ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ପାକ୍‌ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ ହଟିଲା ବ୍ୟାନ୍‌, ପହଲଗାମ ଆକ୍ରମଣ ପରେ ଲାଗିଥିଲା ପ୍ରତିବନ୍ଧକ

Published By : Krishna Priya | July 3, 2025 8:03 AM

ନୂଆଦିଲ୍ଲୀ ୦୩/୦୭: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତ ପାକ୍‌ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌କୁ ଭାରତରେ ବ୍ୟାନ୍‌ କରାଯାଇଥିଲା । ଏବେ କଟକଣା ହଟିଛି । କିନ୍ତୁ କିଛି ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ ପ୍ରତିବନ୍ଧକ ହଟିନାହିଁ । ବଲିଉଡ୍‌ ଫିଲ୍ମ ‘ସନମ୍‌ ତେରୀ କସମ୍‌’ରେ ନଜର ଆସିଥିବା ପାକ୍‌ ଅଭିନେତ୍ରୀ ମାୱରା ହୋକେନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ଏବେ ଭାରତରେ ସକ୍ରିୟ ହୋଇଛି । ଏଥିସହ ସବା କମର, ୟୁମନା ଜୈଦୀ, ଦାନିଶ ତୈମୁର, ଅହଦ ରଜା ମିରଙ୍କ ଭଳି କଳାକାରଙ୍କ ଆକାଉଣ୍ଟ୍‌ ମଧ୍ୟ ସକ୍ରିୟ ହୋଇଛି । ତେବେ ଦିଲଜିତ ଦୋସାଂଝଙ୍କ ସହ ଫିଲ୍ମ ‘ସରଦାର ଜୀ-୩’ରେ ନଜର ଆସିଥିବା ଅଭିନେତ୍ରୀ ହାନିୟା ଆମିରଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରୁ ଭାରତରେ ପ୍ରତିବନ୍ଧକ ହଟିନାହିଁ । ସେହିପରି ଫୱାଦ ଖାନ୍‌, ମାହିରା ଖାନ୍‌, ଅଲି ଜଫର ଓ ଆତିଫ ଅସଲମଙ୍କ ଆକାଉଣ୍ଟ୍‌ ମଧ୍ୟ ଭାରତରେ ଉପଲବ୍ଧ ନାହିଁ । 

ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାକ୍‌ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌କୁ ବ୍ୟାନ୍‌ କରାଯାଇଥିଲା । ଏଥିସହ ଗୃହ ମନ୍ତ୍ରାଳୟର ସୁପାରିଶ ଆଧାରରେ ଭାରତ ସରକାର ୧୬ ପାକ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ବ୍ୟାନ୍‌ କରାଯାଇଥିଲା । ଏ ସମସ୍ତ ଚ୍ୟାନେଲ୍‌ ବିରୋଧରେ ଭାରତ, ଭାରତୀୟ ସେନା ଓ ସୁରକ୍ଷା ସଂସ୍ଥାଗୁଡ଼ିକ ବିରୋଧରେ ଆକ୍ରୋଶମୂଳକ, ସାମ୍ପ୍ରଦାୟିକ ଓ ଭ୍ରମାତ୍ମକ ଖବର ପ୍ରଚାର ଅଭିଯୋଗ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.