ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଚିନ୍ତା ଦୂର କରିବ ସୁଗନ୍ଧିତ ତୈଳ, ଜାଣନ୍ତୁ କିପରି କରିବେ ବ୍ୟବହାର

Published By : Krishna Priya | February 28, 2025 2:27 PM

ଭୁବନେଶ୍ୱର ୨୮/୦୨: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ମଣିଷକୁ ଟିକେ ଶାନ୍ତି ମିଳିବା କଷ୍ଟ ହୋଇପଡିଛି । ଯାହାଦ୍ୱାରା ଲୋକଙ୍କଠାରେ ବଢିଚାଲିଛି ଷ୍ଟ୍ରେସ୍‌ ଓ ଆଙ୍ଗ୍‌ଜାଇଟି । ଏହାକୁ କମ୍‌ କରିବା ପାଇଁ କେତେବେଳେ ଯୋଗ ତ ଆଉ କେତେବେଳେ ଔଷଧର ସାହାର ନେବାକୁ ପଡୁଛି । ଏମିତି କେତେକ ସୁଗନ୍ଧିତ ତୈଳ ରହିଛି, ଯାହା ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ଚାଲନ୍ତୁ ଜାଣିବା ଏମିତି କେତେକ ଏସେନ୍ସିଆଲ୍‌ ଅଏଲ୍‌ ବିଷୟରେ ଯାହା ମାନସିକ ଥକ୍କାପଣ ଦୂର କରିବା ସହ ମନକୁ ଶାନ୍ତ କରିଥାଏ । 

ଏବେ ଷ୍ଟ୍ରେସ୍‌ ବା ଚିନ୍ତା ସମସ୍ତଙ୍କ ପାଇଁ ଖୁବ୍‌ ସାମାନ୍ୟ ହୋଇପଡିଛି । ଅଫିସ୍‌, ପରିବାର ଓ ଭବିଷ୍ୟତ ଚିନ୍ତା ବ୍ୟକ୍ତିକୁ ଘାରିବାରେ ଲାଗିଛି । ଲଗାତାର ଚିନ୍ତାରେ ରହିବା ଦ୍ୱାରା ମାନସିକ ସ୍ଥିତି ଦୁର୍ବଳ ହୋଇଥାଏ । ଫଳରେ ମୁଣ୍ଡବିନ୍ଧା, ରକ୍ତହୀନତା, ରକ୍ତଚାପ ଓ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ଏହି ସ୍ଥିତିରେ ଏସେନ୍ସିଆଲ୍‌ ଅଏଲ୍‌ ଥେରାପୀ ପ୍ରାକୃତିକ ସମାଧାନ ଭାବେ କାମ କରିଥାଏ । ଏସେନ୍ସିଆଲ୍‌ ଅଏଲ୍‌କୁ ଏରୋମାଥେରାପୀ ଜରିଆରେ ବ୍ୟବହାର କରିବା ଦ୍ୱାରା ମନ ଶାନ୍ତ ରହିବା ସହ ମୁଡ୍‌ ଭଲ ରହିଥାଏ । ଫଳରେ ଭଲ ନିଦ ହେବା ସହ ଚିନ୍ତା ଦୂର ହୋଇଥାଏ । 

ଚିନ୍ତା କମାଏ:

ଲାଭେଣ୍ଡେର ଅଏଲ୍‌: ଏହା ଚିନ୍ତା, ଆଙ୍ଗ୍‌ଜାଇଟି ଓ ନିଦ ନ ଆସିବା ସମସ୍ୟାକୁ ଦୂର କରିଥାଏ । ଏହାର ବାସ୍ନା ମନକୁ ଶାନ୍ତ କରିବା ସହ ଗଭୀର ନିଦ ହେବାରେ ସାହାଯ୍ୟ କରିଥାଏ । ଏହାକୁ ତକିଆରେ ଲଗାଇପାରିବେ । ସ୍ନାନ କରିବାକୁ ଥିବା ପାଣିରେ ପକାଇ ସ୍ନାନ କରିପାରିବେ । 

ଗୋଲାପ ତେଲ: ଏହା ଅବସାଦକୁ କମ୍‌ କରିବା ସହ ମୁଡ଼କୁ ଭଲ କରିଥାଏ । ମାନସିକ ଚିନ୍ତାକୁ ଦୂରାଏ । 

ଚନ୍ଦନ ତେଲ: ଏହା ଧ୍ୟାନକେନ୍ଦ୍ରୀତ କରିଥାଏ । ମନକୁ ଶାନ୍ତ କରିବା ସହ ଭାବନାରେ ସନ୍ତୁଳନ ରକ୍ଷା କରିଥାଏ । ଏହାକୁ ଇନହେଲ୍‌ କରିପାରିବେ କିମ୍ବା ତ୍ୱଚାରେ ଲଗାଇପାରିବେ । 

ଯସ୍ମିନ୍‌ ତେଲ: ଏହା ଆଣ୍ଟି ଡିପ୍ରେସନ୍‌ କମାଇବା ସହ ମୁଡ୍‌ରେ ପରିବର୍ତ୍ତନ ଆଣିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.