ମୁମ୍ୱାଇ,୦୬/୦୨ :‘ମୁଲ୍କ’ ଓ ‘ଥପ୍ପଡ୍’ ପରେ ଫିଲ୍ମ ‘ଅସ୍ସି’ ଜରିଆରେ ପୁଣି ଥରେ ଏକାଠି ହୋଇଛନ୍ତି ଅନୁଭବ ସିହ୍ନା ଓ ତାପସୀ ପନ୍ନୁ । ରେପ୍ କେସ୍ ଉପରେ ଆଧାରିତ ଏହି କ୍ରାଇମ୍-ଥ୍ରିଲର୍ ଡ୍ରାମାର ଟ୍ରେଲର୍ ନିକଟରେ ରିଲିଜ୍ ହୋଇଛି, ଯାହା ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି । ଫିଲ୍ମର ମୁଖ୍ୟ କଳାକାର ତାପସୀ ରାବି ଭୂମିକାରେ ଅଭିନୟ କରିଛନ୍ତି ।
ଆହୁରି ପଢନ୍ତୁ-କାଲି ଜବଲପୁରର ଏହି କୋର୍ଟରେ ହାଜର ହେବେ ସଲମାନ ଖାନ, ଜାଣନ୍ତୁ ମାମଲା କ’ଣ ?
ଜଣେ ନିର୍ଭୀକ ଓକିଲ ଭାବେ ସେ ଏକ ରେପ୍ କେସ୍ ଲଢୁଛନ୍ତି ଏବଂ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଓ ପୁରୁଷପ୍ରଧାନ ସମାଜ ବିରୋଧରେ ପୀଡ଼ିତାକୁ ନ୍ୟାୟ ପ୍ରଦାନ ଲାଗି ସାହାଯ୍ୟ କରିଛନ୍ତି । ଆସନ୍ତା ୨୦ ତାରିଖରେ ଫିଲ୍ମ ମୁକ୍ତିଲାଭ କରିବ । ଏଥିରେ ବର୍ଷୀୟାନ ଅଭିନେତ୍ରୀ ରେବତୀ ବିଚାରପତି ଭୂମିକାରେ ଅଭିନୟ କରିଛନ୍ତି । ଅଭିଯୁକ୍ତର ବାପା ଭୂମିକାରେ ଅଛନ୍ତି ମନୋଜ ପହୱା, ମା’ ଭୂମିକାରେ ଅଭିନୟ କରିଛନ୍ତି ସୁପ୍ରିୟା ପାଠକ । ଫିଲ୍ମରେ ନସୀରୁଦ୍ଦିନ ଶାହଙ୍କର ଛୋଟ ଭୂମିକା ରହିଛି, ଯାହା କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ରେପ୍ ପୀଡ଼ିତା ପରିମା ଭୂମିକା ନିର୍ବାହ କରିଛନ୍ତି ମାଲାୟାଲମ୍ ଅଭିନେତ୍ରୀ କାନୀ କୁସ୍ରୁତୀ । ଫିଲ୍ମରେ ତାଙ୍କ କାହାଣୀ ମାମଲାକୁ ଆଗକୁ ବଢ଼ାଇଛି ।