ନୂଆଦିଲ୍ଲୀ,୦୧/୧୧: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଥିବା ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଭିତରେ ଭିତରେ ଦଳାଚକଟା ଘଟି ୧୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଏଥିସହ ଏକାଧିକ ଆହତ ହୋଇଛନ୍ତି। ତେବେ ଆଜି କାର୍ତ୍ତିକ ମାସର ଏକାଦଶୀ, ଯାହାକୁ ବର୍ଷର ସବୁଠାରୁ ଶୁଭ ଦିନ ଭାବରେ ବିବେଚନା କରାଯାଏ। ତେଣୁ ଆଜି ମନ୍ଦିର ଦର୍ଶନ ପାଇଁ ମନ୍ଦିରରେ ଜମିଥିଲା ଭକ୍ତଙ୍କ ଭିଡ। ଏହି ମନ୍ଦିର ଆନ୍ଧ୍ରର ଏକ ପ୍ରସିଦ୍ଧ ମନ୍ଦିର ହୋଇଥିବା ବେଳେ ଏହା ଭଗବାନ ବିଷ୍ଣୁଙ୍କୁ ସମର୍ପିତ।
ଶ୍ରୀକାକୁଲମ୍ର ଭେଙ୍କଟେଶ୍ୱର ମନ୍ଦିରରେ କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ଜମେ । ଭଗବାନ ବିଷ୍ଣୁ ଏହି ମନ୍ଦିରରେ ଭେଙ୍କଟେଶ୍ୱରଙ୍କ ରୂପରେ ବିରାଜିତ ହୁଅନ୍ତି । ନାରାୟଣଦାସୁ ନାମକ ଜଣେ ଭକ୍ତ ଏକ ପର୍ବତ ଉପରେ ନିର୍ମିତ ଏହି ମନ୍ଦିରର ସ୍ୱପ୍ନ ଦେଖିଥିଲେ। ତେଣୁ ସେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମନ୍ଦିରଟି ବେଶ ସୁନ୍ଦର ହୋଇଥିବା ବେଳେ ମନ୍ଦିର ସମ୍ମୁଖରେ ଗରୁତ୍ମତ୍ତୁଙ୍କ ପ୍ରତିମା ଅଛି। ଯାହା ଭାରତର ସବୁଠୁ ବଡ ପ୍ରତିମା ମଧ୍ୟରୁ ଗୋଟିଏ। ବିଶ୍ୱାସ କରାଯାଏ ଯେ ସାରା ବିଶ୍ୱରୁ ଭକ୍ତମାନେ କାର୍ତ୍ତିକ ମାସ ତମାମ ଏହି ମନ୍ଦିରକୁ ଆସିଥାନ୍ତି। ଏହି ମନ୍ଦିରକୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ ବୋଲି ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ମନ୍ଦିରଟି ଭୌଗୋଳିକ ଭାବରେ ଏକ ଶାନ୍ତ ପାହାଡିଆ ଅଞ୍ଚଳରେ ଅବସ୍ଥିତ,ଯାହା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନମୁଗ୍ଧକର କରିଥାଏ।
ତେବେ ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏହି ଦିନ ବିବାହ ମଧ୍ୟ ଆରମ୍ଭ ହୁଏ। ଏକାଦଶୀରେ ବିଭିନ୍ନ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ କରାଯାଏ ଏବଂ ଭେଙ୍କଟେଶ ମନ୍ଦିରକୁ ମଧ୍ୟ ଏକ ମନସ୍କାମନା ପୂରଣକାରୀ ମନ୍ଦିର ଭାବରେ ବିବେଚନା କରାଯାଏ। ତେଣୁ ଆଜି ସକାଳୁ ମନ୍ଦିରରେ ଭିଡ଼ ଥିଲା। ଏପର୍ଯ୍ୟନ୍ତ ସୂଚନା ଅନୁଯାୟୀ ମନ୍ଦିରର ପ୍ରବେଶ ସ୍ଥାନରେ ବହୁତ ଲମ୍ବା ଧାଡ଼ି ଥିଲା ଏବଂ ଧକ୍କା ଯୋଗୁଁ ଦଳାଚକଟା ହୋଇଥିଲା। ଏନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାକୁ ସହାୟତା ରାଶି ଘୋଷଣା କରିଛନ୍ତି ।