ନୂଆଦିଲ୍ଲୀ,୧୧।୪: ଆଜିକାଲି ପୁରା ଦୁନିଆର ନଜର ପାକିସ୍ତାନର ରାଜଧାନୀ ଇସଲାମାବାଦ ଉପରେ ରହିଛି। ଏଠାରେ ଆମେରିକା ଓ ଇରାନ ଭିତରେ ଶାନ୍ତିର ବହୁତ ବଡ଼ ଆଲୋଚନା ହେବାକୁ ଯାଉଛି। ଦୁଇ ସପ୍ତାହର ଅସ୍ତ୍ରବିରତି ପରେ ଦୁଇ ପକ୍ଷ ଏବେ ଆଲୋଚନା କରିବେ। କିନ୍ତୁ ଏଥର ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅପେକ୍ଷା ଅସୀମ ମୁନିର ଅଧିକ ଚର୍ଚ୍ଚାରେ ଅଛନ୍ତି। ମୁନିର ଏହି ସୁଯୋଗକୁ ବ୍ୟବହାର କରି ପ୍ରମାଣ କରିଥିଲେ ଯେ, ପାକିସ୍ତାନରେ ତାଙ୍କର ପ୍ରକୃତ କ୍ଷମତା ଅଛି। ସେ ଏହି ସମୟରେ ତାଙ୍କର ‘ଡ୍ରେସ୍ ଡିପ୍ଲୋମାସୀ’ ଖୁବ୍ ଚର୍ଚ୍ଚାରେ ରହିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଇରାନର ପ୍ରତିନିଧି ମଣ୍ଡଳୀଙ୍କୁ ସାମରିକ ୟୁନିଫର୍ମ ଏବଂ ଆମେରିକା ପ୍ରତିନିଧି ମଣ୍ଡଳୀଙ୍କୁ ମୁନିର ସୁଟ୍ ବୁଟ୍ ପିନ୍ଧି ସ୍ବାଗତ କରିଥିଲେ।

ଏହା ପଛରେ କାରଣ କ'ଣ ?

ଇରାନୀ ପ୍ରତିନିଧିମଣ୍ଡଳୀକୁ ରିସଭ କରିବାକୁ ଆସିଥିବା ଅସୀମ ମୁନିର ସମ୍ପୂର୍ଣ୍ଣ ସାମରିକ ପୋଷାକ ପିନ୍ଧିଥିଲେ। କିନ୍ତୁ, ଜେଡି ଭାନ୍ସଙ୍କ ବିମାନରେ ଅବତରଣ କରିବା ପରେ, ତାଙ୍କର ଶୈଳୀ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଗଲା। ୟୁନିଫର୍ମଟି ଏକ ସୁଟ୍ ହୋଇଗଲା ଏବଂ ତାଙ୍କର ଆଚରଣ ବହୁତ ନରମ ଦେଖାଗଲା। ଏହାପରେ ମୁନିରଙ୍କ ଏହି ‘ୟୁନିଫର୍ମ ଡିପ୍ଲୋମାସି’କୁ ନେଇ ବଢିଛି ଚର୍ଚ୍ଚା। ନୁର ଖାନ ବାୟୁସେନା ଘାଟିରେ ଶନିବାର ଭୋର ଭୋରୁ ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀକୁ ନେଇ ଏକ ବିମାନ ଅବତରଣ କଲା। ସେହି ମୁହୂର୍ତ୍ତରେ, ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ତାଙ୍କ ଖାକି ସାମରିକ ପୋଷାକ ପିନ୍ଧି ଠିଆ ହୋଇଥିଲେ - ତାଙ୍କ କାନ୍ଧରେ ଷ୍ଟାର, ଛାତିରେ ମେଡାଲ ଏବଂ ହାତରେ ଥିଲା ବାଡି। କୌଣସି ସିଭିଲ୍ ସୁଟ୍ ନାହିଁ, କୌଣସି କୂଟନୈତିକ ହସ ନାହିଁ, ସେ ଜଣେ ଆର୍ମି କମାଣ୍ଡରଙ୍କ ପରି ମନେ ହେଉଥିଲେ। ସେ ଇରାନୀ ଅତିଥିମାନଙ୍କୁ ସ୍ୱାଗତ କରି ହାତ ମିଳାଇଥିଲେ ଓ ତାଙ୍କର ହାବଭାବ ଏକ ବାର୍ତ୍ତା ମଧ୍ୟ ଥିଲା। ତାହା ହେଲା ପାକିସ୍ତାନୀ ସେନା ତାଙ୍କ ସୁରକ୍ଷାର ଗ୍ୟାରେଣ୍ଟି ନେଇଛି।

ଏହାର କିଛି ଘଣ୍ଟା ପରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଏୟାରଫୋର୍ସ ଟୁରେ ଓହ୍ଲାଇଥିଲେ। ତେବେ ଏହି ସମୟରେ ମୁନିରଙ୍କୁ ଦେଖିବାକୁ ମିଳିଥିଲା ଅଲଗା ଅନ୍ଦାଜରେ। ତାଙ୍କର ଲୁକ୍ସ ପୁରା ବଦଳି ଯାଇଥିଲା। ଏବେ ସେ ପୁରାପୁରି ସିଭିଲ୍ ସୁଟ୍ରେ ଥିଲେ, ବିଲକୁଲ୍ ଓ୍ବେଷ୍ଟର୍ଣ୍ଣ ଷ୍ଟାଇଲରେ, ଯେପରି କୌଣସ କୁଟନୀତିଜ୍ଞ ଭେଟୁଛନ୍ତି। ସେଠାରେ ତାଙ୍କର ଥିଲା ପୁରାପୁରି ଜେଣ୍ଟଲମ୍ୟାନ୍ ଲୁକ୍ସ। ଏହି ପରିବର୍ତ୍ତନ କୁଟନୈତିକ ଇତିହାସରେ ‘ଡ୍ରେସ୍ ଡିପ୍ଲୋମାସି’ ନାମରେ ଚର୍ଚ୍ଚା ହେଉଛି। ଏହା କୌଣସି ସଂଯୋଗ ନୁହେଁ ବଂର ଏକ ବୁଝି-ବିଚାରି, କାଲକୁଲେଟେଡ୍ ଗେଶ୍ଚର ଥିଲା। ପାକିସ୍ତାନ ଇରାନ-ଆମେରିକା ଭିତରେ ଏହି ଜଟିଳ ଅସ୍ତ୍ରବିରତିର ଦାୟିତ୍ବ ନେଇଛି, ଏଭଳି ସ୍ଥିତିରେ ଉଭୟ ପକ୍ଷର ସୁରକ୍ଷା ସବୁଠାରୁ ବଡ଼ ପ୍ରସଙ୍ଗ।

ଆଲୋଚନା ଟେବଲ ଉପରେ ପହଁଞ୍ଚିବା ମାତ୍ରେ ମୁନୀର ଏହା ଦେଖାଇବାକୁ ଚେଷ୍ଟା କରିଥିଲେ ସେ କେବଳ ଆୟୋଜକ ନୁହେଁ, ବଂର ଗେମଚେଞ୍ଜର। ଇରାନ ପାଇଁ ପାକିସ୍ତାନ ଏକ ପଡୋଶୀ, ଏଭଳି ସ୍ଥିତିରେ ସମ୍ପର୍କ ସମ୍ବେଦନଶୀଳ ଓ ଜଟିଳ ହୋଇଯିବ। ବେଲୁଚିସ୍ତାନର ସୀମା, ଶିୟା ଜନସଂଖ୍ୟା, ଶକ୍ତି ବ୍ୟାପାର ଭଳି ବହୁ ପ୍ରସଙ୍ଗ ରହିଛି, ଯାହାକି ଦୁଇ ଦେଶ ଭିତରେ ବିବାଦର କାରଣ ପାଲଟିଛି। ଏଭଳି ସ୍ଥିତିରେ ମଜଲିସ୍ର ସ୍ପିକର କାଲିବାଫ ଓ ଅରାଗଚି ଭଳି ହାର୍ଡଲାଇନର ନେତାଙ୍କ ଆଗରେ ସାମରିକ ୟୁନିଫମର ଅର୍ଥ ନିଜର ଶକ୍ତି ପ୍ରଦର୍ଶନ କରିବା ଯେ, ସେନା ତୁମାର ସୁରକ୍ଷା ପାଇଁ ଦାୟୀ। କାରଣ ନୁର ଖାନ୍ ଏୟାରବେସ୍ରେ ମିଲିଟାରୀ ଇନଷ୍ଟଲେସନ୍ ରହିଛି। ଏଭଳି ସ୍ଥିତି ୟୁନିଫର୍ମରେ ଆସି ମୁନିର ଇରାନକୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି, ପାକିସ୍ତାନୀ ସେନା ଏହି ଶିଖର ସମ୍ମିଳନୀର ପର୍ସନାଲ ଗ୍ୟାରେଣ୍ଟି ନେଉଛି।

ଆମେରିକାକୁ ପାକିସ୍ତାନ ନିଜର ରାଜନୈତିକ ପାର୍ଟନର ଭାବୁଛି। ଜେଡି ଭାନ୍ସ ଆମେରିକାର ଉପ-ରାଷ୍ଟ୍ରପତି ଅଛନ୍ତି। ଏଭଳି ସ୍ଥିତିରେ ସିଭିଲ ଡ୍ରେସ୍ରେ ପହଁଞ୍ଚି ମୁନୀର ପାକିସ୍ତାନକୁ ଏକ ମର୍ଡନ, ଦାୟିତ୍ବବାନ ଓ ଡିପ୍ଲୋମାଟିକ୍ ପାର୍ଟନର ଭାବରେ ଆଗତ କରିଛି। ଏଠାରେ ସାମରିକ ପ୍ରଭୂତ୍ବ ଦେଖାଇବା ଜରୁରୀ ନୁହେଁ, ବଂର ରାଜନୈତିକ ସମନ୍ବୟ ଦେଖାଇବାର ଆବଶ୍ୟକତା ରହିଛି। ଏହାଦ୍ବାରା ପାକିସ୍ତାନ ସରକାରଙ୍କୁ କ୍ରେଡିଟ୍ ଦେବାର ଚେଷ୍ଟା କରାଯାଉଛି ଓ ଦେଖାଯାଉଛି ଯେ, ପାକିସ୍ତାନ କୌଣସି ମିଲିଟାରୀ ରନ୍-ଷ୍ଟେଟ୍ ନୁହେଁ, ବଂର ଏକ ବିଶ୍ବାସନୀୟ ମଧ୍ୟସ୍ଥି।

ମୁନରଙ୍କ ଡ୍ରେସ୍ ଡିପ୍ଳୋମାସି କ’ଣ କୁହେ ?

- ଅସୀମ ମୁନିର ସେନା ମୁଖ୍ୟ ହୋଇପାରନ୍ତି, କିନ୍ତୁ ଗତ କିଛି ମାସ ଧରି ସେ ଜଣେ କୂଟନୀତିଜ୍ଞ ଭାବରେ ମଧ୍ୟ ନିଜକୁ ଉପସ୍ଥାପନ କରୁଛନ୍ତି। ତାଙ୍କର ଅନେକ ବିଦେଶ ଯାତ୍ରା ଏହା ପ୍ରମାଣିତ କରିଛି। ସେ ଶାହବାଜ ସରିଫଙ୍କ ବିନା ଦୁଇଥର ଆମେରିକା ଗସ୍ତ କରିଥିଲେ।

- ଗତ କିଛି ମାସ ପୂର୍ବରୁ ସାଉଦି କ୍ରାଉନ୍ ପ୍ରିନ୍ସଙ୍କୁ ସାକ୍ଷାତ ବେଳେ ମଧ୍ୟ ସେ କମ୍ବାଟ ୟୁନିଫର୍ମ ପିନ୍ଧିଥିଲେ, ଯାହାକି ତାଙ୍କ ଡିଫେନ୍ସ ପାକ୍ଟ କାରଣରୁ ସେନାର ଶକ୍ତି ଦେଖାଇବା ଭଳି ଥିଲା।

ଆହୁରି ପଢନ୍ତୁ : ମୁହଁରେ କ୍ଷତ ଚିହ୍ନ, ଗଭୀର ଆଘାତ କାରଣରୁ କାଟିବାକୁ ପଡିଲା ଗୋଡ଼ : ଭଲ ନାହିଁ ମୋଜତାବା ଖାମେନେଇଙ୍କ ସ୍ଥିତି