ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଜନସ୍ୱାର୍ଥରେ ଛନ୍ଦିହେଲା ଆରୁହା ପାହାଡ, ଆଇନ୍‌ ଉଲ୍ଲଂଘନର ଚିଠା ଖୋଲିବ

Published By : Prameya | November 15, 2024 2:42 PM

ବ୍ୟାସନଗର,୧୫/୧୧ : ପାହାଡ଼ରୁ କଳାପଥର ଲୁଟ୍‌ ଭଳି ଅଭିଯୋଗକୁ ଏଡ଼ାଇ ଚାଲିଥିବା ଯାଜପୁର ଜିଲ୍ଲା ପ୍ରଶାସନ ଏବେ କୋର୍ଟରେ ଜବାବ ରଖିବାକୁ ବାଧ୍ୟ ହେବ । ପ୍ରାକୃତିକ ପ୍ରାଚ୍ୟୁର୍ଯ୍ୟରେ ଭର୍ତ୍ତି ଆରୁହା ପାହାଡ଼ର ସୁରକ୍ଷା ନିମନ୍ତେ ପ୍ରଶାସନିକ ଆଭିମୁଖ୍ୟ ପଦାରେ ପଡ଼ିବ । କାରଣ ଆରୁହା ପାହାଡ଼ ଏବେ ଜନସ୍ୱାର୍ଥ ମାମଲାରେ ଛନ୍ଦି ହୋଇଯାଇଛି । ପାହାଡ଼ ଏବଂ ପରିବେଶର ସୁରକ୍ଷା ପାଇଁ ଲୋକେ କୋର୍ଟରେ ପହଞ୍ଚିଛନ୍ତି । ପ୍ରଶାସନରୁ ନିରାଶ ଆରୁହାବାସିନ୍ଦା ଶେଷରେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା(ଡବ୍ଲୁପି(ସି) (ପିଆଇଏଲ)ନଂ- ୨୮୦୩୨/୨୦୨୪) ଦାୟର କରିଛନ୍ତି । ପାହାଡ଼ରୁ କଳାପଥର ଚାଲାଣ ନିମନ୍ତେ ପ୍ରଶାସନିକ ନିଷ୍ପତ୍ତିକୁ ବେଆଇନ୍‌ ବୋଲି ଦର୍ଶାଇବା ସହିତ ଆରୁହା ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିଛନ୍ତି । ଆରୁହାର ନୃସିଂହ ଚରଣ ବାରିକ, ବିପିନ ବେହେରା, ଚିତ୍ତରଞ୍ଜନ ଜେନା, ନିର୍ମଳ ନାୟକ ଏବଂ ହରିହର ସାହୁ ପ୍ରମୁଖ ୫ଜଣ ଅଧିବାସୀ ଏହି ମାମଲା ଦାୟର କରିଛନ୍ତି । 

ଜନସ୍ୱାର୍ଥ ମାମଲାର ଅପରପକ୍ଷ ଭାବେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସିଆ, ରାଜ୍ୟ ଖଣି ସୁରକ୍ଷା ବିଭାଗ, ଯାଜପୁର ଜିଲ୍ଲାପାଳ, ଏସ୍‌ପି, ଖଣି ଉପନିର୍ଦ୍ଦେଶକ ଏବଂ ଧର୍ମଶାଳା ତହସିଲଦାର, ଧର୍ମଶାଳା ପୁଲିସ, ପ୍ରଦୂଷଣ ବିଭାଗର ଆରଓ ଏବଂ ଲିଜ୍‌ଧାରୀ ଭାବେ ମନୋଜ ସାମଲ, ପ୍ରଶାନ୍ତ କୁମାର ନାୟକ, ଶରତ କୁମାର ଜେନା, ଅଶୋକ ପରିଡ଼ା ଏବଂ ତ୍ରିନାଥ ଜେନା ପ୍ରମୁଖ ୧୬ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆରୁହା ପାହାଡ଼ର ସୁରକ୍ଷା ପାଇଁ ଦାୟର ଜନସ୍ୱାର୍ଥ ମାମଲାରେ ଅଭିଯୋଗକାରୀ ପ୍ରଶାସନିକ ଅବହେଳା ଏବଂ ପରିବେଶର ଅଣଦେଖାକୁ ଗୁରୁତ୍ୱ ଦିଆଯାଇଛି । ଅଭିଯୋଗକାରୀଙ୍କ ପକ୍ଷରୁ ଆରୁହା ପାହାଡ଼ରୁ କଳାପଥର ଉତ୍ତୋଳନ ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ଦର୍ଶାଯାଇଛି । ଆରୁହା ପାହାଡ଼ ନିକଟରେ ଥିବା ସ୍କୁଲ, ଜନବସତି, ରେଳଲାଇନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ପ୍ରଶାସନ ଏଡ଼ାଇ ଲିଜ୍‌ ଦେବାକୁ ନିଷ୍ପତ୍ତି ନେଇଛି । ପାହାଡ଼ର ୧୪୭ଏକର ଲିଜ୍‌ ଅଞ୍ଚଳର ମାତ୍ର ୪୫୦ମିଟର ଭିତରେ ସିନ୍ଦୁରାଇ ସ୍କୁଲ, ୪ଶହ ମିଟର ଭିତରେ ପୋଖରୀ ଏବଂ ଜାବରା ଗାଁ, ୩୦୦ମିଟର ଭିତରେ ଗୋଡ଼ିସାହି ବସ୍ତି ଏବଂ ଆରୁହା ୟୁପି ସ୍କୁଲ ରହିଛି । ଏଭଳି ସ୍ଥିତିରେ ପରିବେଶ ବିଭାଗ କଳାପଥର ଉତ୍ତୋଳନ ନିମନ୍ତେ ଅନୁମତି ଦେବା ଆଇନ୍‌ ବିରୋଧୀ । 

ଏପରିକି ଲିଜ୍‌ ଅଞ୍ଚଳ ଭିତରେ ରହିଥିବା ଦୂରତା ଏକ କ୍ଲଷ୍ଟର ଭାବେ ପରିଗଣିତ ହେବା ନିୟମ ଭିତରେ ରହିଥିବା ବେଳେ ତାହାକୁ ପ୍ରଶାସନିକ ଅଣଦେଖା କରାଯାଇଛି । ବିଶେଷ କରି ଲିଜ୍‌ଧାରୀ ପ୍ରଶାସନିକ ଅନୁମତି ପାଇବା ପରେ ମନଇଛା ସରକାରୀ ଆଇନ୍‌କୁ ଉଲ୍ଲଘଂନ କରିଥିବା ଖୋଦ୍‌ ଧର୍ମଶାଳା ତହସିଲଦାର ସ୍ୱୀକାର କରିବା ସହିତ ଲିଜ୍‌ଧାରୀଙ୍କ ଉପରେ ବିପୁଳ ପରିମାଣର ଜରିମାନା ଡିମାଣ୍ଡ କରିଛନ୍ତି । ଯାହାକି ଏବେସୁଦ୍ଧା ସମ୍ପୂର୍ଣ୍ଣ ଆଦାୟ କରାଯାଇପାରିନାହିଁ । ପରିବେଶ ଆଇନ୍‌କୁ ଅଣଦେଖା କରାଯାଇ ଡିଆ(ଡିଇଆଇଏଏ) ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଯାହାର ପ୍ରଭାବ ଜନବସତି ସମେତ ବିଦ୍ୟାଳୟର କୁନିକୁନି ପିଲାଙ୍କ ଉପରେ ପଡ଼ିବା ସହିତ କଟକ-ଯାଜପୁର ରେଳଲାଇନ୍‌ ପାଇଁ ବିପଦ ସାଜିଛି । କେବଳ ପାହାଡ଼ ଭାଙ୍ଗୁଥିବା ଲିଜ୍‌ଧାରୀ ନୁହନ୍ତି, ପାହାଡ଼ ତଳେ ବସିଥିବା କ୍ରସର ୟୁନିଟ ଗୁଡ଼ିକୁ ମଧ୍ୟ ପ୍ରଶାସନ ବେଆଇନ୍‌ ଭାବେ ଅନୁମତି ପ୍ରଦାନ କରିଛି । କ୍ରସର ପାଇଁ ପ୍ଲଟ୍‌ ନଂ-୨୭୩୩ ଏବଂ ୨୫୯୪ ଉପରେ ଶରତ କୁମାର ଜେନା ଏବଂ ଅଶୋକ ପରିଡ଼ାଙ୍କୁ ମିଳିଥିବା ଏନ୍‌ଓସି ସମ୍ପୂର୍ଣ୍ଣ ବେଆଇନ୍‌ । କାରଣ ଏହି ଦୁଇଟି ପ୍ଲଟ୍‌ର ୫ଶହ ମିଟର ଭିତରେ ଏକାଧିକ ସ୍କୁଲ ରହିଛି । ଏପରିକି କ୍ରସର ଚଳାଇବା ବେଳେ ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ବିଭାଗ ରଖିଥିବା ସର୍ତ୍ତକୁ ଖୁଲମଖୁଲା ଉଲ୍ଲଘଂନ କରାଯାଉଛି । 

ପାହାଡ଼ରୁ ବେଆଇନ୍‌ ଭାବେ କଳାପଥର ଉତ୍ତୋଳନର ଅନୁମତି ସାଙ୍ଗକୁ କ୍ରସରକୁ ସବୁଜ ସଙ୍କେତ ପ୍ରଶାସନ ପାଇଁ ସହଜ ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳର ଲୋକଙ୍କ ପାଇଁ ବିପଦ ସାଜିଛି । ଶବ୍ଦ, ବାୟୁ ଏବଂ ଜଳ ପ୍ରଦୂଷଣ ଆରୁହା ଅଧିବାସୀଙ୍କୁ ଗ୍ରାସୀ ସାରିଛି । କିଡନୀ ରୋଗର ପ୍ରକୋପ ବଢ଼ି ଚାଲିଛି । ପ୍ରଦୂଷିତ ପରିବେଶ ଯୋଗୁଁ କିଛି ମୃତ୍ୟୁକୁ ଆଦରି ସାରିଥିବା ବେଳେ ଆଉ କିଛି ରୋଗ ସହିତ ଲଢ଼ି ଚାଲିଛନ୍ତି । କେବଳ ସେତିକି ନୁହେଁ, ଖଣି ଏବଂ କ୍ରସରର ପ୍ରଭାବ ଗାଁଲୋକଙ୍କ ଚାଷ ଉଜାଡ଼ି ଦେଇଛି । କଳାପଥର ଚାଲାଣ ପାଇଁ ବ୍ୟବହାର କରାଯାଉଥିବା ଭାରୀଯାନ ଗାଁ ରାସ୍ତାରେ ଯାତାୟାତ କରୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏପରିକି କଳାପଥର ଉତ୍ତୋଳନ ପାଇଁ ପାହାଡ଼ ଫଟାଇବା ଯୋଗୁ ଏହା ପ୍ରଭାବରେ ଅନେକ ଲୋକଙ୍କ ଘର ଭାଙ୍ଗିଛି । ଗାଡ଼ିଲୋଡ୍‌ କରାଇବାରେ ନିୟୋଜିତ ଶ୍ରମିକ ଅସୁରକ୍ଷିତ ଭାବେ କାମ କରୁଥିବାରୁ ସେମାନଙ୍କ ଜୀବନ ମଧ୍ୟ ଅକାଳରେ ଚାଲିଯାଉଛି । ଯାହାର କିଛି ନମୂନା ଧର୍ମଶାଳା ଥାନାରେ ରୁଜୁ ହୋଇଥିବା ମାମଲାରୁ ପ୍ରମାଣିତ ହେଉଛି । ଲୋକଙ୍କ ସ୍ୱାର୍ଥର ସୁରକ୍ଷାକୁ ପ୍ରଶାସନ ଗୁରୁତ୍ୱ ଦେବା ବେଳେ ମୁଷ୍ଟିମେୟଙ୍କ ମୁନାଫାକୁ ଅଗ୍ରାଧିକାର ଦେଉଥିବା ପ୍ରଶାସନ ଏବଂ ପ୍ରଦୂଷଣ ବିଭାଗ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.