ଭୁବନେଶ୍ବର, ୧୬।୬ : ରାଜ୍ୟରେ ଆଉ ୮ ବଡ଼ ଶିଳ୍ପକୁ ମଞ୍ଜୁରୀ। HLCA ବୈଠକରେ ମିଳିଲା ମଞ୍ଜୁରୀ।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା HLCA ବୈଠକ। ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା। ୮ ଶିଳ୍ପ ହେଲେ ମିଳିବ ୬୦ ହଜାର ନିଯୁକ୍ତି ସୁଯୋଗ।
ରାଜ୍ୟରେ ବେଦାନ୍ତର ଆଉ ଏକ ପ୍ରକଳ୍ପକୁ ମଞ୍ଜୁରୀ। ଢେଙ୍କାନାଳରେ ବେଦାନ୍ତ କରିବ ବଡ଼ ପ୍ଲାଣ୍ଟ। ୩ MTPA ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ। ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା ।ପ୍ରକଳ୍ପ ହେଲେ ମିଳିବ ୩୦ ହଜାର ନିଯୁକ୍ତି।
ଢେଙ୍କାନାଳରେ ଜିନ୍ଦଲ ସ୍ପେଶିଆଲିଟି ଷ୍ଟିଲ୍ ପ୍ଲାଣ୍ଟକୁ ମଧ୍ୟ ମଞ୍ଜୁରୀ ମିଳିଛି। ପ୍ରକଳ୍ପ ପାଇଁ ଜିନ୍ଦଲ ନିବେଶ କରିବ ୩,୬୦୦ କୋଟି ଟଙ୍କା । ଗଞ୍ଜାମରେ SRF କରିବ କେମିକାଲ ପ୍ଲାଣ୍ଟ। ପ୍ରକଳ୍ପ ପାଇଁ ନିବେଶ ହେବ ୧୦ ହଜାର କୋଟି ଟଙ୍କା। ସେହିପରି ଖୋର୍ଦ୍ଧାରେ ସ୍ପୋର୍ଟକିଙ୍ଗ୍ କରିବ ଟେକ୍ସଟାଇଲ ୟୁନିଟ୍। କେନ୍ଦୁଝରରେ ଶ୍ୟାମ ଷ୍ଟିଲ୍ କରିବ ପ୍ଲାଣ୍ଟ। ଶ୍ୟାମ ଷ୍ଟିଲ୍ ନିବେଶ କରିବ ୨,୪୯୦ କୋଟି ଟଙ୍କା ବୋଲି ଜଣାପଡିଛି।