• ନ୍ୟୁୟର୍କ କୋର୍ଟରେ ମାଦୁରୋଙ୍କ କରାଗଲା ହାଜର
  • କଏଦୀ ପୋଷାକରେ ଭେନେଜୁଏଲାର ରାଷ୍ଟ୍ରପତି
  • ମ୍ୟାନହଟ୍ଟନ କୋର୍ଟର ସୁରକ୍ଷା ବୃଦ୍ଧି କରାଯାଇଛି

ନ୍ୟୁୟର୍କ : ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ସୋମବାର ମ୍ୟାନହଟ୍ଟନର ସଂଘୀୟ କୋର୍ଟରେ ହାଜର କରାଯାଇଛି। ଭିଡ଼ିଓରେ ନଜର ଆସୁଛି ଯେ, ସେ ଏକ ବାଦାମୀ ରଙ୍ଗର କଏଦୀ ଜମ୍ପସୁଟ୍ ଓ ବାଦାମୀ ଜୋତା ପିନ୍ଧିଛନ୍ତି। ସେ ଲେଙ୍ଗେଡା ଭଳି ନଜର ଆସୁଛନ୍ତି। ସାଥିରେ ତାଙ୍କ ପତ୍ନୀ ବି ଚାଲୁ ଥିବାର ନଜର ଆସୁଛନ୍ତି। ତାଙ୍କୁ ମଧ୍ୟ କଷ୍ଟୋଡିରେ ରଖାଯାଇଛି। ମାଦୁରୋଙ୍କ ଶୁଣାଣି ବେଳେ ମ୍ୟାନହଟ୍ଟନ କୋର୍ଟର ସୁରକ୍ଷା ବୃଦ୍ଧି କରାଯାଇଛି। ଆଖପାଖ ଅଞ୍ଚଳରେ ଦୃଢ ବ୍ୟାରିକେଡ୍ ଲଗା ଯାଇଛି। ମୁଖ୍ୟ ପ୍ରବେଶରେ ମଧ୍ୟ ସୁରକ୍ଷାର ବଳୟ ରହିଛି। ଏହା ବ୍ୟତୀତ ପାଟ୍ରୋଲିଂ ଅଞ୍ଚଳରେ ପୁଲିସ ଅଧିକାରୀଙ୍କ ମୁତୟନ କରାଯାଇଛି।

ମାଦୁରୋଙ୍କ କେସ୍ ୯୨ ବର୍ଷିୟ ଜଜ୍ ଏଲଭିନଙ୍କ ହେଲେର୍ସଟିନର କୋର୍ଟରେ ଚାଲିଛି। ଏଲଭିନଙ୍କୁ ୧୯୯୮ମସିହାରେ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ନିଯୁକ୍ତ କରି ଥିଲେ। ସେ ୨୦୧୧ ମସିହାରୁ ନ୍ୟୁୟର୍କର ଦକ୍ଷିଣୀ ଜିଲ୍ଲାରେ ସିନିୟର ବିଚାରପତି ଅଛନ୍ତି। ଏବେସୁଦ୍ଧା କ୍ୟାରିୟରରେ ସେ ୧୧ ସେପ୍ଟେମ୍ୱର ୨୦୦୧ର ଆତଙ୍କୀ ହମଲା ମାମଲା ବ୍ୟତୀତ ଆତଙ୍କବାଦ ଓ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ କେସର ଶୁଣାଣି କରିଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ଭେନେଜୁଏଲା ଉପରେ US ଅପରେସନ ନେଇ ସାମ୍ବାଦିକଙ୍କ ସିଧା ପ୍ରଶ୍ନ, ଭିନ୍ନ ଆଳ ଦେଖାଇ ଟାଳି ଦେଲେ ଟ୍ରମ୍ପ...

ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ନ୍ୟୁୟର୍କର ବ୍ରୁକଲିନ୍ ସ୍ଥିତ ଯେଉଁ ଜେଲରେ ରଖା ଯାଇଛି , ତାହା ଦୀର୍ଘ ଦିନରୁ ଗୁରୁତର ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହିଛି। ସ୍ଥିତି ଏମିତି ଯେ, କିଛି ବିଚାରପତିମାନେ ସେଠାରେ ଅଭିଯୁକ୍ତଙ୍କୁ ପଠାଇବାକୁ ମନା କରି ଦେଇଛନ୍ତି। ହେଲେ ଏହି ଜେଲରେ ସଙ୍ଗୀତଜ୍ଞ ଆର୍ .କେଲି ଓ ସିନ୍ ‘ଡିଡି’ କମ୍ୱସଙ୍କ ଭଳି ଚର୍ଚ୍ଚିତ କଏଦୀ ମଧ୍ୟ ରହି ସାରିଛନ୍ତି।

ଆମେରିକା ଶନିବାର ସକାଳେ ସାମରିକ ଅଭିଯାନରେ ମାଦୁରୋ ଓ ତାଙ୍କର ପତ୍ନୀଙ୍କୁ ସେନା ଆଡ୍ଡାରେ ଥିବା ତାଙ୍କର ନିବାସରୁ ଧରି ନେଇଥିଲେ ଏବଂ ତାଙ୍କୁ ପ୍ରଥମେ ଏକ ଆମେରିକୀୟ ଯୁଦ୍ଧ ଜାହାଜକୁ ନିଆ ଯାଇଥିଲା। ସେ ଆମେରିକାରେ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଲଗାଯାଇ ଥିବା ମାଦକ ଦ୍ରବ୍ୟ ସହ ସମ୍ୱନ୍ଧିତ ଆତଙ୍କବାଦର ଷଡ଼ଯନ୍ତ୍ରରେ ଭାଗ ନେବାର ଅଭିଯୋଗରେ ମୋକଦମାର ସାମ୍ନା କରୁଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ଆକ୍ରମଣ , ଭାଙ୍ଗି ଗଲା ଝରକା ; ଜଣେ ଗିରଫ