ନୂଆଦିଲ୍ଲୀ,୧୨/୫ : ପେପର ଲିକ୍ ପରେ NEET ପରୀକ୍ଷା ବାତିଲ ହେବା ପରେ ଆମ ଆଦମୀ ପାର୍ଟି (AAP) କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ରାଜନୈତିକ ସହଯୋଗ ଏବଂ ପୃଷ୍ଠପୋଷକତା ଯୋଗୁଁ NEET ପେପର ଲିକ୍ ହେଉଛି ବୋଲି ଅଭିଯୋଗ କରିଛନ୍ତି AAP ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ। ପୂର୍ବରୁ ୨୦୧୭, ୨୦୨୧ ଏବଂ ୨୦୨୪ ରେ NEETପେପର ଲିକ୍ ହୋଇଥିଲା ଏବଂ ଏବେ ପୁଣି ଥରେ ଲିକ୍ ହୋଇଛି । NEET ପେପର ଚାରି ଥର ଲିକ୍ ହୋଇଛି, କିନ୍ତୁ ଲିକ୍ ସହିତ ଜଡିତ କୌଣସି ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇ ନାହିଁ । ଯେଉଁମାନେ ଗତ ଥର ପେପର ଲିକ୍ କରିଥିଲେ ସେମାନେ ମଧ୍ୟ ଜାମିନରେ ଅଛନ୍ତି । ସେ କହିଛନ୍ତି ଯେ, ଏହା ବର୍ଷ ବର୍ଷ ଧରି ପ୍ରସ୍ତୁତ ହୋଇଥିବା ଲକ୍ଷ ଲକ୍ଷ ଯୁବକଙ୍କ ପ୍ରତି ଏକ ବଡ଼ ବିଶ୍ୱାସଘାତକତା। ଏବେ, ଯୁବକମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡିବ। AAP ସେମାନଙ୍କ ସହିତ ଠିଆ ହୋଇଛି।

NEET ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ପ୍ରତି ସମବେଦନା ପ୍ରକାଶ କରି କହିଛନ୍ତି କି, "ମୁଁ ମଧ୍ୟ ନିଜ ଜୀବନରେ ପ୍ରଥମେ ଆଇଆଇଟିର ପେପର ଦେଇଥିଲି ଏବଂ ପରେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ଦେଇଥିଲି। ମୁଁ ଜାଣିଛି କି ଏଥିଲାଗି କେଉଁ ପ୍ରକାରର କଠୋର ତତ୍ପସ୍ୟା କରିବାକୁ ପଡ଼ିଥାଏ । ହିସାରରେ ଆମର ଏକ ଛୋଟ ଘର ଥିଲା, ସେଠାରେ ଆମର ଉପରେ ଏକ ଛୋଟ କୋଠରୀ ଥିଲା। ୨୪ଘଣ୍ଟା ସେହି ଘରେ ବସି ମୁଁ ପ୍ରସ୍ତୁତ କରୁଥିଲି । ସୌଭାଗ୍ୟ ବଶତଃ, ସେହି ଦିନ ଗୁଡ଼ିକରେ ପ୍ରଶ୍ନପତ୍ର ଲିକ୍ ହୋଇନଥିଲା।"

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଅନେକ ପରିବାର ବହୁତ ଗରିବ ଏବଂ କୋଚିଂ ବହୁତ ମହଙ୍ଗା ହୋଇଥାଏ । ଅନେକ ଲୋକ କୋଚିଂରେ ଯୋଗଦେବା ପାଇଁ ଦିଲ୍ଲୀ ଆସନ୍ତି ଏବଂ ପିଲାମାନେ ଘର ଭଡ଼ା ନିଅନ୍ତି। କେତେକ ପିଲାଙ୍କ ମା’-ବାପା ତାଙ୍କୁ କୋଚିଂ ଦେବା ଲାଗି ନିଜ ସୁନା ଗହଣା ବନ୍ଧକ ରଖନ୍ତି କିମ୍ବା ଜମି ବିକ୍ରି କରନ୍ତି। ଏହାପରେ ଯଦି ପେପର ଲିକ ହୋଇଯାଏ ତେବେ ଏହାଠାରୁ ବଡ଼ ଧୋକ୍କା କିଛି ହୋଇନପାରେ । ଏହି ନିଟର ପେପର ପ୍ରଥମ ଥର ଲିକ୍ ହୋଇନାହିଁ । ଏହା ପୂର୍ବରୁ ୨୦୧୭, ୨୦୨୧ ଏବଂ ପରେ ୨୦୨୪ରେ ବି ନିଟର ପେପର ଲିକ ହୋଇଥିଲା ଏବଂ ଏବେ ଲିକ୍ ହୋଇଛି । ୪ଥର ନିଟର ପେପର ଲିକ୍ ହୋଇସାରିଛି ।