ନୂଆଦିଲ୍ଲୀ,୦୧/୧୧: ସାରା ଦେଶରେ ଧୂମଧାମରେ ପାଳନ ହୋଇଛି ଦିପାବଳୀ। ଘରେ ଘରେ ଦୀପ ଜାଳିବା ସହିତ ପରସ୍ପରକୁ ଜଣାଇଥିଲେ ଦୀପାବଳିର ଶୁଭେଚ୍ଛା। କିନ୍ତୁ ଆପଣ ଜାଣନ୍ତି ଆନ୍ଧ୍ରପ୍ରଦେଶର ସିକ୍କାକୁଲମ ଜିଲ୍ଲାରେ ଏଭଳି ଏକ ଗାଁ ରହିଛି ଯାହାର ନାଁ ଦୀପାବଳି। ତେବେ ଏହି ଗାଁର ନାଁ ଦୀପାବଳି କାହିଁକି ରହିଛି । ଆସନ୍ତୁ ଜାଣିବା । ଏଠାରେ ଦୀପାବଳିକୁ ୫ ଦିନ ଧରି ଖୁବ ଧୁମଧାମରେ ପାଳନ କରାଯାଇଥାଏ। ଏହି ଗାଁର ଲୋକମାନେ ଏହି ଦିନ ନିଦ ପୂର୍ବପୁରୁଷଙ୍କୁ ମନେ ପକାଇବା ସହିତ ତାଙ୍କ ଉଦ୍ଦେଶ୍ୟରେ ପୂଜାପାଠ କରନ୍ତି ।
ତେବେ ଲୋକକଥା ଅନୁସାରେ ଜଣେ ରାଜା ସିକାକୁଲମକୁ ଶାସନ କରୁଥିଲେ । ଏକଦା ସେ ଏହି ଗ୍ରାକୁ ପୂଜା କରିବାକୁ ଆସିଥିଲେ,ହେଲେ ଫେରିବା ବାଟରେ ସେ ଅସୁସ୍ତ ହୋଇପଡିଥିଲେ । ତେଣୁ ଗାଁର ଲୋକମାନେ ନିଜ ହାତରେ ଣ୍ଠନ ଧରି ରାଜାଙ୍କର ସେବା କରିଥିଲେ । ରାଜା ସୁସ୍ଥ ହେବା ପରେ ଗ୍ରାମବାସୀଙ୍କୁ ସେମାନଙ୍କ ଗାଁର ନାଁ ପଚାରିଲେ,ହେଲେ ଏହି ଗ୍ରାମର କୈଣସି ନାଁ ନଥିବା ସେମାନେ ରାଜାଙ୍କ ଆଗରେ ପ୍ରକାଶ କରିଥଲେ। ଯାହାପରେ ରାଜା ଲସେ ଗାଁର ନାମ ଦୀପାବଳି ରଖିଥିଲେ । ଏଠାରେ ଦୀପାବଳିରେ ଗ୍ରାମବାସୀମାନେ ନୂଆ ପୋଷାକ ପିନ୍ଧିବାର ପ୍ରଥା ରହିଛି। ଖୁବ୍ ଧୁମଧାମରେ ଦୀପାବଳିକୁ ଏହି ଗାଁରେ ପାଳନ କରାଯାଏ।