ନୂଆଦିଲ୍ଲୀ : ପରଲୋକର ବଲିଉଡର ଜଣାଶୁଣା ଗାୟିକା ଆଶା ଭୋସଲେ । ରବିବାର ଏହି ବର୍ଷିୟାନ ଗାୟିକାଙ୍କ ଦେହାନ୍ତ ହୋଇଥିବାବେଳେ ସବୁଠି ଖେଳି ଯାଇଛି ଶୋକର ଛାୟା । ସୋମବାର ତାଙ୍କର ଅନ୍ତିମ ଦର୍ଶନ ପାଇଁ ବଲିଉଡ କଳାକାରଙ୍କଠାରୁ ଆରମ୍ଭ କ୍ରିକେଟର ସମସ୍ତେ ପହଞ୍ଚିଛନ୍ତି । ଏହି ଅବସରରେ ଆଶାଙ୍କ ଘରେ ପହଞ୍ଚିଥିଲେ ଭାରତୀୟ କ୍ରିକେଟର ମହମ୍ମଦ ସିରାଜ । ଯେଉଁଠାରେ ସେ ଆଶା ଭୋସଲେଙ୍କ ନାତୁଣୀ ଜନାଇଙ୍କୁ ଖୋଜୁଥିବା ଦେଖିବାକୁ ମିଳିଥିଲା । ଆଉ ଯେତେବେଳେ ଜନାଇ ସିରାଜଙ୍କ ଦେଖିଥିଲେ ଜାବୁଡ଼ି କାନ୍ଦିବାକୁ ଲାଗିଥିଲେ। ଭାବବିହ୍ବଳ ସମୟର ଏହି ଭିଡିଓ କ୍ୟାମେରାରେ କଏଦ ହୋଇଥିବାବେଳେ ଏହା ବେଶ ଭାଇରାଲ ହେଉଛି । ଯେଉଁଥିରେ ୟୁଜର୍ସମାନେ ଦୁଃଖ ଇମୋଜି ସହ ସେୟାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।
ସିରାଜଙ୍କୁ ଭାଇ କରିଛନ୍ତି ଜନାଇ । ଉଭୟ ଅନେକ ସମୟରେ ଏକାଠି ନଜର ଆସିଥିବା ମଧ୍ୟ ଦେଖିବାକୁ ମିଳିଛି । ଏମିତିକି ସିରାଜଙ୍କୁ ସେ ରାକ୍ଷୀ ବାନ୍ଧିଥିବାର ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି । ସିରାଜ ଏବଂ ଜନାଇଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ । ଅନେକ ସମୟରେ ସେ ଆଶାଙ୍କ ଘରକୁ ମଧ୍ୟ ଯାଇଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଯେଉଁ କାରଣରୁ ଆଇପିଏଲ ଚାଲିଥିଲେ ସୁଦ୍ଧା ସିରାଜ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ । ଏବଂ ସେ ବେଶ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଛି ।
ସେପଟେ ଆମେ ଯଦି ଜନାଇଙ୍କ ସମ୍ପର୍କରେ କହିବା ତାହେଲେ ସେ ହେଉଛନ୍ତି ଆଶା ଭୋସଲେଙ୍କ ନାତୁଣୀ । ସେ ପଣ୍ଡିତ ଦିନାନାଥ ମଞ୍ଜେରକରଙ୍କ ଝିଅ । ସେ ବଲିଉଡରେ ପାଦ ଥାପିବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ସେ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଫିଲ୍ମ ଜରିଆରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଯେଉଁଥିରେ ସେ ମରାଠି ରାଣୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।
ଏହାସହ ପଢ଼ନ୍ତୁ : ରାଜସ୍ଥାନ ମ୍ୟାନେଜରଙ୍କୁ ଆସିଲା ନୋଟିସ୍, ବିସିସିଆଇ କ’ଣ ନେବ ପଦକ୍ଷେପ ?