ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲରେନ୍ସ ବିଷ୍ଣୋଇର ଭାଇକୁ ଖୋଜୁଛି NIA,ଖୋଜି ବାହାର କଲେ ମିଳିବ ୧୦ ଲକ୍ଷର ପୁରସ୍କାର ରାଶି

Published By : Anindita Ratha | October 25, 2024 1:28 PM

ନୂଆଦିଲ୍ଲୀ,୨୫/୧୦:ଏନଆଇଏ(NIA)ର  ମୋଷ୍ଟ୍-ୱାଣ୍ଟେଣ୍ଟ ତାଲିକାରେ ଯୋଡ଼ି ହୋଇଛି ନୂଆ ନାଁ। ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଖୋଜୁଛି NIA। ତେବେ ଏନେଇ ଅନମୋଲକୁ ଧରାଇ ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବା ନେଇ ଘୋଷଣା କରିଛି ତଦନ୍ତକାରୀ ସଂସ୍ଥା।ଆତଙ୍କବାଦ ବିରୋଧୀ ଏଜେନ୍ସି ମଧ୍ୟ ଅନମୋଲ ବିଷ୍ଣୋଇକୁ ଗିରଫ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।

ସୂଚନା ମୁତାବକ,ବଲିଉଡ ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ବାସଭବନ ବାହାରେ ଘଟିଥିବା ଗୁଳି ବିନିମୟ ଘଟଣାରେ ଅନମୋଲକୁ ଖୋଜୁଛି ଆଣ୍ଟି-ଟେରର୍ ଏଜେନ୍ସି।  ଏପ୍ରିଲରେ ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ବାସଭବନ ବାହାରେ ଗୁଳି ବିନିମୟ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କ ମଧ୍ୟରେ ଅନମୋଲ, ସାବରମତି ସେଣ୍ଟ୍ରାଲ୍ ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ଏବଂ କାନାଡା ଭିତ୍ତିକ ଗ୍ୟାଙ୍ଗଷ୍ଟର୍ ଗୋଲ୍ଡି ବ୍ରାର୍ ଥିବା ସୂଚନା ମିଳିଛି। ତେବେ ନାଭି ମୁମ୍ବାଇ ପୁଲିସ ଉକ୍ତ ମାମଲାରେ ପାଞ୍ଚ ଜଣ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଗିରଫ କରିଛି । ସେମାନେ ହେଲେ ଧନଞ୍ଜୟ ଓରଫ୍ ଅଜୟ କାଶ୍ୟପ, ଗୌରବ ଭାଟିଆ, ୱାସପି ଖାନ ଓରଫ୍ ୱାସିମ ଚିକନା,ରିଜୱାନ ଖାନ ଓରଫ୍ ଜାଭେଦ ଏବଂ ଦୀପକ ହାୱା ସିଂହ ଓରଫ୍ ଜନ ବୋଲି ଜଣାପଡିଛି। ତେବେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ମଧ୍ୟ ଅନମୋଲ ବିଷ୍ଣୋଇର ନାଁ ରହିଛି। ଅକ୍ଟୋବର ୧୨ରେ ୬୬ ବର୍ଷୀୟ ଏନସିପି ନେତାଙ୍କୁ ତାଙ୍କ ପୁଅ ବିଧାୟକ ଜିଶାନ ସିଦ୍ଦିକଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରଖିଥିବା ସୂଚନା ମିଳିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.