ଭୁବନେଶ୍ବର,୨୦/୦୨: ମାଲକାନଗିରି ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ବାରସୁର ଥାନା ଅନ୍ତର୍ଗତ ତୋଡମା ପ୍ରାଥମିକ ବିଦ୍ୟାଳୟର ଶିକ୍ଷାଦୂତ ବାମନ କାଶ୍ୟବ ଓ କୋଶଲନାର ଗ୍ରାମର ଜଣେ ସାଧାରଣ ଆଦିବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍ ବାହିନୀ ।
ଏହା ମଧ୍ୟ ପଢନ୍ତୁ- ଚୂଆଁ ଭିତରୁ ହାଇସ୍କୁଲ କିରାଣୀଙ୍କ ମୃତଦେହ ଉଦ୍ଧାର
ଛତିଶଗଡ଼ରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଏହା ପୁର୍ବରୁ ଏପରି ହିଂସା କାଣ୍ଡ ଘଟାଇ ବିଜାପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ମାଓବାଦୀ । ହେଲେ ହତ୍ୟାକାଣ୍ଡ କରିଥିବା ମାଓବାଦୀଙ୍କୁ ଉଚିତ୍ ଜବାବ ଦେବା ଲାଗି ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଅପରେସନ ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।