ନୂଆଦିଲ୍ଲୀ,୬।୬:  ବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଟିମ୍‌ରେ ସ୍ଥାନ ଦିଆଯାଇଛି। ଏହାଛଡା ଏହି ଯୁବ ବ୍ୟାଟରଙ୍କୁ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଟିମ୍‌ରେ ସାମିଲ କରାଯାଇଛି। ତା ସହିତ ୧୫ ବର୍ଷରେ ଭାରତୀୟ ଟିମ୍‌ରେ ସ୍ଥାନ ପକ୍କା କରି ସବୁଠାରୁ କମ୍ ବୟସ୍କ ବ୍ୟାଟର ହେବାର ସୁଯୋଗ ପାଇଛନ୍ତି। ସେ ‘କ୍ରିକେଟର ଭଗବାନ’ ସଚିନ ତେନ୍ଦୁଲକରଙ୍କ ୩୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଇଛନ୍ତି। ସଚିନ ପାକିସ୍ତାନ ଗସ୍ତ ପାଇଁ ୧୯୮୯ ରେ ୧୬ ବର୍ଷ ବୟସରେ ଟିମ୍‌ରେ ସିଲେକ୍ଟ ହୋଇଥିଲେ।

ବୈଭବ ଅଣ୍ଡର -୧୯ କ୍ରିକେଟ ଓ ପରେ ଆଇପିଏଲ ୨୦୨୬ ରେ ଇଣ୍ଟରନ୍ୟାସନାଲ ସ୍ତରର ବୋଲରଙ୍କୁ ବଡ଼ରେ ଧୂଆଁଧାର ପ୍ରହାର କରିବାର ପୁରସ୍କାର ପାଇଛନ୍ତି। ସେ ଭାରତ ପାଇଁ ସବୁଠାରୁ କମ୍ ବୟରେ ଟିମ୍‌ରେ ସାମିଲ ହୋଇଥିବା ଖେଳାଳି ପାଲଟିଛନ୍ତି। ସେ ସଚିନଙ୍କ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସଚିନ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୧୫ ନଭେମ୍ବର ୧୯୮୯ ରେ ଡେବ୍ୟୁ କରିଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୧୬ ବର୍ଷ ୨୦୫ ଦିନ।  ସେଭଳି ବୈଭବଙ୍କୁ ଯେତେବେଳେ ଭାରତୀୟ ଟିମ୍‌ରେ ସ୍ଥାନ ମିଳିଛି ସେତେବେଳେ ତାଙ୍କର ବୟସ ରହିଛି ମାତ୍ର ୧୫ ବର୍ଷ ୭୧ ଦିନ ରହି ।

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଭାରତର ଟିମ୍‌ରେ ସିଲେକ୍ଟ ହେବା ସହ ଇତିହାସ ସୃଷ୍ଟି କରିଛନ୍ତି। ସେ ସଚିନ୍‌ଙ୍କୁ ପଛରେ ପକାଇ ଜାତୀୟ ଟିମ୍‌ରେ ସ୍ଥାନ ପାଇଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ପାଲଟି ଯାଇଛନ୍ତି। ଆଇପିଏଲ୍ ୨୦୨୬ ରେ ବୈଭବ ସବୁଠାରୁ କମ୍ ବୟସରେ ଅରେଞ୍ଜ କ୍ୟାପ୍ ଜିତିଥିବା ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ। ସେ ଏହି ସିଜିନ୍‌ରେ ସର୍ବାଧିକ ୭୭୬ ରନ୍ କରିଥିଲେ। ରାଜସ୍ଥାନ ରୟାଲ୍ସର ଓପନର ବ୍ୟାଟରଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ୨୦୨୬ର ଏମ୍‌ବିପି ଓ ଇମର୍ଜିଂ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହ ସେ ଗୋଟିଏ ସିଜିନ୍‌ରେ ଏହି ଦୁଇଟି ପୁରସ୍କାର ପାଇଥିବା ପ୍ରଥମ ଖେଳାଳି ହୋଇଛନ୍ତି। ୧୫ ବର୍ଷୀୟ ବୈଭବଙ୍କୁ ପ୍ରଥମ ଥର ଭାରତୀୟ ଜାତୀୟ ଟିମ୍‌ରେ ସାମିଲ କରାଯାଇଛି। ତାଙ୍କୁ ତିନୋଟି୍ ଟିମ୍‌ରେ ଏଯାଏଁ ସ୍ଥାନ ମିଳିପାରିଛି। ଭାରତ ନିଜର ଗସ୍ତର ଆରମ୍ଭ ଆୟରଲ୍ୟାଣ୍ଡ ବିପକ୍ଷ ବେଲଫାଷ୍ଟରେ ୨୬ ଓ ୨୮ ଜୁନ୍‌ରେ ଦୁଇଟି ଟି-୨୦ ମ୍ୟାଚ୍‌ରୁ କରିବ, ଯାହାପରେ ଟିମ୍‌ ୧ରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଇଂଲଣ୍ଡରେ ୫ ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳିବ। ଏସିଆନ୍ ଖେଳରେ ପୁରୁଷଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ ଓ ୧୩ ଅକ୍ଟୋବରରେ ପଦକ ମ୍ୟାଚ୍ ସହ ଶେଷ ହେବ।

ଆୟରଲ୍ୟାଣ୍ଡ ବିପକ୍ଷ ଭାରତୀୟ ଟି-୨୦ ଟିମ୍ : ଶ୍ରେୟସ୍ ଆୟର(କ୍ୟାପଟେନ୍), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଇଶାନ୍ କିଶନ୍, ଶିବମ ଦୁବେ, ତିଲକ ବର୍ମା, ନିତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ବରୁଣ ଚର୍କବର୍ତ୍ତୀ, ଓ୍ବାଶିଂଟନ୍ ସୁନ୍ଦର, ରବି ବିଷ୍ନୋଇ,ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦ୍ବୀପ ସିଂହ, ପ୍ରିନ୍ସ ଯାଦବ ଓ ବୈଭବ ସୂର୍ଯ୍ୟବଂଶୀ।

ଆହୁରି ପଢନ୍ତୁ : India T20 squad: ଆୟର୍ଲାଣ୍ଡ-ଇଂଲଣ୍ଡ ପାଇଁ ଭାରତ ପ୍ରସ୍ତୁତ; ସୂର୍ଯ୍ୟ ହଟିଲେ, ଶ୍ରେୟାସ କ୍ୟାପ୍ଟେନ୍, ଟିମ୍ ଇଣ୍ଡିଆରେ ବିସ୍ଫୋରକ ବୈଭବଙ୍କ ଏଣ୍ଟ୍ରୀ