ଢାକା : ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରିପୋର୍ଟ ମୁତାବିକ ତାଙ୍କୁ ମୁଣ୍ଡରେ ଗୁଳି କରି ମାରି ଦିଆ ଯାଇଛି। ତିନି ସପ୍ତାହ ଭିତରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହମଲାର ଏହା ୫ମ ଘଟଣା। ଏହି ଘଟଣା ଜାଶୋର ଜିଲ୍ଲାରେ ହୋଇଛି। ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ସୂଚନା ଆଧାରରେ ଘଟଣାଟି ମଣିରାମପୁର ଉପଜିଲ୍ଲାର କୋପଲିଆ ବଜାର ସ୍ଥିତି ୱାର୍ଡ ନମ୍ୱର ୭ରେ ସନ୍ଧ୍ୟା ୫ଟା ୪୫ ମିନିଟରେ ହୋଇଛି। କହି ରଖୁଛୁ କି , ବାଂଲାଦେଶରେ ଆଜି ହିଁ ଜଣେ ହିନ୍ଦୁ ବିଧବାଙ୍କ ସହ ନିର୍ଦ୍ଦୟ ଘଟଣା ଘଟିଛି।

ବଜାରରେ ବସି ଥିଲେ , ସେତେବେଳେ ଗୁଳି ବର୍ଷା ହେଲା –

ମୃତକ ଯୁବକ ଜଣଙ୍କ ୪୫ ବର୍ଷିୟ ରାଣା ପ୍ରତାପ । ତାଙ୍କ ବାପାଙ୍କ ନାଁ ତୁଷାର କାନ୍ତି ବୈରାଗୀ ବୋଲି କୁହାଯାଇଛି। ସେ କେଶବପୁର ଉପଜିଲ୍ଲାର ଅରୁଆ ଗାଁରେ ରହୁଥିଲେ। ପ୍ରତ୍ୟକ୍ଷଦର୍ଶୀ ଓ ପୁଲିସ ସୂତ୍ର ମୁତାବିକ ଯେବେ ରାଣା ପ୍ରତାପ ବଜାରରେ ବସି ଥିଲେ, ସେତେବେଳେ କିଛି ଅଜଣା ଆକ୍ରମଣକାରୀ ତାଙ୍କ ଉପରେ ଗୁଳି ବର୍ଷା କରିଥିଲେ। ରାଣାଙ୍କ ଶରୀରରେ ଅନେକ ଗୁଳି ବାଜି ଥିଲା ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା।

ଏହାସହ ମଧ୍ୟ ପଢନ୍ତୁ : କଏଦୀ ପୋଷାକରେ ମାଦୁରୋଙ୍କୁ କୋର୍ଟରେ କରାଗଲା ହାଜର, ଭେନେଜୁଏଲାର ରାଷ୍ଟ୍ରପତିଙ୍କର ହେବ ବିଚାର

ଗୋଟିଏ ପରେ ଗୋଟିଏ ଅନେକ ଘଟଣା ଘଟୁଛି –

ଉଲ୍ଲେଖନୀୟ ଯେ, ବାଂଲାଦେଶରେ ଜାରି ଉତ୍ତେଜନା ମଧ୍ୟରେ ହିନ୍ଦୁଙ୍କ ଉପରେ ଆକ୍ରମଣର ଅନେକ ଘଟଣା ହୋଇ ସାରିଛି। ସର୍ବ ପ୍ରଥମେ ଆକ୍ରମଣ ଦୀପୁ ଚନ୍ଦ୍ର ଦାସଙ୍କ ଉପରେ ହୋଇ ଥିଲା,ଯାହାଙ୍କୁ ଏକ ପୋଷାକ ଫ୍ୟାକ୍ଟ୍ରିରେ ପିଟି ପିଟି ମାରି ଦିଆ ଗଲା। ଏହା ବ୍ୟତୀତ ଅମୃତ ମଣ୍ଡଳ ନାମକ ଅନ୍ୟ ଜଣେ ହିନ୍ଦୁ ଯୁବକଙ୍କୁ ମଧ୍ୟ ମାରି ଦିଆ ଗଲା।ଅନ୍ୟପଟେ ମୟମନିଂହ ଜିଲ୍ଲାରେ ହିନ୍ଦୁ ଯୁବକ ବୃଜେନ୍ଦ୍ର ବିଶ୍ୱାସଙ୍କୁ ଗୁଳି କରାଯାଇ ଥିଲା। ଏହା ବ୍ୟତୀତ ଖୋକନ ଦାସଙ୍କର ମଧ୍ୟ ଲୋକଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିଲା।