ନୂଆଦିଲ୍ଲୀ,୧୧/୧୨: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏନେଇ ସରଗରମ ରାଜନୈତିକ ମହଲ। ତେବେ ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ମେଣ୍ଟା ହେବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ  ତେବେ ଏହାକୁ ଖଣ୍ଡନ କରିଛନ୍ତି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। 

ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆପ୍ କୌଣସି ପ୍ରକାର ବୁଝାମଣା କରିବ ନାହିଁ କି କୌଣସି ରାଜନୈତକ ଦଳ ସହିତ ମେଣ୍ଟ କରିବ ନାହିଁ।   ଆପ୍ ନିଜ ଶକ୍ତିରେ ଏକା ଲଢିବ  ବୋଲି କେଜ୍ରିଓ୍ବାଲ ସୋସିଆଲ ମିଡ଼ିଆରେ ଏତ ଫୋଷ୍ଟ ସେୟାର କରି କହଛନ୍ତି । ଏଏନଆଇ ରିପୋର୍ଟ ଅନୁଯାୟୀ,  ଦିଲ୍ଲୀ ବିଧାନସଭା ନିର୍ବାଚନରେ ମେଣ୍ଟ ପାଇଁ କଂଗ୍ରେସ ଓ ଆପ୍‌ ମଧ୍ୟରେ ଆଲୋଚ଼ନା ହେବାରେ ଥିଲା। ୧୫ ଟି ଆସନରେ କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକର ଅନ୍ୟ ପାର୍ଟିମାନଙ୍କୁ  ୧-୨ ଟି ସିଟ୍ ଆଉ ଅବଶିଷ୍ଟ ଆସନଗୁଡିକରେ ଆପ୍‌ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଚର୍ଚ୍ଚା ହେଉଥିଲା।ଏହା ପୂର୍ବରୁ ମଧ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କରିଦେଇଥିଲେ। ହେଲେ  ପୁଣିଥରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଖବର ଚର୍ଚ୍ଚାକୁ ଆସିଥିବା ବେଳେ ବଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ ହେବା ସମ୍ଭାବନାକୁ ବର୍ତ୍ତମାନ କରିଛନ୍ତି ପ୍ରତ୍ୟାଖ୍ୟାନ।