ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ପୂରିଛି ୨ ବର୍ଷ । ଏହି ଅବସରରେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନ୍ନପୂର୍ଣ୍ଣ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଅତିରିକ୍ତ ୫ କେଜି ଚାଉଳ ମିଳିବ।ଏହାସହ ଏକାଥରକେ ୩ ମାସର ଚାଉଳ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଚଳିତ ବର୍ଷ ପ୍ରାୟ୨୫ଲକ୍ଷ ମେଟ୍ରିକ ଟନ ଚାଉଳ ବଳକା ରହିବା ଅନୁମାନ କରାଯାଉଛି।
ଏହି ଯୋଜନା ଅଧିନରେମୋଟ ୩ କୋଟି ୨୮ ଲକ୍ଷ ୫୮ ହଜାର ହିତାଧିକାରୀ ଉପକୃତ ହେବେ । ଏହି ଯୋଜନା ଲାଗୁ ହେବା ପରେହିତାଧିକାରୀଙ୍କୁମାସକୁ ମୁଣ୍ଡପିଛା ୧୦ କେଜି ଚାଉଳ ମିଳିବ।ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୮ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି,ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଭାତ ଥାଳିକୁ ସୁରକ୍ଷିତ କରିବାର ଐତିହାସିକ ସଂକଳ୍ପ।ବିଭିନ୍ନ ସର୍ଭେ ଆଧାରରେ ଜଣା ପଡ଼ିଲା କି ଜଣେ ବୟସ୍କ ଲୋକ ପାଇଁ ମାସକୁ୮କେଜି ଶସ୍ୟ ଆବଶ୍ୟକ।ଅଧିକ ଚାଉଳ ପାଇଁ ବି ବିଭିନ୍ନ ସମୟରେ ଲୋକଙ୍କ ପାଖରୁ ଆବେଦନ ଆସିଥିଲା।ତାକୁ ଆଧାର କରି ଏଭଳି ନିଷ୍ପତ୍ତି ନିଆଯାଇଛି ।ଧାନ ଚାଷ ପାଇଁ ସରକାର ସବୁ ସହାୟତା ଯୋଗାଇ ଦିଆଯାଉଛି।ବର୍ଷକୁ ପିଏମ କିସାନ ଓ ସିଏମ କିସାନ ଯୋଜନାରେ ୧୦ ହଜାର ଟଙ୍କା ଦିଆଯାଉଛି।
ଏହାସହ ଏହି ଅବସରରେରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ,ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ ହେଇଛି। ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସେପଟେ ଶୁକ୍ରବାରଏକାମ୍ରକାନନ ଇନଫୋସିଟି ରାସ୍ତାର ଶୁଭାରମ୍ଭହୋଇଛି। ରାଜଧାନୀ ଭୁବନେଶ୍ୱରର ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଗମ ଓ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ଏକ ବୃହତ୍ ପଦକ୍ଷେପ ଗ୍ରହଣ କରିଛନ୍ତି।'ଭୁବନେଶ୍ୱର ସହର ବିକାଶ ଯୋଜନା ୨୦୪୦'କୁ ଆଖି ଆଗରେ ରଖି ପ୍ରାୟ ୯୫୨.୨୬ କୋଟି ଟଙ୍କା ବ୍ୟୟରେ ଏକାଧିକ ମେଗା ସଡ଼କ,ସେତୁ ଓ ଟ୍ରାଫିକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଜନତା ମଇଦାନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମସ୍ତ ପ୍ରକଳ୍ପଗୁଡ଼ିକର ଭୂମିପୂଜନ କରିଛନ୍ତି। ଏହି ମେଗା ଯୋଜନା ଅଧୀନରେ ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ପ୍ରମୁଖ ସଂଯୋଗୀକରଣ ରାସ୍ତାର ସମ୍ପ୍ରସାରଣ କରାଯିବ। ବିଶେଷ କରି କଳିଙ୍ଗ ଷ୍ଟାଡିୟମରୁ ରଘୁନାଥପୁର ବ୍ରିଜ ପର୍ଯ୍ୟନ୍ତ ଥିବା ବର୍ତ୍ତମାନର ୬-ଲେନ୍ ବିଶିଷ୍ଟ ରାସ୍ତାକୁ ୮-ଲେନ୍ ବିଶିଷ୍ଟ କରାଯିବ,ଯାହାଫଳରେ ଗାଡ଼ି ଚଳାଚଳ ଆହୁରି ଦ୍ରୁତ ହେବ।
ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ଛକ ଯେପରିକି କଳିଙ୍ଗ ହସ୍ପିଟାଲ,ଡମଣା,କିଟ୍ ଏବଂ କଳାରାହାଙ୍ଗଠାରେ ନୂତନ ଅତ୍ୟାଧୁନିକ ଫ୍ଲାଏଓଭର ନିର୍ମାଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏହା ସହିତ ଜାତୀୟ ରାଜପଥ-୧୬ ଉପରେ ଏକ ସୁଦୃଶ୍ୟ ୪-ଲେନ୍ ବିଶିଷ୍ଟ ଝୁଲା ସେତୁ ନିର୍ମାଣ କରାଯିବାର ଯୋଜନା ରହିଛି। ପ୍ରାୟ ୯.୫ କିଲୋମିଟର ପରିବ୍ୟାପ୍ତ ଏହି ସାମଗ୍ରିକ ପ୍ରକଳ୍ପ ସହରର ଦୈନନ୍ଦିନ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ଓଡ଼ିଶାର ଅର୍ଥନୈତିକ ଓ ସହରୀ ବିକାଶକୁ ଏକ ନୂଆ ଗତି ପ୍ରଦାନ କରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ସେପଟେ ଏହି ଅବସରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି କି, ଓଡ଼ିଶା ଇତିହାସରେ ଏକ ସୁବର୍ଣ୍ଣ ଦିବସ । ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେପ୍ରତ୍ୟେକ ପରିବାରର ପୋଷଣର ସୁରକ୍ଷା ପାଇଁ ଏହି ଯୋଜନା କରିବାକୁ ଯୋଜନା କରିଛି ଯୋଗାଣ ବିଭାଗ।ଦୁଇ ବର୍ଷ ପୂର୍ବେ ଏହି ସରକାର ଆସିଛି,କ୍ୱିଣ୍ଟାଲ ପିଛା୮୦୦ଟଙ୍କା ଇନପୁଟ ଆଶିଷ୍ଟାଂଶ ସରକାର ଦେଲା କିନ୍ତୁ ଫେକ ଚାଷୀ ପଞ୍ଜିକରଣ କରି୩୦୦୦କୋଟି ଟଙ୍କା ବାଟମରଣା ହେଉଥିଲା,ଡିଜିଟାଇଜେସନ କରିବା ଦ୍ୱାରା ଏହାକୁ ରକ୍ଷ୍ୟା କରିପାରିଲୁ।ରାସନ କାର୍ଡରେ ଵି ଅନେକ ଫେକ ରାସନ କାର୍ଡଧାରୀ ଥିଲେ ତାକୁ ଆମ ସରକାର କାଟିଥିଲୁ।ଏବେ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ମିଳିପାରୁଛି।
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି କି,ଏ ସରକାର ରିମୋଟ କଣ୍ଟ୍ରୋଲର ସରକାର ନୁହେଁ।ଏଥିରେ ବିଧାୟକ,ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ କେବଳ ଯୋଜନା କରନ୍ତି ନାହିଁ,ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସଦା ସର୍ବଦା ଲାଗିଥାନ୍ତି।ଆମେ ଏକ ପରିବାର ସଦୃଶ କାର୍ଯ୍ୟ କରିଥାଉ।
ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି କି,ଜନ କଲ୍ୟାଣକାରୀଯୋଜନା,ଶିଳ୍ପାୟାନ୧୫ବର୍ଷର ସରକାର କରିପାରି ନଥିଲା।କିନ୍ତୁ ମାତ୍ର ଦୁଇ ବର୍ଷର ଶିଶୁ ତାହା କରିପାରିଛି।ମୋହନ ମାଝୀଙ୍କ ସରକାରର ଦୁଇ ବର୍ଷରେ ସୁଶାସନର ସଂଖ୍ୟା ଗଣିଲେ ଵି କମ ହେବ।ଯେଉଁ ବିଶ୍ୱାସ ରଖି ଓଡିଶାବାସୀ ଏ ସରକାରକୁ ଆଣିଛନ୍ତି,ତାହାକୁ ରକ୍ଷା କରିବାରେ ଏ ସରକାର ସକ୍ଷମ ହେବ।