧା ଏହି ମହାପ୍ରଭୁଙ୍କ ଏହି ଅନବସର  ସେବା । ଆତ୍ମୀୟଙ୍କ ସେବାରେ ଠାକୁରେ ଆରୋଗ୍ୟ  ଲାଭ କରନ୍ତି । 

ଶୀଘ୍ର ଆରୋଗ୍ୟ କାମନା କରି ଦଇତାପତି  ସେବକମାନେ ଠାକୁରଙ୍କ ଗୁପ୍ତ ପୂଜାରେ ଲାଗିଛନ୍ତି ।  ଦାରୁଦିଅଁଙ୍କ ଓଦା ବସ୍ତ୍ର ଉଲାଗି ପରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟା ନୀତି । ବର୍ଷ ତମାମ୍‌ ଶ୍ରୀବିଗ୍ରହଙ୍କୁ ଲାଗି  ହୋଇଥିବା ଚନ୍ଦନ ଓ କରାଳ ଖୋଲାଯିବ । ଏହାପରେ  ଠାକୁରେ ଫୁଲୁରି ତେଲ ଲାଗି ହେବେ । ଠାକୁରଙ୍କୁ  ଓଷୁଅ ଲାଗି କରାଯିବ । ଓଷୁଅ ଲାଗି ପରେ ଠାକୁରେ  ଚକାକୁ ଉଠିବେ । ଅଣସରରେ ସାଧାରଣ ମନୁଷ୍ୟ ଭଳି  ଠାକୁରଙ୍କୁ ମଧ୍ୟ ପଥି, ପାଚନ ଓ ଔଷଧର ଆବଶ୍ୟକତା  ପଡ଼ୁଛି । ସ୍ୱତନ୍ତ୍ର ପଣା "ପାଚନ ପାଣି' ପ୍ରସ୍ତୁତ କରି  ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି । ଅନବସରରେ ପ୍ରତି  ଦିନ ଶ୍ରୀବିଗ୍ରହଙ୍କୁ ଦୁଇଥର ପଣା ଓ ଚକଟା ଭୋଗ  ଅର୍ପଣ କରାଯାଉଛି । ଭୋଗରେ ଠାକୁରଙ୍କୁ କେବଳ ସର ଓ ଫଳମୂଳ ଆଦି ଲାଗି କରାଯାଉଛି ।  

ଆସନ୍ତା ୨୦ ତାରିଖ ଶୁକ୍ରବାର ଠାକୁରଙ୍କ ଚକା ବିଜେ  ନୀତି ଅନୁଷ୍ଠିତ ହେବ । ଶନିବାର ଏକାଦଶୀରେ  ଖଳିଲାଗି ଓ ରବିବାର ଦ୍ୱାଦଶୀରେ ରାଜପ୍ରସାଦ  ବିଜେ । ଗଜପତି ମହାରାଜ ମହାପ୍ରଭୁଙ୍କ ଆରୋଗ୍ୟ  ସୂଚନା ପାଇବେ । ସୋମବାର ଘଣାଲାଗି ହୋଇ  ପରଦିନ ଶ୍ରୀପୟରମୁଦା ଶେଷ ହୋଇ ଠାକୁରଙ୍କ  ବନକଲାଗି ଅନୁଷ୍ଠିତ ହେବ । ୨୫ ତାରିଖ  ଅମାବାସ୍ୟାରେ ପୁନଃ ବନକଲାଗି ବଢ଼ି ୨୬  ତାରିଖ ଗୁରୁବାର ଠାକୁରେ ନବଯୌବନ ଦର୍ଶନ  ଦେବେ । ଠାକୁରଙ୍କ ଅଣସର ବିଧିରେ ଦଇତାପତିଙ୍କ  ସମେତ ତଡ଼ଉ ପଟ୍ଟନାୟକ, ଦେଉଳ କରଣ, ଚାଙ୍ଗଡ଼ାମେକାପ, କୋଠସୁଆଁସିଆ, ଚିତ୍ରକାର,  ମଣ୍ଡଣି, ପୂଜାପଣ୍ଡା, ଦକ୍ଷିଣଦ୍ୱାର ପଢ଼ିଆରି, ପାଳିଆ  ମୁଦୁଲି, ଭଣ୍ଡାରମେକାପ, ପ୍ରଧାନି ଓ ଦୈନିକ ନୀତି  ସଂପୃକ୍ତ ସମସ୍ତ ସେବକଙ୍କ କାର୍ଯ୍ୟ ରହିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.