ନୂଆଦିଲ୍ଲୀ,୨୭।୭: ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ଫ୍ଲାଇଟ୍ ସୋମବାର ଗୁଜରାଟର ରାଜକୋଟ୍ରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବିମାନ ରନଓ୍ବେରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡ କରିଥିଲା। କୁହାଯାଉଛି ଯେ, ପାଇଲଟ୍ ଉଡାଣ ବେଳେ ବିମାନରୁ ଧୂଆଁ ବାହାରୁଥିଲା ଓ ତା ପରେ ତୁରନ୍ତ ନିଜର ଉପସ୍ଥିତି ବୁଦ୍ଧି ଦେଖାଇ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିଥିଲା।
ସେଭଳି ରାଜକୋଟ୍ ଏୟାରପୋର୍ଟର ଡାଇରେକ୍ଟର ଦିଗଂତ ବୋରାହଙ୍କ କହିବା ଅନୁସାରେ, ‘ଇଣ୍ଡିଗୋ କାଭିମାନ ଦୁବାଇରୁ ମୁମ୍ବାଇ ଯାଉଥିଲା। ଏହି ସମୟରେ ପାଇଲଟ୍ କାର୍ଗୋ ହୋଲ୍ଡ ଏରିଆରେ ଧୁଆଁ ବାହାରୁଥିବାର ଦେଖିଥିଲେ। ଏହାପରେ ରାଜକୋଟ୍ ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା। ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ହୋଇଥିଲା ଓ ସବୁ ପାସେଞ୍ଜର ମଧ୍ୟ ସୁରକ୍ଷିତ ଅଛନ୍ତି। ପାଇଲଟ୍ ଧୂଆଁ ଦେଖିବା ମାତ୍ରେ ତୁରନ୍ତ ରାଜକୋଟ୍ ଏୟାର ଟ୍ରାଫିକ୍ କନଟ୍ରୋଲ (ଏଟିସି) ସହିତ ଯୋଗାଯୋଗ କରିଥିଲେ ଓ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ ପାଇଁ କହିଥିଲେ। ଏହାପରେ ଏୟାରପୋର୍ଟର ରନଓ୍ବେରେ ତୁରନ୍ତ ଏମର୍ଜେନ୍ସି ପ୍ରୋଟୋକଲ୍ ଲାଗୁ କରାଯାଇଥିଲା।
ଏୟାରପୋର୍ଟ ମ୍ୟାନେଜମେଣ୍ଟ କହିଛି, ଦୁବାଇରୁ ମୁମ୍ବାଇ ଆଡକୁ ଯାଉଥିବା ବିମାନର କାର୍ଗୋ ହୋଲ୍ଡ ଏରିଆରୁ ଧୂଆଁ ଦେଖିବାକୁ ମିଳିଥିବା। ଏହାପରେ ରାଜକୋଟ୍ରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ବିମାନରେ ୧୯୪ ପାସେଞ୍ଜର ଥିଲେ। ପାଇଲଟଙ୍କ ପକ୍ଷରୁ ସୂଚନା ମିଳିବା ପରେ ମଧ୍ୟାହ୍ନ ୨ଟା ୪୫ ମିନିଟ୍ରେ ଏୟାରପୋର୍ଟକୁ ଆଲର୍ଟ କରାଯାଇଥିଲା। ଏହା ପରେ ୩ ଟା ୨୭ ମିନିଟରେ ବିମାନ ସୁରକ୍ଷିତ ଭାବରେ ଲ୍ୟାଣ୍ଡ ହୋଇଥିଲା।
ଆହୁରି ପଢନ୍ତୁ : Indian Electric Cars: ୩ ମାସରେ ୧୪ ଗୁଣ ବଢିଲା ଇଲେକ୍ଟ୍ରିକ୍ କାର ରପ୍ତାନୀ, ୟୁରୋପରୁ ନେଇ ଆଫ୍ରିକା ପର୍ଯ୍ୟନ୍ତ ଡିମାଣ୍ଡ