ଭୁବନେଶ୍ବର, ୩୦।୭ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର ଆଣ୍ଡ ବି ଡିଭିଜନ-୩ର  ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କୁ ବୁଧବାର ଭିଜିଲାନ୍ସ ଟିମ୍ ଗିରଫ କରି କୋର୍ଟ ଚାଲାଣ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନରେ ଚଢାଉ କରିଥିଲା। 

ଭିଜିଲାନ୍ସ ଟିମ୍ ଚଢାଉ ବେଳେ ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ତିନି ମହଲା ବିଲ୍ଡିଂ, କସମୋପୋଲିରେ ଦୁଇଟି ଫ୍ଲାଟ୍, ପାହଳ ସିମ୍ପୋନୀ ମଲ ଓ ଗ୍ୟାଲେରିଆରେ  ଦୋକାନ ଘର, ୧୩ଟି ପ୍ଲଟ, ୭୫ ଲକ୍ଷ ଟଙ୍କାର ଡିପୋଜିଟ ଠାବ କରିଥିଲେ। ଏଥି ସହ  ଦୁଇ ପିଲାଙ୍କ ଶିକ୍ଷା ପାଇଁ  ୬୭ ଲକ୍ଷ ଟଙ୍କା  ଖର୍ଚ୍ଚ କରିଥିବା   ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଥିଲା।