ନୂଆଦିଲ୍ଲୀ : ୟୁପିର ମିରଟରେ ସ୍ୱାମୀ ସୌରଭଙ୍କୁ ଖଣ୍ଡ ଖଣ୍ଡ କରି କାଟି ନୀଳ ଡ୍ରମରେ ପୂରାଇ ସିମେଣ୍ଡ ଦେଇଥିବା ମୁସ୍କାନ , ଜେଲରେ ହିଁ ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ନିଜ ଜନ୍ମ ସହ ହିଁ ଖବରକାଗଜର ଚର୍ଚ୍ଚାରେ ଥିବା ଏହି ଶିଶୁର କୁଣ୍ଡଳୀ ମଧ୍ୟ ହୋଇ ସାରିଛି। ଶିଶୁକନ୍ୟା ସୋମବାର ସନ୍ଧ୍ୟା ୬.୫୦ରେ ଜନ୍ମ ହୋଇଛି। ମିରଟର ଜଣେ ନୁହେଁ ଦୁଇ ଜଣ ଜ୍ୟୋତିଷ ଏହି ପିଲାର କୁଣ୍ଡଳୀ ତିଆରି କରିଛନ୍ତି। ଦୁହେଁ ଏହି ଶିଶୁକନ୍ୟାର ପାଖାପାଖି ଏକା ଭଳି ଭବିଷ୍ୟବାଣୀ କରିଛନ୍ତି। ଜ୍ୟୋତିଷ ରାହୁଲ ଅଗ୍ରୱାଲଙ୍କ ଅନୁସାରେ, ଶିଶୁକନ୍ୟାର ଜନ୍ମ ସମୟରେ ମିଥୁନ ଲଗ୍ନ ଓ ଧନୁ ରାଶି ଉଦିତ ଅଛି। ଏଥିରେ ଶିଶୁକନ୍ୟାର ଜନ୍ମକୁଣ୍ଡଳୀ ଅତ୍ୟନ୍ତ ଶୁଭ ଯୋଗରେ ରହିଛି, ଯାହା ଏହାର ଉଜ୍ଜ୍ୱଳ ଓ ପ୍ରତିଷ୍ଠାପୂର୍ଣ୍ଣ ଜୀବନର ସଙ୍କେତ ଦେଇଥାଏ।
ଜ୍ୟୋତିଷଙ୍କ ଅନୁସାରେ , ଦଶମ ଗୃହରେ ଅବସ୍ଥିତ ଥିବା ଶନି ଏହାକୁ କର୍ମଠ ଓ ପରିଶ୍ରମୀ କରିଥାଏ। ସେପଟେ ଦ୍ୱିତୀୟ ଗୃହରେ ଉଚ୍ଚ ରାଶିର ଗୁରୁର ନବମ ଦୃଷ୍ଟି ଭାଗ୍ୟକୁ ମଜବୁତ କରିଥାଏ। ୫ମ ଗୃହରେ ଥିବା ବୁଧ ଶୁକ୍ର ସହ ରହିଛି, ଯାହାକି ତାକୁ ବୁଦ୍ଧିମାନ , ସୃଜନଶୀଳତା ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପ୍ରଦାନ କରିବ। ପଞ୍ଚମ ଗୃହକୁ ପୂର୍ବଜନ୍ମର ପୁଣ୍ୟ କର୍ମର ଗୃହ ମନେକରାଯାଏ। ଶେଷରେ ଏହି ସଂଯୋଗ ଅତିରିକ୍ତ ଶୁଭ ଫଳ ଦେଇଥାଏ । ସଂକ୍ଷେପରେ କହିବା ତ ଶିଶୁକନ୍ୟାକୁ ଜ୍ୟୋତିଷ ଭାଗ୍ୟଭାଳୀ ଭାବେ ଦର୍ଶାଇଛନ୍ତି।
ଜ୍ୟୋତିଷଙ୍କ ଅନୁସାରେ , ନବମ ଗୃହରେ ରାହୁ ଓ ଷଷ୍ଠ ଗୃହରେ ସୂର୍ଯ୍ୟ-ମଙ୍ଗଳର ଏକତ୍ର ଶିଶୁକନ୍ୟାକୁ ସାହସ , ଆତ୍ମବିଶ୍ୱାସୀ ଓ ସଂଘର୍ଷ ଉପରେ ବିଜୟ ପାତ୍ର କରିବାର କ୍ଷମତା ପ୍ରଦାନ କରି ଥାଏ। ଏମିତି ଗ୍ରହର ସ୍ଥିତି ଥିବା ଶିଶୁକନ୍ୟା କଠିନ ପରିସ୍ଥିତିରେ ମଧ୍ୟ ସହଜରେ ବାହାରକୁ ଆସିପାରେ ଏବଂ ସମାଜରେ ମାନ-ସମ୍ମାନ ଅର୍ଜନ କରିଥାଏ। ସେ କହିଛନ୍ତି ଯେ, ଧନୁ-ରାଶୀ ଓ ପୂର୍ବାଷାଢ ନକ୍ଷତ୍ରର ଚତୁର୍ଥ ପର୍ଯ୍ୟାୟରେ ଜନ୍ମିତ ଏହି ଶିଶୁକନ୍ୟାର ନାମ ‘ଢ’ ଅକ୍ଷରରେ ରଖାଯାଇ ପାରେ। ଧନୁରାଶି ଅନୁସାରେ, ‘ଯଶିକା’ ଭଳି ନାମ ମଧ୍ୟ ଉପଯୁକ୍ତ ରହିବ। ଗୁରୁତ୍ତ୍ୱପୂର୍ଣ୍ଣ କଥା ଏହା ଯେ, ଏହି ଝିଅ ମାଙ୍ଗଳିକା ନୁହେଁ କି, ମୂଳ ନକ୍ଷତ୍ର ଦୋଷରେ ଜନ୍ମ ହୋଇଛି।
ଯଦିଓ ମୁସ୍କାନର ଏବେ ସାରା ଜୀବନ ଜେଲ୍ରେ ବିତିବ , କିନ୍ତୁ ଜ୍ୟୋତିଷଙ୍କ ଅନୁସାରେ, ତାର ଏହି ଝିଅ ଜୀବନରେ ପ୍ରତି କ୍ଷେତ୍ରରେ ପ୍ରଗତି କରିବ ଏବଂ ସଦ୍ଭାବ ଓ ସାହସର ଉଦାହରଣ ସାଜିବ। ଦଶମ ଗୃହରେ ଶନି, ଦ୍ୱିତୀୟରେ ଉଚ୍ଚ ଗୁରୁ ଓ ପଞ୍ଚମରେ ବୁଧ-ଶୁକ୍ରର ଯୋଗ ଏହାକୁ ଅତ୍ୟନ୍ତ ଭାଗ୍ୟଶାଳୀ କରିଥାଏ। ଏହି ଶିଶୁକନ୍ୟା ଆତ୍ମବିଶ୍ୱାସୀ , ସାହସୀ ଓ ବିଜୟ ପ୍ରାପ୍ତ କରିବା ଯୋଗ୍ୟ ହେବ।