ନୂଆଦିଲ୍ଲୀ,୧୩।୧: ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ କେନ୍ଦ୍ରମନ୍ତ୍ରୀ ଆଶ୍ବିନୀ ବୈଷ୍ଣଭଙ୍କ ଟାର୍ଗେଟ। ସେ କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବୈଷ୍ଣଭ କହିଛନ୍ତି ଜୁକରବର୍ଗ ମୋଦି ସରକାରଙ୍କୁ ଭାଙ୍ଗିବା ପାଇଁ ମିଛ କଥା ସବୁ ପ୍ରଚାର କରୁଛନ୍ତି। ଏହା ଖୁବ୍ ନିରାଶଜନକ। ତାଙ୍କୁ ତଥ୍ୟ ଓ ବିଶ୍ବାସନୀୟତା ବଜାୟ ରଖିବା ଦରକାର। ନିକଟରେ ଜୁକରବର୍ଗ କହିଥିଲେ, ୨୦୨୪ ଦୁନିଆ ପାଇଁ ବେଶ୍ କଠିନ ଥିଲା। କୋଭିଡ୍ ପରେ ବହୁ ଦେଶରେ ନିର୍ବାଚନ ହୋଇଛି ଓ ଭାରତ ସହ ବହୁ ଦେଶର ସରକାର ଭାଙ୍ଗିଛି। 

ବୈଷ୍ଣଭ କହିଛନ୍ତି, ଦୁନିଆର ସବୁଠାରୁ ବଡ଼ ଲୋକତନ୍ତ୍ର ରାଷ୍ଟ୍ର ଭାବରେ ଭାରତରେ ୨୦୨୪ ନିର୍ବାଚନରେ ୬୪ କୋଟି ଲୋକ ଭାଗ ନେଇଥିଲେ। ଭାରତର ଲୋକ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଉପରେ ଭରସା କରିଛନ୍ତି। ଜୁକରବର୍ଗ କହିଥିଲେ ଭାରତ ସହିତ ଅଧିକାଂଶ ଦେଶର ସରକାର ୨୦୨୪ ନିର୍ବାଚନରେ ଭାଙ୍ଗିଯିବା ସମ୍ପୂର୍ଣ୍ଣ ଭାବରେ ଭୁଲ। 

ସେ କହିଛନ୍ତି, ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ, ୨.୨ ବିଲିୟନ ମାଗଣା ଭ୍ୟାକସିନ୍ ଓ କୋଭିଡ୍ ବେଳେ ଭାରତ ସାରା ଦୁନିଆର ଦେଶକୁ ସାହାର୍ଯ୍ୟ କରିଛି। ଭାରତ ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥବ୍ୟବସ୍ଥା। ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ଭଲ ସରକାର ଓ ଲୋକଙ୍କ ଭରସାର ପ୍ରମାଣ। ଜୁକରବର୍ଗଙ୍କ ଦ୍ବାରା ଦିଆଯାଇଥିବା ଭୁଲ ସୂଚନା ଖୁବ୍ ନିରାଶଜନକ। ତାଙ୍କୁ ବିଶ୍ବାସନୀୟତା ବଜାୟ ରଖିବା ଦରକାର। ଉଲ୍ଳେଖନୀୟ ଯେ, ଏକ ପଡକାଷ୍ଟ ବେଳେ ଜକରବର୍ଗ କହିଥିଲେ, ୨୦୨୪ ସାରା ଦୁନିଆ ପାଇଁ ଏକ ନିର୍ବାଚନୀ ବର୍ଷ ଥିଲା। ଭାରତ ଭଳି ବହୁ ଦେଶରେ ନିର୍ବାଚନ ହୋଇଥିଲା ଓ ବର୍ତ୍ତମାନର ସରକାରର ପତ୍ତନ ହୋଇଛି। ବିଶ୍ବ ସ୍ତରରେ କୌଣସି ଏକ ବଡ଼ କାରଣ ଥିବ, ତାହା ଦରଦାମ ବୃଦ୍ଧି ହେଉ କିମ୍ବା ଆର୍ଥିକ ସଙ୍କଟ। ସରକାରଙ୍କୁ କୋଭିଡ୍ ସହ ଲଢିବାର ପ୍ରଣାଳୀ ପାଇଁ ଖୁବ୍ ପ୍ରଭାବ ପଡିଛି। ସେ ଦାବି କରିଥିଲେ ଯେ, ଲୋକତାନ୍ତ୍ରିକ ସଂସ୍ଥା ପ୍ରତି ଲୋକଙ୍କ ବିଶ୍ବାସରେ ମଧ୍ୟ ଅଭାବ ଦେଖିବାକୁ ମିଳିଛି। ଜୁକରବର୍ଗଙ୍କ ଏହି ଭୁଲ ତଥ୍ୟର ଏବେ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

୪ଟି ସନ୍ତାନ ଜନ୍ମକର, ୧ ଲକ୍ଷ ପୁରସ୍କାର ପାଅ, ନଚେତ… ମନ୍ତ୍ରୀଙ୍କ ଅଦ୍ଭୁତ ଘୋଷଣା