ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

Assam: ଆସାମ ସରକାରଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି; ସରକାରୀ କାର୍ଯ୍ୟ ପାଇଁ ବାଧ୍ୟତାମୂଳକ ହେଲା ଅସମୀୟା ଭାଷା

Published By : Bijay Swain | April 15, 2025 10:44 PM

Image courtesy: indiatoday

ନୂଆଦିଲ୍ଲୀ: ଆସାମ ସରକାର ରାଜ୍ୟରେ ସରକାରୀ କାର୍ଯ୍ୟ ପାଇଁ ଅସମୀୟା ଭାଷାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଘୋଷଣା କରିଛନ୍ତି ଯେ ଅସମୀୟା ଭାଷା ରାଜ୍ୟର ସରକାରୀ କାର୍ଯ୍ୟ, ଯୋଗାଯୋଗ ଏବଂ ଡକୁମେଣ୍ଟେସନରେ ବ୍ୟବହୃତ ହେବ। ଏହି ନିଷ୍ପତ୍ତି ରାଜ୍ୟରେ ଅସମୀୟା ଭାଷା ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଅସମୀୟା ଭାଷା ଆମର ପରିଚୟର ଏକ ଅବିଚ୍ଛେଦ୍ୟ ଅଂଶ। ଏହାକୁ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ କରି ଆମେ ଏହାର ଗୁରୁତ୍ୱକୁ ସୁନିଶ୍ଚିତ କରୁଛୁ।" ତେବେ, ଅନ୍ୟ ଭାଷା ବ୍ୟବହାର ଉପରେ କୌଣସି ନିଷେଧାଦେଶ ନାହିଁ, କିନ୍ତୁ ଅସମୀୟାକୁ ପ୍ରାଥମିକତା ଦିଆଯିବ। ଏନେଇ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। 

୨୦୧୧ ଜନଗଣନା ଅନୁଯାୟୀ ଭାରତରେ ବହୁଳ ବ୍ୟବହୃତ ଭାଷା ମଧ୍ୟରେ ଅସମୀୟା ଭାଷା ରହିଛି। ଆସାମର ପ୍ରାୟ ୧.୫ କୋଟିରୁ ଅଧିକ ଲୋକ ମାତୃଭାଷା ଭାବେ ଏହି ଭାଷାର ବ୍ୟବହାର କରୁଛନ୍ତି। ଯାହା ଆସାମ ଲୋକସଂଖ୍ୟାର ୪୮.୩୬ ପ୍ରତିଶତ ବୋଲି ଅନୁମାନ କରାଯାଉଛି। ଏହାଛଡା ୯୦ ଲକ୍ଷରୁ ଅଧିକ ବଙ୍ଗଳା ବ୍ୟବହାରକାରୀଙ୍କ ସହିତ ବଙ୍ଗଳା ରାଜ୍ୟର ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ଭାଷା ଭାବେ ମାନ୍ୟତା ପ୍ରାପ୍ତ କରିଛି। ଏହାଛଡା ବୋଡୋ ବାଷାର ମଧ୍ୟ ବ୍ୟବହାର ଅଧିକ କରାଯାଇଥାଏ। 

ଏହି ନିଷ୍ପତ୍ତିକୁ ଅସମୀୟା ଭାଷା ସଂଗଠନ ଓ ସାହିତ୍ୟିକ ମହଲରେ ସ୍ୱାଗତ କରାଯାଇଛି। ତେବେ, ରାଜ୍ୟର ବିଭିନ୍ନ ଭାଷାଭାଷୀ ଜନଗୋଷ୍ଠୀ ମଧ୍ୟରେ ଏହା କିପରି କାର୍ଯ୍ୟକାରୀ ହେବ, ତାହା ଉପରେ ଆଲୋଚନା ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.