ମୁମ୍ବାଇ,୩୦/୫ : କଥା ଯେତେବେଳେ ବି ‘ରାମାୟଣ’ ଧାରାବାହିକର ହୋଇଥାଏ ସେତେବେଳେ ମନରେ ପ୍ରଥମେ ଅଭିନେତା ଅରୁଣ ଗୋଭିଲଙ୍କ ଚେହେରା ସାମ୍ନାକୁ ଆସିଥାଏ । ସେ ରାମାୟଣରେ ଭଗବାନ ଶ୍ରୀ ରାମଙ୍କ ଭୂମିକା ନିଭାଇ ଘରେ ଘରେ ଲୋକପ୍ରିୟ ହୋଇଥିଲେ । ଏବେ ପ୍ରାୟ ୪ଦଶକ ପରେ ସେ ବଡ଼ ପରଦାରେ ଭଗବାନ ରାମଙ୍କ ବାପା ରାଜା ଦଶରଥଙ୍କ ଚରିତ୍ରରେ ନଜର ଆସିବେ । ଯାହାକି ରଣବୀର କପୁର ଏଥିରେ ଭଗବାନ ଶ୍ରୀ ରାମଙ୍କ ଚରିତ୍ର ନିଭାଇବା ଦେଖାଯିବେ । ଅରୁଣ ଗୋଭିଲ ଏବେ ପର୍ଯ୍ୟନ୍ତ କଥାବାର୍ତ୍ତାରେ ରାମାୟଣ ଏବଂ ରଣବୀର କପୁରଙ୍କୁ ନେଇ କଥା ହେବାକୁ ଯାଇ ରଣବୀରଙ୍କ ତାରିଫ୍ କରିଛନ୍ତି ।

ଅଭିନେତା ଏବଂ ବିଜେପି ସାଂସଦ ଅରୁଣ ଗୋଭିଲ ନିକଟରେ ଏକ କଥାବାର୍ତ୍ତାରେ ରଣବୀରଙ୍କ ତାରିଫ କରି କହିଛନ୍ତି କି,ରାମଙ୍କ ରୂପରେ ମୁଁ ତାଙ୍କ ବିଷୟରେ କିଛି କହିପାରିବି ନାହିଁ । କିନ୍ତୁ ସେ ଏକ ଭଲ ଅଭିନେତା ଅଟନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ । ସେ ଜଣେ ଭଲ ମଣିଷ ବି ଅଟନ୍ତି । ଯେଭଳି ମୁଁ ପ୍ରଥମେ କହିଥିଲି କି ପ୍ରତ୍ୟେକ ଅଭିନେତା ପ୍ରତ୍ୟେକ ଚରିତ୍ରକୁ ନିଜ ଭାବରେ ନିଭାଇଥାନ୍ତି ଏବଂ ସେ ଭଗବାନ ରାମଙ୍କ ଭୂମିକା ବି ନିଜ ଅନ୍ଦାଜରେ ନିଭାଇବେ ।

ଅରୁଣ ରଣବୀରଙ୍କ ରାମାୟଣର ଫାଷ୍ଟ ଲୁକ୍ ସାମ୍ନାକୁ ଆସିବା ପରେ ହୋଇଥିବା ଆଲୋଚନା ଉପରେ ବି ରିଆକ୍ଟ କରିଛନ୍ତି । ସେ କହିଛନ୍ତି, ଏହାର ଏକ କାରଣ ଏହା ବି ହୋଇପାରେ ଭଗବାନ ରାମଙ୍କ ରୂପରେ ମୋ ଅଭିନୟ ଏକ ମାଇଲଖୁଣ୍ଟ ହୋଇଯାଇଥିଲା । ଏହା ଆଜି ବି ଲୋକଙ୍କ ହୃଦୟରେ ରହିଛି । ଅନ୍ୟ କାହାକୁ ଦେଖିବାକୁ ଚାହୁଁ ନାହାନ୍ତି । ଆପଣ ଜାଣନ୍ତି ମୋ ରାମାୟଣ ପ୍ରତ୍ୟେକ ସମୟରେ ଚାଲୁ ରହିଛି । ଆଜି ବି ଉତ୍ତର ଏବଂ ମଧ୍ୟ ଭାରତରେ ଯେତେବେଳେ ବି ମେଳା ବସିଥାଏ ରାମଙ୍କ ଫଟୋ ବିକ୍ରି ହେଉଛି ଏବଂ ଏହା ଉପରେ ମୋର ଫଟୋ ରହିଥାଏ । ଏଥିଲାଗି ମୋ ପାଇଁ କୌଣସି ଅଭିନେତା ଭଗବାନ ରାମଙ୍କ ରୂପରେ ଅଭିନୟର କଥା କହିବା ଉଚିତ ଲାଗୁ ନାହିଁ ।