ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ବାନ୍ଦ୍ରା ରେଳ ଷ୍ଟେସନରେ କଏଦ ହେଲା ସନ୍ଦିଗ୍ଧ ଆକ୍ରମଣକାରୀର ଆଉ ଏକ ଫଟୋ; ଟ୍ରେନ ଧରିବା ବେଳେ ଆସିଲେ ନଜର

Published By : Bijay Swain | January 18, 2025 9:26 AM

Image courtesy: indiatoday

ନୂଆଦିଲ୍ଲୀ: ବଲିଉଡ କଳାକାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ କରିଥିବା ଆକ୍ରମଣକାରୀର ଆଉ ଏକ ଫଟୋ ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି। ଶୁକ୍ରବାର ଆକ୍ରମଣକାରୀର ଏକ ନୀଳ ରଙ୍ଗର ଶାର୍ଟ ପିନ୍ଧିଥିବା ଫଟୋ ଭାଇରାଲ ହେଉଥିବା ବେଳେ ଶନିବାର ମିଳିଥିବା ଫଟୋରେ ସେ ଅନ୍ୟ ଏକ ଡ୍ରେସ ପିନ୍ଧିଥିବା ନଜରକୁ ଆସିଛି। ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରେ ସୈଫ୍ ଙ୍କୁ ଛୁରାମାଡ ଘଟଣାକୁ ଦୁଇଦିନ ପୁରିଥିଲେ ମଧ୍ୟ ମୁମ୍ବାଇ ପୋଲିସ ଏହି ମାମଲାରେ ଏଯାଏ କାହରିକୁ ଗିରଫ କରିପାରି ନାହିଁ।  

ମିଳିଥିବା ଏହି ନୂତନ ଫଟୋଟି ଏକ ସିସିଟିଭି ଫୁଟେଜରୁ ନିଆଯାଇଛି। ଏହି ଫଟୋରେ ଆକ୍ରମଣକାରୀ ଜଣଙ୍କ ବାନ୍ଦ୍ରା ରେଳ ଷ୍ଟେସନରୁ ଟ୍ରେନ ଧରି ଅନ୍ୟ କେଉଁଆଡେ ଯାଉଥିବା ଦେଖାଯାଇଛି। ତେବେ ଆକ୍ରମଣକୁ ୭୨ ଘଣ୍ଟା ପୁରିବାକୁ ବସିଥିବା ବେଳେ ପୋଲିସ ହାତ ଖାଲି ରହିଛି। ଆକ୍ରମଣକାରୀ ଜଣଙ୍କ ନିଜ ବେଶ ପୋଷାକ ବଦଳେଇ ମୁମ୍ବାଇ ଆଖପାଖ ଅଞ୍ଚଳରେ ଘୁରିବୁଲୁଥିବା ନଜରକୁ ଆସୁଛି। 

ଗତକାଲି ମିଳିଥିବା ଫଟୋରେ ଆକ୍ରମଣକାରୀ ଜଣଙ୍କ ଏକ ନୀଳ ରଙ୍ଗର ଶାର୍ଟ ପିନ୍ଧି ରାସ୍ତାରେ ହାତରେହାତ ଛନ୍ଦି କାନ୍ଧରେ ଏକ ବ୍ୟାଗପ୍ୟାକ ଲଦି ଆରାମରେ ରାସ୍ତାରେ ଚାଲିଚାଲି ଯାଉଥିବା ଦୃଶ୍ୟ ନଜରକୁ ଆସିଥିଲା। ତେବେ ଆକ୍ରମଣକାରୀ ଆକ୍ରମଣ କରିସାରିବା ପରେ ମୁମ୍ବାଇ ନଛାଡି ମୁମ୍ବାଇ ଚାରିପାଖେ କଣ ପାଇଁ ଘୁରିବୁଲୁଛନ୍ତି ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। 

ସୂଚନା ମୁତାବକ, ବଲିଉଡର ଏହି ୫୪ ବର୍ଷିୟ ଅଭିନେତାଙ୍କୁ ଗତ ବୁଧବାର ରାତିରେ ଅଭିଯୁକ୍ତ ଜଣକ ତାଙ୍କ ଘରେ ପଶି ୬ ଥର ଛୁରାମାଡ କରିଥିଲା। ଏହି ଆକ୍ରମଣରେ ସୈଫଙ୍କ ବେକ, ପିଠି ଓ ପେଟରେ ଗୁରୁତର ଆଘାତ ଲାଗିଥିଲା। ତେବେ ସେ ମୁମ୍ବାଇର ଲିଳାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ବର୍ତ୍ତମାନ ସୁରକ୍ଷିତ ଥିବା ଜଣାପଡିଛି। 

ଆକ୍ରମଣକାରୀ ଜଣଙ୍କ ବାନ୍ଦ୍ରାରୁ ଟ୍ରେନ ଧରି ମୁମ୍ବାଇର ଆଖପାଖ ଅଞ୍ଚଳରେ ଘୁରିବୁଲୁଛି। ଅନେକ ପୋଲିସ ଦଳ ତାକୁ ଖୋଜିବାରେ ଲାଗିଛନ୍ତି। ଆକ୍ରମଣକରୀକୁ ଧରିବା ପାଇଁ ମୁମ୍ବାଇରେ ଥିବା ପ୍ରତ୍ୟେକ ରେଳ ଷ୍ଟେସନର ସିସିଟିଭି ଫୁଟେଜକୁ ପୋଲିସ ବିଭାଗ ଦ୍ୱାରା କଡାକଡି ଯାଞ୍ଚ କରାଯାଉଛି ବୋଲି ମୁମ୍ବାଇ ପୋଲିସ ପ୍ରକାଶ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.