ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି, ଆଜି ଭାରତ-ଜାପାନ ସେମିଫାଇନାଲ

Published By : Ankita S | November 19, 2024 8:14 AM

ପାଟନା,୧୯/୧୧: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ୨୦୨୪ । ଆଜି ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଖେଳାଯିବ । ପ୍ରଥମ ସେମି ଫାଇନାଲ ଚୀନ ଓ ମାଲେସିଆ ମଧ୍ୟରେ ହେବ । ଦ୍ବିତୀୟ ସେମିରେ ଜାପାନ ଓ ଭାରତ ପରସ୍ପରକୁ ଭେଟିବେ । ଆରମ୍ଭରୁ ଅପରାଜେୟ ଥିବା ମହିଳା ହକି ଦଳ ଆଜି ସେମିଫାଇନାଲରେ ଜାପାନକୁ ହରାଇ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । 

ବିହାରର ରାଜଗିରିରେ ଚାଲିଥିବା ଏସୀୟ ଚମ୍ପିଆନ୍ସ ଟ୍ରଫି ମହିଳା ହକି ପ୍ରତିଯୋଗିତାରେ ଆୟୋଜକ ଭାରତ ଆଜି ସେମିଫାଇନାଲରେ ଜାପାନକୁ ଭେଟିବ । ଅପରାହ୍ନ ୪.୪୫ରେ ଏହି ମ୍ୟାଚ ଖେଳାଯିବ। ସେହିପରି ପ୍ରଥମ ସେମି ମ୍ୟାଚରେ ଚୀନ-ମାଲେସିଆ ମୁହାଁମୁହିଁ ହେବେ । ଏହା  ୨ଟା୧୫ରେ ଖେଳାଯିବ । ଦୁଇ ବିଜୟୀ ଦଳ ଫାଇନାଲ ଟିକେଟ ହାସଲ କରିବେ । ଆସନ୍ତାକାଲି (ବୁଧବାର) ଫାଇନାଲ ମ୍ୟାଚ ଖେଳାଯିବ।

ଗ୍ରୁପ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଥିଲା । ଏହି ପ୍ରତିଯୋଗିତାରେ ଭାରତ ୫ଟି ମ୍ୟାଚ ଖେଳି ୨୬ ଗୋଲ କରିଛି । ଶେଷ ଲିଗ ମ୍ୟାଚରେ ଜାପାନକୁ ୩-୦ ଗୋଲରେ ପରାସ୍ତ କରିଥିଲା । ତେଣୁ ଆଜି ସେମି ମୁକାବିଲାରେ ଭାରତର ପଲ୍ଲା ଭାରି ରହିଛି । ଘରୋଇ ଦଳ ନିଶ୍ଚିନ୍ତ ଭାବେ ଜାପାନ ଉପରେ ଚାପ ପକାଇବ । ଅନ୍ୟ ପଟେ ଲିଗ୍ ପର୍ଯ୍ୟାୟରେ ପରାଜୟ ପ୍ରତିଶୋଧ ନେବାକୁ ପ୍ରୟାସ କରିବ ଜାପାନ । ପୂର୍ବ ତ୍ରୁଟିକୁ ସୁଧାରି କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛି ଦଳ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.