ଭୁବନେଶ୍ୱର ୨୮/୦୨: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ମଣିଷକୁ ଟିକେ ଶାନ୍ତି ମିଳିବା କଷ୍ଟ ହୋଇପଡିଛି । ଯାହାଦ୍ୱାରା ଲୋକଙ୍କଠାରେ ବଢିଚାଲିଛି ଷ୍ଟ୍ରେସ୍‌ ଓ ଆଙ୍ଗ୍‌ଜାଇଟି । ଏହାକୁ କମ୍‌ କରିବା ପାଇଁ କେତେବେଳେ ଯୋଗ ତ ଆଉ କେତେବେଳେ ଔଷଧର ସାହାର ନେବାକୁ ପଡୁଛି । ଏମିତି କେତେକ ସୁଗନ୍ଧିତ ତୈଳ ରହିଛି, ଯାହା ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ଚାଲନ୍ତୁ ଜାଣିବା ଏମିତି କେତେକ ଏସେନ୍ସିଆଲ୍‌ ଅଏଲ୍‌ ବିଷୟରେ ଯାହା ମାନସିକ ଥକ୍କାପଣ ଦୂର କରିବା ସହ ମନକୁ ଶାନ୍ତ କରିଥାଏ । 

ଏବେ ଷ୍ଟ୍ରେସ୍‌ ବା ଚିନ୍ତା ସମସ୍ତଙ୍କ ପାଇଁ ଖୁବ୍‌ ସାମାନ୍ୟ ହୋଇପଡିଛି । ଅଫିସ୍‌, ପରିବାର ଓ ଭବିଷ୍ୟତ ଚିନ୍ତା ବ୍ୟକ୍ତିକୁ ଘାରିବାରେ ଲାଗିଛି । ଲଗାତାର ଚିନ୍ତାରେ ରହିବା ଦ୍ୱାରା ମାନସିକ ସ୍ଥିତି ଦୁର୍ବଳ ହୋଇଥାଏ । ଫଳରେ ମୁଣ୍ଡବିନ୍ଧା, ରକ୍ତହୀନତା, ରକ୍ତଚାପ ଓ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ଏହି ସ୍ଥିତିରେ ଏସେନ୍ସିଆଲ୍‌ ଅଏଲ୍‌ ଥେରାପୀ ପ୍ରାକୃତିକ ସମାଧାନ ଭାବେ କାମ କରିଥାଏ । ଏସେନ୍ସିଆଲ୍‌ ଅଏଲ୍‌କୁ ଏରୋମାଥେରାପୀ ଜରିଆରେ ବ୍ୟବହାର କରିବା ଦ୍ୱାରା ମନ ଶାନ୍ତ ରହିବା ସହ ମୁଡ୍‌ ଭଲ ରହିଥାଏ । ଫଳରେ ଭଲ ନିଦ ହେବା ସହ ଚିନ୍ତା ଦୂର ହୋଇଥାଏ । 

ଚିନ୍ତା କମାଏ:

ଲାଭେଣ୍ଡେର ଅଏଲ୍‌: ଏହା ଚିନ୍ତା, ଆଙ୍ଗ୍‌ଜାଇଟି ଓ ନିଦ ନ ଆସିବା ସମସ୍ୟାକୁ ଦୂର କରିଥାଏ । ଏହାର ବାସ୍ନା ମନକୁ ଶାନ୍ତ କରିବା ସହ ଗଭୀର ନିଦ ହେବାରେ ସାହାଯ୍ୟ କରିଥାଏ । ଏହାକୁ ତକିଆରେ ଲଗାଇପାରିବେ । ସ୍ନାନ କରିବାକୁ ଥିବା ପାଣିରେ ପକାଇ ସ୍ନାନ କରିପାରିବେ । 

ଗୋଲାପ ତେଲ: ଏହା ଅବସାଦକୁ କମ୍‌ କରିବା ସହ ମୁଡ଼କୁ ଭଲ କରିଥାଏ । ମାନସିକ ଚିନ୍ତାକୁ ଦୂରାଏ । 

ଚନ୍ଦନ ତେଲ: ଏହା ଧ୍ୟାନକେନ୍ଦ୍ରୀତ କରିଥାଏ । ମନକୁ ଶାନ୍ତ କରିବା ସହ ଭାବନାରେ ସନ୍ତୁଳନ ରକ୍ଷା କରିଥାଏ । ଏହାକୁ ଇନହେଲ୍‌ କରିପାରିବେ କିମ୍ବା ତ୍ୱଚାରେ ଲଗାଇପାରିବେ । 

ଯସ୍ମିନ୍‌ ତେଲ: ଏହା ଆଣ୍ଟି ଡିପ୍ରେସନ୍‌ କମାଇବା ସହ ମୁଡ୍‌ରେ ପରିବର୍ତ୍ତନ ଆଣିଥାଏ ।