ମୁମ୍ବାଇ,୨୬/୫ : IPL ଇତିହାସରେ ପ୍ଲେଅଫ୍ ମ୍ୟାଚ୍ ଗୁଡ଼ିକରେ ବିରାଟ କୋହଲିଙ୍କ ଖରାପ ରେକର୍ଡ଼ ରହିଛି । ତଥାପି, IPL ୨୦୨୬ର ପ୍ରଥମ କ୍ୱାଲିଫାୟରରେ ବିରାଟ ଭଲ ଫର୍ମରେ ଦେଖାଯାଉଥିଲେ। ସେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ୧୭୨ ଷ୍ଟ୍ରାଇକ୍ ରେଟ୍ରେ ୪୩ରନର ପାଳି ଖେଳିଥିଲେ । କିନ୍ତୁ ସେ ଯେତେବେଳେ ଆଉଟ୍ ହୋଇଥିଲେ ଅନୁଷ୍କା ଶର୍ମା ନିରାଶ ହୋଇପଡ଼ିଥିଲେ। ବିରାଟ ଆଉଟ୍ ହେବା ପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି।
ବିରାଟ ବହୁତ ଭଲ ଫର୍ମରେ ଦେଖାଯାଉଥିଲେ ଏବଂ ୮ ଓଭର ସୁଦ୍ଧା ୨୪ବଲରୁ ୪୩ରନ୍ କରିଥିଲେ। ସେତେବେଳେ ୯ ଓଭରରେ ଯେଭଳି ଜେସନ ହୋଲ୍ଡର ଆସିଥିଲେ ଏବଂ ଗୋଟିଏ ଓଭରରେ ବିରାଟ କୋହଲି ଏବଂ ଦେବଦତ୍ତ ପାଡିକ୍କଲଙ୍କୁ ଆଉଟ୍ କରିଥିଲେ। ବିରାଟ କୋହଲି ଓଭରର ଦ୍ୱିତୀୟ ବଲରେ ୪୩ରନ୍ କରି ଆଉଟ୍ ହୋଇଥିଲେ। ଜେସନ ହୋଲ୍ଡର ଏକ ସର୍ଟ ପିଚ୍ ବଲ ପକାଇଥିଲେ । ବିରାଟ ତାଙ୍କ ବ୍ୟାଟକୁ ବୁଲାଇ ପୁଲ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲଟି ଷ୍ଟମ୍ପରେ ବାଜିଥିଲା। ବିରାଟ ଆଉଟ୍ ହେବା ପରେ, କ୍ୟାମେରା ଅନୁଷ୍କା ଶର୍ମାଙ୍କ ଆଡ଼କୁ ବୁଲିଥିଲା । ଅନୁଷ୍କା, ତାଙ୍କ ଦୁଇ ହାତ ମୁହଁରେ ରଖିଥିଲେ ଏବଂ ନିରାଶ ଦେଖାଯାଉଥିଲେ।