କଟକ,୨୪/୧୨: ASO ପରୀକ୍ଷା କେଳେଙ୍କାରୀ ପ୍ରସଙ୍ଗ। କଳା ତାଲିକାଭୁକ୍ତ ହେଲା ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ। ୫ ବର୍ଷ ପାଇଁ କଳା ତାଲିକାଭୁକ୍ତ କଲେ ହାଇକୋର୍ଟ । ASO ପରୀକ୍ଷାରେ ଅନିୟମିତତା କରିଥିବା ନେଇ ମିଳିଥିଲା ପ୍ରମାଣ।
ତେବେ ୨୦୨୫ ମେ' ଚୁକ୍ତି ଅନୁଯାୟୀ ଏହି ସଂସ୍ଥାକୁ ପରୀକ୍ଷା ପରିଚାଳନା ପାଇଁ ଅନୁମତି ମିଳିଥିଲା। ଚଳିତ ବର୍ଷ ଜୁଲାଇ ମାସରେ ASO ପଦବୀ ପାଇଁ ଏଠାରେ ମୁଖ୍ୟ ଲିଖିତ ପରୀକ୍ଷା କରାଯାଇଥିଲା। ତେବେ ସଂସ୍ଥା ବିରୁଦ୍ଧରେ ଗୋପନୀୟତା ଭଙ୍ଗ କରିବାର ଅଭିଯୋଗ ହୋଇଥିଲା । ଯାହା ପ୍ରମାଣିତ ହେବା ପରେ ସଂସ୍ଥାକୁ ୫ ବର୍ଷ ପାଇଁ କଳା ତାଲିକାଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ଜୁଲାଇ ୧୩ ତାରିଖରେ ଏଏସଏଓ ମେନ୍ ପରୀକ୍ଷା ହୋଇଥିଲା। ପରୀକ୍ଷା ପରିଚାଳନା ପାଇଁ ନିୟୋଜିତ ସଂସ୍ଥା ଉପରେ ହାଇକୋର୍ଟ ସନ୍ଦେହ ପ୍ରକାଶ କରି ପରୀକ୍ଷା ପ୍ରକ୍ରିୟାରେ ନିରପେକ୍ଷତା ଅବଲମ୍ବନ ପାଇଁ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ। ତେବେ ଗତ ମେ ୪ ତାରିଖରେ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ମନୋନୀତ ହୋଇଥିବା ୭୧୧୩ ଜଣ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ଦେଇଥିଲେ।