ଭୁବନେଶ୍ବର, ୧୨/୦୧: ନୂଆ ସରକାରଙ୍କ ମେଗା ପ୍ଲାନ। ତିଆରି ହେବ ନୂଆ ସଚିବାଳୟ (ଲୋକସେବା ଭବନ) ଓ ବିଧାନସଭା। ମନ୍ତ୍ରୀ ଓ ସଚିବଙ୍କ ଅଫିସ ପାଇଁ ମନ୍ତ୍ରାଳୟ ଭବନ ରହିବ। ଖାରବେଳ ଭବନ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ (ସିଏମଓ) ପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟ ନିର୍ମାଣ ହେବ । ୭୧.୧୩ ଏକର ଜମିେର ଗୋଟିଏ ସ୍ଥାନରେ ରହିବ ରାଜ୍ୟ ପ୍ରଶାସନର ନାଭିକେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନା ପାଇଁ ଦେଇଛନ୍ତି ଭିତ୍ତିପ୍ରସ୍ତର।
ମୁଖ୍ୟମନ୍ତ୍ରୀଙ୍କ ଦେଢ଼ ବର୍ଷର ସ୍ବପ୍ନ ଥିଲା, ତାହା ଶୀଘ୍ର ପୂରଣ ହେବାକୁ ଯାଉଛି । ନୂଆ ରୂପ ପାଇବ ଲୋକସେବା ଭବନ । ବିଧାନସଭାର ମଧ୍ୟ ନୂଆ ନକ୍ସା ମଧ୍ୟ ପ୍ରସ୍ତୁତ ହୋଇଛି । ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ସେ ଆହୁରି ମଧ୍ୟ କହିଛନ୍ତି, ନୂଆ ଲୋକସେବା ଭବନର ନିର୍ମାଣ ହେବାର ଆବଶ୍ୟକତା ରହିଛି । ବିଭାଗର ସଂଖ୍ୟା, କର୍ମଚାରୀଙ୍କ ସଂଖ୍ୟା ବଢ଼ିଲାଣି, ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି କାର୍ଯ୍ୟ ଆରମ୍ଭ ହୋଇଛି । ଗୋଟିଏ କ୍ୟାମ୍ପସରେ ଅତ୍ୟାଧୁନିକ ଲୋକସେବା ଭବନ ଓ ବିଧାନସଭା ନିର୍ମାଣ ହେବ । ୩୦୦ ସଦସ୍ୟ ବସିଲା ଭଳି ନୂଆ ବିଧାନସଭା ନିର୍ମାଣ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସେପଟେ ଓଡ଼ିଶାରେ ବିଧାନସଭା ସୀମା ପୁନଃନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀ ବଡ଼ ଦେଇଛନ୍ତି । ବିଧାନସଭା ଆସନ ସଂଖ୍ୟା ବଢ଼ିପାରେ । ପ୍ରାୟ ୫୦ ସିଟ୍ ବଢ଼ି ୧୪୭ ଆସନରୁ ୨୦୦ ହୋଇପାରେ ସୂଚନା ଦେଇଛନ୍ତି । ତେଣୁ ଆଗାମୀ ଦିନକୁ ଦୃଷ୍ଟିରେ ରଖି ୩୦୦ ସଦସ୍ୟ ବସିବା ଭଳି ନୂଆ ବିଧାନସଭା ନିର୍ମାଣ କରାଯାଉଛି । ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ନୂଆ ବିଧାନସଭା ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଗାମୀ ୫୦ରୁ ୧୦୦ ବର୍ଷକୁ ଆଖିେର ରଖି ଏ ମେଗା ଯୋଜନା କରାଯାଇଛି। ପାଓ୍ବାର ହାଉସ ଛକରୁ ସେଚ ସଦନ ଏବଂ ନିର୍ମାଣ ସୌଧରୁ ରାଜୀବ ଭବନ ଯାଏ ପୂରା ଅଞ୍ଚଳ ନଆ ଲୋକସେବା ଭବନ ଓ ବିଧାନସଭାରେ ମିଶିଯିବ। ଏଥିପାଇଁ ପ୍ରଥମ ଦଫାରେର ୩୬୨୩ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ଏବେ ବିଧାନସଭା ସଂଖ୍ୟା ଥିଲା ବେଳେ ଆଗକୁ ଆଉ ୫୦ ସିଟ୍ ବଢ଼ିପାରେ। ପୁନଃ ବିଧାନସଭା ସୀମା ନିର୍ଦ୍ଧାରଣ ପରେ ୨୦୧୯ରେ ଏହା ୨୦୦ ଆସନ ଛୁଇଁପାରେ। ୧୯୭୪ ପରେ ବିଧାନସଭା ନିର୍ବାଚନମଣ୍ଡଳୀ ସଂଖ୍ୟା ଆଉ ବଢ଼ିନି। ଆଗକୁ ବଢ଼ିବାର ଥିବାରୁ ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଶୈଳୀରେ ଏ ଯୋଜନା