ମୁମ୍ବାଇ,୨୮/୬ : ତାମିଲ ସିନେମା ଏବଂ ବଲିଉଡ଼ ଫିଲ୍ମରେ ନିଜ ମ୍ୟୁଜିକରେ ନିଆଁ ଲଗାଉଥିବା କମ୍ପୋଜର ଅନିଋଦ୍ଧ ରବିଚନ୍ଦର ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ବିବାହର ଖବର କନଫର୍ମ ହୋଇସାରିଛି । ଅନିଋଦ୍ଧଙ୍କ ଅଙ୍କଲ ଅଭିନେତା ବାଇ.ଜି.ମହେନ୍ଦ୍ର ତାଙ୍କର ଏବଂ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କ ବିବାହ ହେବା ସୁନିଶ୍ଚିତ, ଏଭଳି ଘୋଷଣା କରିଛନ୍ତି ।
ଅନିଋଦ୍ଧ ଏବଂ କାବ୍ୟା ମାରନଙ୍କ ସମ୍ପର୍କର ଚର୍ଚ୍ଚା ବହୁ ସମୟରୁ ଚାଲୁଥିଲା । ସେ ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ମାତ୍ର ଅନିଋଦ୍ଧ ସବୁବେଳେ ଏହି କଥାକୁ ଖାରଜ କରି ଆସୁଥିଲେ । କିନ୍ତୁ ଏବେ ତାଙ୍କ ସମ୍ପର୍କୀୟ ନିଜେ ସାମ୍ନାକୁ ଆସି କମ୍ପୋଜରଙ୍କ ସମ୍ପର୍କର ଖୁଲାସା କରିଛନ୍ତି । ବାଇ.ଜି.ମହେନ୍ଦ୍ର ନିଜ ଭଣଜାର ବିବାହକୁ ନେଇ ଏକ ସାକ୍ଷାତକାରରେ କହିଛନ୍ତି କି ସେ ବହୁ ସଫ୍ଟ ଯୁବକ ଅଟନ୍ତି । ଏବେ ତାଙ୍କ ବିବାହର ପ୍ରସ୍ତୁତି ଜାରି ରହିଛି । ଅଭିନେତା ଅନିଋଦ୍ଧଙ୍କୁ ବିବାହର ଶୁଭେଚ୍ଛା ଦେଇ କହିଛନ୍ତି କି, ମୁ ଏହି ସୁଯୋଗ ଉପରେ ତାଙ୍କୁ ଶୁଭେଚ୍ଛା ଦେବାକୁ ଚାହୁଁଛି । ସେ ବହୁତ ବଡ଼ ବିବାହ କରିବାକୁ ଯାଉଛନ୍ତି । ବାଇ.ଜି.ମହେନ୍ଦ୍ର କହିଛନ୍ତି କି ତାଙ୍କୁ ପରିବାର ଲୋକଙ୍କଠାରୁ ଏହି ବିବାହର ସୂଚନା ମିଳିଛି । ସେ ଏହି ଚର୍ଚ୍ଚା ଉପରେ ବି କଥା ହୋଇଛନ୍ତି , ଯେଉଁଥିରେ ଅନିଋଦ୍ଧ ଏବଂ କାବ୍ୟା ମାରନଙ୍କ ସମ୍ପର୍କକୁ ଖାରଜ କରାଯାଇଛି । ସେ କହିଛନ୍ତି ଯେ, ଯେତିକି ସୂଚନା ମୋ ପାଖରେ ଅଛି, ସେହି ହିସାବରେ ଏହା ସୁନିଶ୍ଚିତ ଯେ ଉଭୟେ ବିବାହ କରିବାକୁ ଯାଉଛନ୍ତି ।
ଅନିଋଦ୍ଧଙ୍କ ଅଙ୍କଲ ହେବାକୁ ଯାଉଥିବା ବୋହୁ କାବ୍ୟା ମାରନଙ୍କ ବିଷୟରେ କିଛି କଥା କହିଛନ୍ତି । ସେ ତାଙ୍କ ତାରିଫରେ କହିଛନ୍ତି କି, ସେ କୌଣସି ସାଧାରଣ ଯୁବତୀ ନୁହଁନ୍ତି । ସେ ଏତେ ବଡ଼ ଆଇପିଏଲ୍ ଟିମ୍ ଏସଆରଏଚକୁ ସମ୍ଭାଳିବାର କ୍ଷମତା ରଖୁଛନ୍ତି । ତାଙ୍କୁ ନିଜ ବାପାଙ୍କଠାରୁ ବ୍ୟବସାୟର ଦାୟିତ୍ବ ଉତ୍ତରାଧିକାରୀ ଭାବେ ମିଳିଛି । ଉଭୟଙ୍କ ଯୋଡ଼ି ଭଲ ଲାଗୁଛି । ଯଦି ଉଭୟେ ଏକା ସାଥିରେ ଆସିବେ ତେବେ ମ୍ୟୁଜିକ ବ୍ୟବସାୟରେ ବି ବଡ଼ ନାମ କମାଇପାରିବେ ।