ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି

Published By : Krishna Priya | March 16, 2025 10:44 AM

ଚେନ୍ନାଇ ୧୬/୦୩: ସଙ୍ଗୀତ ଜଗତରୁ ଏକ ବଡ ଖବର ସାମ୍ନାକୁ ଆସିଛି। ମ୍ୟୁଜିକ୍‌ କମ୍ପୋଜର୍‌ ଏଆର୍‌ ରେହମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସକାଳ ସାଢେ ସାତଟାରେ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା। ରବିବାର ସକାଳେ ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ, ସଙ୍ଗେ ସଙ୍ଗେ ତାଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ରେହମାନଙ୍କର ECG ଏବଂ ଇକୋକାର୍ଡିୟୋଗ୍ରାମ୍ ସହିତ ଅନେକ ଟେଷ୍ଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ହସ୍ପିଟାଲର ନିକଟ ସୂତ୍ର ସୂଚିତ କରିଛି ଯେ ତାଙ୍କୁ ଆଞ୍ଜିଓଗ୍ରାମ କରିବାକୁ ପଡିପାରେ। ହସ୍ପିଟାଲର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କର ଯତ୍ନ ନେଉଛନ୍ତି। ତାଙ୍କୁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି। ତେବେ ନିକଟରେ ରହମାନ ଯେତେବେଳେ ବିଦେଶରୁ ଫେରିଥିଲେ, ସେତେବେଳେ ସେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ଏବେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି।ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ଅପଡେଟ୍‌ ସାମ୍ନାକୁ ଆସିନାହିଁ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.