ନୂଆଦିଲ୍ଲୀ: ଆର୍ଯ୍ୟନରୁ ଅନାୟା । ପୂର୍ବତନ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅରୁ ଝିଅ ହୋଇଛନ୍ତି । ନିଜର ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଅନାୟା ନିଜ ଜୀବନକୁ ନେଇ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା । ନିକଟରେ ପ୍ରଣିତଙ୍କ ଷ୍ଟାଣ୍ଡ ଅପ୍ ଶୋ’ରେ ଯୋଗ ଦେଇଥିଲେ । ଯେଉଁଥିରେ ସେ ନିଜ ଜୀବନରେ କେମିତିକା ସାଥୀ ଖୋଜୁଛନ୍ତି ସେ ସମ୍ପର୍କରେ ପ୍ରକାଶ କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଅନାୟାଙ୍କ ଜୀବନ ସମ୍ପର୍କରେ ଜାଣିବା ପାଇଁ ଅନେକ ଇଛା ପ୍ରକାଶ କରିଥାନ୍ତି । ତେବେ ଏହି ଶୋ’ରେ ଅନାୟା ନିଜର ଜୀବନ ସମ୍ପର୍କରେ ଏବଂ କେମିତିକା ଜୀବନସାଥୀ ଚାହାଁନ୍ତି ସେ ସମ୍ପର୍କରେ ପ୍ରକାଶ କରିଛନ୍ତି । ପ୍ରଣିତ ତାଙ୍କୁ ପ୍ରଶ୍ନ କରିଥିଲେ କି, ତୁମ ଜୀବନରେ କେହି ଅଛନ୍ତି କି ? ଏହାର ଉତ୍ତରରେ ଅନାୟା କହିଥିଲେ କି, ନା କେହି ନାହାନ୍ତି । ତଥାପି ମୁଁ ଜଣେ ଜୀବନସାଥୀ ଖୋଜୁଛି । ଅନାୟା କହିଛନ୍ତି କି, ମୁଁ ଜଣେ ଉଚ୍ଚତା, ଭଲ ବଡ଼ି ଏବଂ ଭାବପ୍ରବଣ ହୋଇଥିବା ପୁଅକୁ ଖୋଜୁଛି । ତେବେ ଅନାୟାଙ୍କ ଏଭଳି କଥା ଶୁଣି ସେଠାରେ ଥିବା ସମସ୍ତେ ହସିବାକୁ ଲାଗିଥିଲେ ।ଏହାସହ ଅନାୟାଙ୍କ ପ୍ରଶ୍ନ କରାଯାଇଥିଲା କି, ତୁମେ କୌଣସି କ୍ରିକେଟରଙ୍କୁ ଚାହୁଁଛ କି ? ତାଙ୍କ ସହ ଡେଟ୍ କରିବ କି ? ଉତ୍ତରରେ ସେ କହିଥିଲେ କି, ମୁଁ ପୂର୍ବରୁ କ୍ରିକେଟ ଖେଳିଛି । ଅନେକ ଖେଳାଳିଙ୍କ ସହ ମିଶିଛି । ତେବେ ଡିଏମ ସମ୍ପର୍କରେ ମଧ୍ୟ ତାଙ୍କୁ ପ୍ରଶ୍ନ କରାଯାଇଥିବାବେଳେ ସେ ଖୋଲା ମନରେ ଉତ୍ତର ରଖିଥିଲେ ।

କହି ରଖୁଛୁ କି, ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ଥିଲେ ଆର୍ଯ୍ୟନ । ସେ ପୂର୍ବରୁ କ୍ରିକେଟ ମଧ୍ୟ ଖେଳିଛନ୍ତି । ବହୁ ଷ୍ଟାର କ୍ରିକେଟର ମଧ୍ୟ ତାଙ୍କ ସାଙ୍ଗ ରହିଛନ୍ତି । କିନ୍ତୁ ଆର୍ଯ୍ୟନ ପ୍ଲାଷ୍ଟିକ୍ ସର୍ଜରୀ କରି ପୁଅରୁ ଝିଅ ହୋଇଛନ୍ତି । ପୁଣିଥରେ ମହିଳା କ୍ରିକେଟକୁ ଫେରିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି ।

ଏହାସହ ପଢ଼ନ୍ତୁ : ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ, ହେଲେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ସର୍ବକନିଷ୍ଠ ଖେଳାଳି