ନୂଆଦିଲ୍ଲୀ ୨୫/୦୪: କାର୍ତ୍ତିକ ଆର୍ୟନଙ୍କ ବହୁ-ପ୍ରତୀକ୍ଷିତ ରୋମାଣ୍ଟିକ୍ ଡ୍ରାମା ଫିଲ୍ମର ଘୋଷଣା ପରଠୁ ଚର୍ଚ୍ଚା ଲାଗି ରହିଛି । ଫିଲ୍ମରେ ତାଙ୍କ ଅପୋଜିଟ୍ରେ ଅଛନ୍ତି ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲା । ଗତ ବର୍ଷ ଫେବ୍ରୁଆରୀରେ କାର୍ତ୍ତିକ ଫିଲ୍ମର ଏକ ମ୍ୟୁଜିକାଲ ଟିଜର୍ ଜାରି କରିଥିଲେ, ଯାହା ନିରୁତା ପ୍ରେମ କାହାଣୀର ସଙ୍କେତ ଦେଇଥିଲା । ଏହି ଫିଲ୍ମ ଜରିଆରେ କାର୍ତ୍ତିକ ଓ ଶ୍ରୀଲୀଲାଙ୍କ ଯୋଡ଼ିକୁ ପ୍ରଥମ ଥର ବଡ଼ ପରଦାରେ ଦେଖିବେ ସିନେପ୍ରେମୀ । ଅନୁରାଗ ବାସୁଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଏହି ଫିଲ୍ମର ଟାଇଟଲ ଘୋଷଣା ହୋଇନାହିଁ । ପ୍ରେମ କାହାଣୀ ସହିତ ଦମ୍‌ଦାର ଗୀତ ଫିଲ୍ମର ମୁଖ୍ୟ ଆକର୍ଷଣ ହେବ । ଫିଲ୍ମର ରିଲିଜ୍ ବିଳମ୍ବ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ନିର୍ମାତା ଏ ନେଇ ସ୍ପଷ୍ଟ କରିଛନ୍ତି ।

ଫିଲ୍ମ ରିଲିଜ୍‌ର ବିଳମ୍ବକୁ ଖଣ୍ଡନ କରି ଅନୁରାଗ ବାସୁ କହିଛନ୍ତି, ପୂର୍ବ ଯୋଜନା ଅନୁସାରେ ଫିଲ୍ମର ସୁଟିଂ ଚାଲିଛି । ଚଳିତ ବର୍ଷ ଏହା ଥିଏଟରକୁ ଆସିବ । ପୂର୍ବରୁ ରିପୋର୍ଟ ଆସିଥିଲା, ଫିଲ୍ମର ପ୍ରମୁଖ ଭାଗର ସୁଟିଂ ଶେଷ ହୋଇଛି । କିନ୍ତୁ ଅନୁରାଗ ଏହାକୁ ଗୁଜବ ବୋଲି କହିଛନ୍ତି । ୪୫ରୁ ଅଧିକ ଦିନର ସୁଟିଂ ଶେଷ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ନିକଟରେ ସୁଟିଂ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଶେଷ କରିବା ତାଙ୍କର ଲକ୍ଷ୍ୟ ।

ତେବେ କାର୍ତ୍ତିକ ଏବଂ ଶ୍ରୀଲୀଳା ବର୍ତ୍ତମାନ ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରରେ ଅଛନ୍ତି। ଉଭୟ ଷ୍ଟାର ସେଠାରେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଗତ ବର୍ଷ ଫେବୃଆରୀରେ ଏହି ପ୍ରୋଜେକ୍ଟଟି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଥିଲା। ସେବେଠାରୁ ଫିଲ୍ମଟି ଖବରରେ ରହିଛି। ନିକଟରେ, କାଶ୍ମୀର ସିଡ୍ୟୁଲର ଅନେକ ଫଟୋ ଅନଲାଇନରେ ଲିକ୍ ହୋଇଥିଲା। ସୁଟିଂର ଏକ ଭାଇରାଲ ଫଟୋରେ, କାର୍ତ୍ତିକ, ଶ୍ରୀଲୀଳା ଏବଂ ଅନୁରାଗ ବାସୁଙ୍କୁ ଟେକ ମଧ୍ୟରେ କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା।

ଆହୁରି ପଢ଼ନ୍ତୁ...କେତେ ଧନୀ ପରିଣୀତିଙ୍କ ସ୍ୱାମୀ? ଜାଣନ୍ତୁ ରାଘବ ଚଢାଙ୍କ ନେଟୱର୍ଥ