ନୂଆଦିଲ୍ଲୀ, ୨୪/୦୪ : ବହୁ ବର୍ଷ ତଳର ପୁରୁଣା ଭୁଲ୍ ପାଇଁ ଓମ୍ ପୁରୀଙ୍କୁ ଏଯାଏଁ କ୍ଷମା କରିପାରି ନାହାଁନ୍ତି ଅନ୍ନୁ କପୁର। ସିଦ୍ଧାର୍ଥ କନ୍ନନଙ୍କ ସହ ବାର୍ତ୍ତାଳାପ କରିବା ବେଳେ ସେହି ପୁରୁଣା ଦିନକୁ ମନେ ପକାଇ ଅଭିନେତାଙ୍କ ଉପରେ ଜୋରଦାର୍ ବର୍ଷିଲେ ଅନ୍ନୁ କପୁର। କହିଲେ, ଜଣେ ସାମ୍ବାଦିକାଙ୍କ ସହ ଓମ୍ ପୁରୀଙ୍କ ଅଫେୟାର ଥିଲା। ସେ ମୋ ଭଉଣୀକୁ ଧୋକା ଦେଇଛନ୍ତି। ତା ଜୀବନ ବର୍ବାଦ୍ କରିଛନ୍ତି। ଏଥିପାଇଁ ମୁଁ ଆଜି ଯାଏଁ ଦୁଃଖୀ, ଏବଂ ତାଙ୍କୁ କେବେ କ୍ଷମା କରିବି ନାହିଁ।

ଅନ୍ନୁ କପୁର ତାଙ୍କ ଭଉଣୀ ସୀମା ଏବଂ ଓମ୍ ପୁରୀଙ୍କ ବୈବାହିକ ଜୀବନ ବିଷୟରେ ଖୁଲାସା କରିଥିଲେ। ସେ କହିଥିଲେ ଯେ, "ଦିବଙ୍ଗତ ଅଭିନେତା ଓମ୍ ପୁରୀ ଜଣେ ଅସାଧାରଣ ଷ୍ଟାର୍ ଥିଲେ। ତାଙ୍କ ଭଳି କେହି ମହାନ ଅଭିନେତା ନାହାଁନ୍ତି। ହେଲେ ସେ ଜଣେ ମହିଳାଙ୍କୁ ଧୋକା ଦେଇଛନ୍ତି। ସେହି ମହିଳା ଜଣଙ୍କ ଆଉ କେହି ନୁହଁନ୍ତି... ସେ ମୋ ଭଉଣୀ ସୀମା। ଓମ୍ ପୁରୀଙ୍କ ଶେଷ ସମୟରେ ସୀମା ହିଁ ତାଙ୍କର ଦେଖାଶୁଣା କରିଥିଲେ। ଏବେ ତାଙ୍କ ମନରେ କାହା ପ୍ରତି ଦ୍ଵେଷ ନାହିଁ। ଏବେ ଓମ୍ ପୁରୀ ନାହାଁନ୍ତି। ତାଙ୍କ ପୁଅ ଏବଂ ନନ୍ଦିତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ହେଲେ ସେ ମୋ ଭଉଣୀ ସୀମାକୁ ଧୋକା ଦେଇଛନ୍ତି। ତାର ଜୀବନ ବର୍ବାଦ୍ କରିଛନ୍ତି। ଯାହାର ଅବଶୋଷ ସାରା ଜୀବନ ରହିବ।"

ଅନ୍ନୁ ପୁଣି କହିଥିଲେ ଯେ, "ସେହି ପୁରୁଣା କଥା ହେଲେ ମାମଲା ବିଗିଡ଼ି ଯିବ। ମୋ ଭିତରୁ ଜଣେ ଭାଇ ବାହାରି ଆସିବ। ଓମ୍ ପୁରୀ ମୋତେ ଡରୁଥିଲେ। କାରଣ ମୁଁ ଖୋଲାଖୋଲି କଥା ହୁଏ। ମୁଁ ସେତେବେଳେ ବିବଶ ଥିଲି, କିଛି କରିପାରି ନଥିଲି।"

ସୂଚନାନୁଯାୟୀ, ଅନ୍ନୁ କପୁରଙ୍କ ଭଉଣୀ ସୀମା କପୁର ମାତ୍ର ୧୯ ବର୍ଷ ବୟସରେ ଓମ୍ ପୁରୀଙ୍କ ସହ ଦେଖା ହୋଇଥିଲେ। ୧୧ ବର୍ଷ ବୟସ ତାରତମ୍ୟ ସତ୍ତ୍ଵେ ସେ ଓମ୍ ଙ୍କ ପ୍ରେମରେ ପଡିଯାଇଥିଲେ। ବହୁ ଦିନ ଯାଏଁ ଦୁହେଁ ଦୁହିଁଙ୍କୁ ଡେଟ୍ କରିଥିଲେ। ଶେଷରେ ୧୯୯୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ବିବାହର କିଛି ମାସ ପରେ ନନ୍ଦିତା ନାମକ ଜଣେ ସାମ୍ବାଦିକାଙ୍କ ପ୍ରେମରେ ଓମ୍ ପୁରୀ ପଡିଯାଇଥିଲେ। ସେତେବେଳେ ସୀମା ଗର୍ଭବତୀ ଥିଲେ।

ଏହି ଖବରଟିକୁ ପଢନ୍ତୁ- ୪ ହଜାର କୋଟିର ରାମାୟଣରେ କିଏ ନିଭାଇବେ ରାମଙ୍କ ମା’ ଚରିତ୍ର, ଜାଣନ୍ତୁ …